Advertisment

Villagers Risk Lives : ଖାଲି ଭୋଟ ବେଳେ ଆସ, ଆମେ ମଲୁଣି...ଅଭିଶପ୍ତ ଜୀବନ କାଟୁଛନ୍ତି ଗ୍ରାମବାସୀ

୪୦ରୁ ଉର୍ଦ୍ଧ୍ୱ ପରିବାରର ପାଖାପାଖି ଦୁଇ ଶହ ଜନସଂଖ୍ୟା ଥିବା ଗ୍ରାମରେ ଭଗବାନ ଭରସାରେ ଜୀବନ କାଟୁଛନ୍ତି ଲୋକେ। କାରଣ ନା ରହିଛି ପାନୀୟ ଜଳ କି ଗମନା ଗମନର ସୁବିଧା ନା ଆସୁଛି ନେଟୱାର୍କ। ଆଉ ଶିକ୍ଷା, ସ୍ବାସ୍ଥ୍ୟ ସେବା କଥାତ ନ କହିବା ଭଲ। ନିର୍ବାଚନ ଆସିଲେ ଗାଁରେ ନେତା ମନ୍ତ୍ରୀଙ୍କ ଭିଡ଼ ଲାଗେ।

Jeypore-Village-Problem

Jeypore-Village-Problem Photograph: (OTV)

Advertisment

ଚାରି ଆଡେ ସୁଉଚ୍ଚ ପାହାଡ, ସବୁଜ ବନାନୀ ଆଉ ମଝିରେ କୂଳୁ କୂଳୁ ନାଦରେ ବହିଯାଉଛି ନଦୀ। କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକର ଦେବଶଣ୍ଢଗୁଡା ଗାଁର ଦୃଶ୍ୟ ଆପଣ ଦେଖିଲେ ଜାଣିପାରିବେ ଏହା କେତେ ମନମୁଗ୍ଧକର । ହେଲେ ସେଠାରେ ବାସ କରୁଥିବା ଲୋକଙ୍କ ପାଇଁ ପାଲଟିଛି ଅଭିଶପ୍ତ। ମୌଳିକ ସୁବିଧାରୁ ବହୁ ଦୂରରେ ଏମାନେ। 

Advertisment

୪୦ରୁ ଉର୍ଦ୍ଧ୍ୱ ପରିବାରର ପାଖାପାଖି ଦୁଇ ଶହ ଜନସଂଖ୍ୟା ଥିବା ଗ୍ରାମରେ ଭଗବାନ ଭରସାରେ ଜୀବନ କାଟୁଛନ୍ତି ଲୋକେ। କାରଣ ନା ରହିଛି ପାନୀୟ ଜଳ କି ଗମନା ଗମନର ସୁବିଧା ନା ଆସୁଛି ନେଟୱାର୍କ। ଆଉ ଶିକ୍ଷା, ସ୍ବାସ୍ଥ୍ୟ ସେବା କଥାତ ନ କହିବା ଭଲ। ନିର୍ବାଚନ ଆସିଲେ ଗାଁରେ ନେତା ମନ୍ତ୍ରୀଙ୍କ ଭିଡ଼ ଲାଗେ। ଅଞ୍ଚଳର ସମସ୍ୟାର ସମାଧନ କରିବାର ପ୍ରତିଶ୍ରୁତି ମିଳେ, ହେଲେ ଭୋଟ୍ ସରିଲେ ସବୁ ଫୁସ୍। ଶାନ୍ତିରେ ଘୁଂଗୁଡ଼ି ମାରନ୍ତି ନେତା। ଆଉ ଏପଟେ ସମସ୍ୟାରେ ଜୁଝି ହୁଅନ୍ତି ଗ୍ରାମବାସୀ ।

ଏଠି ଜୀବନକୁ ପାଣି ଛଡ଼ାଇ ନଦୀ ପାର କରୁଛନ୍ତି ଲୋକେ। ଗାଁରେ କାହାର ଦେହ ଅସୁସ୍ଥ ହେଲେ ନଦୀ ମଧ୍ୟରେ ଖଟିଆରେ ବୋହି ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଏ। ଶୁଣୁନାହାନ୍ତି ଅଞ୍ଚଳର ଦୁଃଖ ସୁଖ ବୁଝୁଥିବା ଅଙ୍ଗନବାଡି ଦିଦି ରମା ମୁଦୁଲିଙ୍କ ଅଭିଯୋଗ। ବର୍ଷ ବର୍ଷ ଧରି ଏମିତି ବିପଦସଂକୁଳ ଭାବେ ନଦୀ ପାର ହୋଇ ତାଙ୍କର କର୍ତ୍ତବ୍ୟ ପାଳନ କରୁଛନ୍ତି। ଗାଁର ସମସ୍ୟାକୁ ନେଇ ଉଚ୍ଚ କର୍ତ୍ତୃପକ୍ଷ କିମ୍ବା ପ୍ରଶାସନ ନିକଟରେ ଉପସ୍ଥାପିତ ମଧ୍ୟ କରୁଛନ୍ତି ହେଲେ କେହି ବି ଶୁଣୁନାହାନ୍ତି । 

ସେପଟେ ଗାଁ ଲୋକଙ୍କ ସାହା ଭରଷା ସାଜିଛି ସାପ୍ତାହିକ ହାଟ। କେବଳ ସୋମବାର ଦିନ ରାଇସିଂହ ଠାରେ ହେଉଥିବା ଏହି ହାଟରୁ ଜିନିଷ ପତ୍ର କିଣି ସପ୍ତାହକ ପାଇଁ ଆବଶ୍ୟକ ସାମଗ୍ରୀ ସାଇତି ରଖନ୍ତି ଗ୍ରାମବାସୀ। ଅଧିକ ଆବଶ୍ୟକତା ପୁରଣ ପାଇଁ ପାହାଡ ପାର୍ଶ୍ବରେ ଥିବା ଜମିରେ କିଏ ଧାନ, ମାଣ୍ଡିଆ, ଶୂଆ, ପନି ପରିବା ଆଦି ଚାଷ ମଧ୍ୟ କରିଥାନ୍ତି। ହେଲେ ସେମାନଙ୍କୁ ଏହି ଅଭିଶପ୍ତ ଜୀବନରୁ ମୁକ୍ତ କରିବାକୁ କେହି ନାହାନ୍ତି। ନାଁ ସରକାର ନାଁ ପ୍ରଶାସନ। ତେବେ ଗାଁର ଏପରି ସମସ୍ୟା ନେଇ ଆମେ ନନ୍ଦପୁର ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରିଥିଲୁ ସେ କଣ କହୁଛନ୍ତି ଶୁଣନ୍ତୁ ଏହି ଭିଡିଓରେ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ