Advertisment

Two-Year Secret Mission Finally Succeeds: ଖଣିବାବୁଙ୍କୁ ଧରିବାକୁ ୨ ବର୍ଷ ଝାଳନାଳ ଭିଜିଲାନ୍ସ, କଳା ଟଙ୍କା କମାଇବାକୁ ଖଟାଉଥିଲେ ବିଚକ୍ଷଣ ବୁଦ୍ଧି

ଖଣିବାବୁଙ୍କୁ ଧରିବାକୁ ୨ ବର୍ଷ ଝାଳନାଳ ଭିଜିଲାନ୍ସ। କଳା ଟଙ୍କା କମାଇବାକୁ ଖଟାଉଥିଲେ ବିଚକ୍ଷଣ ବୁଦ୍ଧି। ଅଭିଯୋଗକାରୀଙ୍କୁ ମନେଇବାକୁ ପଢ଼ାଇଥିଲା ଗୀତା ଶ୍ଲୋକ। ବାବୁ ଗିରଫ ପରେ ନାଟକ ରଚିଥିଲେ ପତ୍ନୀ। ବାବୁଙ୍କୁ ଧରା ପକାଇଦେଲା ଫୋନ୍ କଲ।

Two-Year Secret Mission Finally Succeeds

ଖଣିବାବୁଙ୍କୁ ଧରିବାକୁ ୨ ବର୍ଷ ଝାଳନାଳ ଭିଜିଲାନ୍ସ Photograph: (OTV)

Advertisment

ଲାଞ୍ଚ ନେବାରେ ସେଥିରେ ଧୂରନ୍ଦର। କଳା ଟଙ୍କା କମାଇବାକୁ ଖଟାଉଥିଲେ ବିଚକ୍ଷଣ ବୁଦ୍ଧି। ତାଙ୍କ କାରନାମା ସମ୍ପର୍କରେ ଯେମିତି କେହି ବି ଜାଣିପାରିବେନି, ସେଥିପାଇଁ ବେଶ୍ ଚତୁରତାର ସହ ଖେଳ କରୁଥିଲେ କଟକର ଖଣି ଅଧିକାରୀ ଦେବବ୍ରତ ମହାନ୍ତି। ତେବେ ଖଣି ବିଭାଗର ଏ ବଡ଼ ମାଛ ପାଖରେ କେମିତି ପହଞ୍ଚିଥିଲା ଭିଜିଲାନ୍ସ ? କୁହାଯାଉଛି ଏ ଲାଞ୍ଚୁଆ ଆଉ ଦୁର୍ନୀତିଖୋର ବାବୁଙ୍କୁ ଧରିବାକୁ ପ୍ରାୟ ୨ ବର୍ଷ ଧରି ଜାଲ ବିଛାଇଥିଲା ଭିଜିଲାନ୍ସ ବିଭାଗ। ଆଉ ୨ ବର୍ଷର ଅପରସେନ୍ ପରେ ଶେଷରେ କାବୁ ହୋଇଥିଲେ ଏ ଦୁର୍ନୀତିଖୋର ବାବୁ।

Advertisment

ଖଣି ବିଭାଗର ଦୁର୍ନୀତିଖୋର ବଡ଼ ମାଛକୁ ଧରିବାକୁ ନାକେଦମ୍ ଭିଜିଲାନ୍ସ। ଆଉ ଶେଷରେ ଦୀର୍ଘ ୨ ବର୍ଷର ମାରାଥନ୍ ଫଲ୍ଲୋ ଅପ୍ ପରେ ସଫଳ ହେଲା ଅପରେସନ୍ ଦେବବ୍ରତ। କଟକ ଖଣି ବିଭାଗର ଉପ ନିର୍ଦ୍ଦେଶକ ଦେବବ୍ରତ ମହାନ୍ତି ଧରାପଡ଼ିବା ପଛରେ ରହିଛି ରୋଚକ କାହାଣୀ। ଯାହା କୌଣସି ବ୍ଲକ୍ ବଷ୍ଟର ସିନେମା ଷ୍ଟୋରୀଠୁ ବି କମ୍ ନୁହେଁ। 

କୁହାଯାଉଛି ପ୍ରାୟ ୨ ବର୍ଷ ତଳେ ଖଣି ଉପନିର୍ଦ୍ଦେଶକ ଦେବବ୍ରତଙ୍କ ବିରୋଧରେ ଭିଜିଲାନ୍ସରେ ଆସିଥିଲା ଅଭିଯୋଗ। କିନ୍ତୁ ସେତେବେଳେ ଦୁର୍ନୀତି ନିବାରଣ ବିଭାଗର ଜାଲରୁ ଖସି ଯାଇଥିଲେ ବାବୁ। ହେଲେ ସଂପୃକ୍ତ ଅଭିଯୋଗକାରୀଙ୍କ ସହ ନିୟମିତ ଯୋଗାଯୋଗରେ ରହିଥିଲା ଭିଜିଲାନ୍ସ ଟିମ୍। କିନ୍ତୁ ପରେ ତାଙ୍କ ବେପାର ଘାଟା ହେବା ସନ୍ଦେହରେ ଆଉ ଭିଜିଲାନ୍ସକୁ ଧରାଛୁଆଁ ଦେଇନଥିଲେ ସଂପୃକ୍ତ ବ୍ୟବସାୟୀ। 

Advertisment

ପରେ ଭିଜିଲାନ୍ସ ତାଙ୍କ ନମ୍ବର ଟ୍ରାକ୍ କରି ଖୋଜି ବାହାର କରିବା ପରେ ଆଉ ଥରେ ଅଭିଯୋଗ ପାଇଁ ପ୍ରବର୍ତ୍ତାଇଥିଲା। ଏଥିରେ ରାଜି ନହେବାରୁ, ଶେଷରେ ତାଙ୍କୁ ଗୀତାର କୃଷ୍ଣ-ଅର୍ଜୁନଙ୍କୁ ସମ୍ପର୍କିତ ଏକ ଭିଡିଓ କ୍ଲିପ୍ ପଠାଇ ଅନ୍ୟାୟ ବିରୋଧରେ ସ୍ବର ଉଠାଇଥିବାକୁ ଉତ୍ସାହିତ କରିଥିଲେ। ଆଉ ଏଥିରେ ଭିଜିଲାନ୍ସ ସଫଳ ହେବା ପରେ ଫେବ୍ରୁଆରୀ ୨୩ରେ ଆରମ୍ଭ ହୋଇଥିଲା ଅପରେସନ୍ ଡି।...

ଦୁର୍ନୀତିଖୋର ଦେବବ୍ରତ ସାଧାରଣତଃ ସଂଧ୍ୟା ପରେ ହିଁ ଲାଞ୍ଚ କାରବାର କରୁଥିବା ଜାଣିବାକୁ ପାଇଥିଲା ଭିଜିଲାନ୍ସ। ତେଣୁ ୨୩ ତାରିଖ ସଂଧ୍ୟାରେ ଭିଜିଲାନ୍ସ ଟିମ୍ ତାଙ୍କ କଟକ ଅଫିସରୁ ଭୁବନେଶ୍ବର ପଟିଆ ଭଡ଼ା ଘର ଯାଏଁ ପିଛା କରିଥିଲା। କିନ୍ତୁ ଚତୁର ଡିଡିଏମ୍ ଗାଡ଼ି ଡ୍ରାଇଭରଙ୍କୁ ଘରଠୁ କିଛି ଦୂରରୁ ଫେରାଇ ଚାଲି ଚାଲି ଭଡ଼ାଘରକୁ ଯିବାରେ ଅଭ୍ୟସ୍ତ ଥିବାରୁ ତାଙ୍କ ବାସଭବନକୁ ଠିକରେ ଠଉରାଇ ନପାରି ପିଛା କରିଥିଲା ଭିଜିଲାନ୍ସ ଟିମ୍। 

Advertisment

ପରଦିନ ଅର୍ଥାତ ଫେବ୍ରୁଆରୀ ୨୪ରେ କଟକ ସ୍ଥିତି ମାଇନିଂ ଅଫିସରେ ଜାଲ ବିଛାଇ ସାରିଥିଲା ଭିଜିଲାନ୍ସ। ଅପରାହ୍ଣରେ ଅଭିଯୋଗକାରୀ, ଦେବବ୍ରତଙ୍କୁ ଭେଟି ଟଙ୍କା ଦେବାକୁ ଚାହିଁଥିଲେ। କିନ୍ତୁ ଅଫିସରେ ଥିବା ସିଟିଟିଭି କ୍ୟାମେରାରୁ ଆଉ ୨ ଜଣ ବ୍ୟକ୍ତି ଥିବା ଜାଣିବାକୁ ପାଇଥିଲେ ଦେବବ୍ରତ। ପରେ ପିଅନଙ୍କ ଜରିଆରେ ସେମାନଙ୍କ ପରିଚୟ ଜାଣିବାକୁ ଚାହିଁବାରୁ ସେମାନେ ବାଲି ବ୍ୟବସାୟୀ ବୋଲି କହିଥିଲେ ଦୁଇ ଭିଜିଲାନ୍ସ ଅଫିସର। ଏହା ଶୁଣି ଲାଞ୍ଚ ଟଙ୍କାକୁ ଡ୍ରୟରରେ ରଖିବାକୁ ପରାମର୍ଶ ଦେବା ମାତ୍ରେ ହିଁ ତାଙ୍କୁ ମାଡ଼ି ବସିଥିଲା ସୁଯୋଗ ଅପେକ୍ଷାରେ ଥିବା ଭିଜିଲାନ୍ସ ଟିମ୍।...

ଅଫିସରେ ଲାଞ୍ଚ ପ୍ରମାଣ ସହ ଦେବବ୍ରତ କାବୁ ହେବା ପରେ ଏପଟେ ଭୁବନେଶ୍ବର ଭଡ଼ା ଘର ନିକଟରେ ରେଡ୍ ପାଇଁ ପ୍ରସ୍ତୁତ ଥିଲା ଆଉ ଏକ ଟିମ୍। କିନ୍ତୁ ଭଡ଼ା ଘରେ ପହଞ୍ଚିବା ପରେ ଭିଜିଲାସନ୍ ଟିମକୁ ଚକମା ଦେଇଥିଲେ ଦେବବ୍ରତଙ୍କ ପତ୍ନୀ। ଏପରିକି ଦେବବ୍ରତଙ୍କୁ ସେ ଚିହ୍ନନ୍ତି ନାହିଁ ଏବଂ ଏ ଘର ଖଣି ଅଧିକାରୀଙ୍କ ନୁହେଁ ବୋଲି ରୋକଠୋକ୍ କହିବାରୁ କାବା ହୋଇଥିଲା ଭିଜିଲାନ୍ସ। 

କିନ୍ତୁ ପରେ କଟକରେ ଥିବା ଟିମ୍ ଦେବବ୍ରତଙ୍କ ଫୋନରୁ ତାଙ୍କ ପତ୍ନୀଙ୍କ ଫୋନକୁ କଲ୍ କରିବାକୁ କହିବା ପରେ ସେହି ଫୋନ ରିଙ୍ଗରୁ ହିଁ ସେମାନଙ୍କ ନାଟକ ଧରାପଡ଼ିଯାଇଥିଲା। ଆଉ ଖାନତଲାସ ପରେ ମିଳିଥିଲା ୪ କୋଟି ୨୭ ଲକ୍ଷର ନଗଦ କ୍ୟାସ ଓ ୧୩୦ ଗ୍ରାମର ସୁନା ଅଳଙ୍କାର।

Anti-corruption Odisha Vigilance Odisha News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ