VEG MARKET Photograph: (OTV)
କାର୍ତ୍ତିକ ମାସରେ ପନିପରିବା ଦର ଏବେ ଆକାଶ ଛୁଆଁ। ଏହାରି ଭିତରେ ବଢୁଥିବା କଞ୍ଚା ପନିପରିବାର ଦର ବୃଦ୍ଧି ଖାଉଟିଙ୍କ ଚିନ୍ତାକୁ ଦ୍ବିଗୁଣିତ କରିଛି। କାର୍ତ୍ତିକ ମାସରେ ପରିବାର ଚାହିଦା ଅଧିକ ରହିଛି।କିଛି ଦିନ ତଳେ ପନିପରିବାର ଦର ଯାହା ରହିଥିଲା ଏବେ ତାହା ବଢିବାରେ ଲାଗିଛି । ଏଭଳି ସ୍ଥିତିରେ ଘରର ବଜେଟ୍ କୁ ନିୟନ୍ତ୍ରଣ କରି କରି ଅଳ୍ପରେ ସବୁକିଛି ଚଳାଇବାକୁ ପଡୁଛି । ତେଣୁ ଏବେ ଘର ଚଳାଇବା କଷ୍ଟକର ହେଉଛି ବୋଲି କହିଛନ୍ତି ଖାଉଟି ।
କଟକ ଛତ୍ର ବଜାର ପରିବା ଦର ଦେଖିଲେ ପୋଟଳ-70, ଗାଜର- 50, ବିଟ୍ -50, ବିନ୍ -90, ଫୁଲକୋବି - ଗୋଟେ 50, ବନ୍ଧା – 40, ସାରୁ – 60, ବାଇଗଣ – 80, କାଙ୍କଡ଼- 80, ଝୁଡୁଙ୍ଗ – 60, କଲରା- 80, ବିଲାତି – 40, ମାଟି ଆଳୁ- 60, କାକୁଡି – 80, ଭେଣ୍ଡି – 80, କ୍ୟାପ୍ସିକମ - 100 ଟଙ୍କା ରହିଛି । କିଛି ଦିନ ପରେ ସ୍ଥାନୀୟ ଚାଷୀଙ୍କ ଫସଲ ଅମଳ ହେବା ପରେ ପରିବା ଦର ଖସିବ ଏବଂ ସ୍ଥିତି ଧିରେ ଧିରେ ସ୍ୱାଭାବିକ ହେବ ବୋଲି କହିଛନ୍ତି ଛତ୍ର ବଜାର ବ୍ୟବସାୟୀ।
| ପୋଟଳ (କେଜି) | 70 ଟଙ୍କା |
| ଝୁଡୁଙ୍ଗ (କେଜି) | 60 ଟଙ୍କା |
| କଲରା (କେଜି) | 80 ଟଙ୍କା |
| ବିଲାତି (କେଜି) | 40 |
| ଗାଜର (କେଜି) | 50 ଟଙ୍କା |
| ବିଟ୍ (କେଜି) | 50 ଟଙ୍କା |
| ବିନ୍ (କେଜି) | 90 ଟଙ୍କା |
| ଫୁଲକୋବି | ଗୋଟେ 50 ଟଙ୍କା |
| ସାରୁ (କେଜି) | 60 ଟଙ୍କା |
| ବାଇଗଣ (କେଜି) | 80 ଟଙ୍କା |
| କାଙ୍କଡ଼ (କେଜି) | 80 ଟଙ୍କା |
କାର୍ତ୍ତିକ ମାସରେ ପନିପରିବା ଦର ଏବେ ଆକାଶ ଛୁଆଁ
ବଢୁଥିବା ପନିପରିବାର ଦର ବୃଦ୍ଧି ଖାଉଟିଙ୍କ ଚିନ୍ତାକୁ ବଢାଇଲା
କାର୍ତ୍ତିକ ମାସରେ ପରିବା ଚାହିଦା ଅଧିକ
କିଛି ଦିନ ତଳେ ପନିପରିବା ଦର ଯାହା ରହିଥିଲା ଏବେ ତାହା ବଢିଛି
ଘରର ବଜେଟ ନିୟନ୍ତ୍ରଣ କରି କରି ଅଳ୍ପରେ ଚଳାଇବାକୁ ପଡୁଛି
ଏବେ ଘର ଚଳାଇବା କଷ୍ଟକର ହେଉଛି ବୋଲି କହିଛନ୍ତି ଖାଉଟି
ସ୍ଥିତି ଧିରେ ଧିରେ ସ୍ୱାଭାବିକ ହେବ ବୋଲି କହିଛନ୍ତି ବ୍ୟବସାୟୀ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/11/veg-market-2025-10-11-18-08-55.jpg)