Advertisment

କରୋନା ଟିକା ନାଁ ଶୁଣିଲେ ଘରେ ପଡ଼ୁଛି ତାଟିକବାଟ

ରାୟଗଡ଼ା: ଶୂନ୍‌ଶାନ୍‌ ଲାଗୁଛି ଗାଁ। କେହି କେଉଁଠି ବି ଦେଖାଯାଉ ନାହାନ୍ତି। ଏମିତି ଲାଗୁଛି, ଯେମିତି ଗାଁରେ କେହି ବର୍ଷ ବର୍ଷ ହେଲା ରହୁ ନାହାନ୍ତି। ପ୍ରକୃତ କାରଣ, କରୋନା ଟିକା ନେବା କଥା ଶୁଣିଲା ପରେ ଯିଏ ଯେଉଁଆଡ଼େ ପାରିଲେ…

ଅଦ୍ୟତନ ହୋଇଛି
କରୋନା ଟିକା ନାଁ ଶୁଣିଲେ ଘରେ ପଡ଼ୁଛି ତାଟିକବାଟ

odisha

Advertisment

ରାୟଗଡ଼ା: ଶୂନ୍‌ଶାନ୍‌ ଲାଗୁଛି ଗାଁ। କେହି କେଉଁଠି ବି ଦେଖାଯାଉ ନାହାନ୍ତି। ଏମିତି ଲାଗୁଛି, ଯେମିତି ଗାଁରେ କେହି ବର୍ଷ ବର୍ଷ ହେଲା ରହୁ ନାହାନ୍ତି। ପ୍ରକୃତ କାରଣ, କରୋନା ଟିକା ନେବା କଥା ଶୁଣିଲା ପରେ ଯିଏ ଯେଉଁଆଡ଼େ ପାରିଲେ ପଳାଇ ଯାଉଛନ୍ତି। ଆଉ ଏଥିପାଇଁ ଘରେ ଘରେ ତାଲା ପଡ଼ିଛି। ମହାମାରୀ କରୋନାରୁ ରକ୍ଷା ପାଇବା ପାଇଁ ସରକାର ଟିକାକରଣ ଉପରେ ଗୁରୁତ୍ୱ ଦେଉଛନ୍ତି। ଏଥିପାଇଁ ରାଜ୍ୟର ଅନେକ ଟିକା କେନ୍ଦ୍ରରେ ଟିକା ନେବାକୁ ଲୋକଙ୍କ ଲମ୍ବା ଲାଇନ୍‌ ଦେଖିବାକୁ ମିଳୁଛି, ହେଲେ ରାୟଗଡ଼ାରେ ଆଦିବାସୀ ଇଲାକାରେ ଟିକା ନାଁ ଶୁଣିଲେ, ଲୋକମାନେ ଘରେ ତାଟିକବାଟ ପକାଇ ପଳାଇ ଯାଉଛନ୍ତି। ରାୟଗଡା ଜିଲ୍ଲା କୋଲନରା ବ୍ଲକ କୈଳାସପୁର ପଞ୍ଚାୟତ ଚମ୍ପାକଣା ଗାଁରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। 

Advertisment

ଟିକା ନେବା କଥା ଶୁଣିଲେ ଗାଁର ଅଧିକାଂଶ ଲୋକେ ଘରେ ତାଲା ପକାଇ କେଉଁଆଡ଼େ ପଳାଇଛନ୍ତି। ସମସ୍ତଙ୍କୁ ଘାରିଛି କରୋନା ଟିକା ଭୟ। ଟିକା ନେବା କଥା ଶୁଣିଲା କ୍ଷଣି ଭୟଭୀତ ହୋଇପଡିଛନ୍ତି ଗ୍ରାମବାସୀ। ସ୍ୱାସ୍ଥ୍ୟ ବିଭାଗ ଟିମ୍ ଟିକା ଦେବାକୁ ଯାଇ ଗାଁରେ ଘଣ୍ଟା ଘଣ୍ଟା ଅପେକ୍ଷା କରିବା ପରେ ଫେରି ଆସିଛନ୍ତି। କେବଳ ଚମ୍ପାକଣା ନୁହେଁ, ନିକଟସ୍ଥ କିଆଝୋଲା, ତରଳାବାଡି ସମେତ କିଛି ଗାଁ ଲୋକେ ଟିକା ନେବାକୁ ଭୟ କରୁଛନ୍ତି। ଟିକା ନେଲେ ସ୍ୱାସ୍ଥ୍ୟ ଖରାପ ହେଉଥିବା ଗୁଜବରେ ବିଶ୍ୱାସ କରି ଲୋକମାନେ ଏଭଳି କରୁଥିବା ଜଣାପଡ଼ିଛି।

" frameborder="0" allow="accelerometer; autoplay; clipboard-write; encrypted-media; gyroscope; picture-in-picture" allowfullscreen>

Advertisment

ରାୟଗଡା ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗାଁ ଗହଳିରେ କରୋନ ଟିକା ଦେବା ପାଇଁ ସଚେତନ କରାଯାଇଥିବା କୁହାଯାଉଛି। ତେବେ ଗ୍ରାମାଞ୍ଚଳ ଗୁଡିକରେ ପୁଣି ସଚେତନତା ଆରମ୍ଭ କରାଯିବା ସହ ଟିକାକରଣ କରାଯିବ ବୋଲି ଭାରପ୍ରାପ୍ତ ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି। ଏଭଳି କ୍ଷେତ୍ରରେ ଆଦିବାସୀ ଅଞ୍ଚଳରେ ଟିକା ପ୍ରତି ଲୋକଙ୍କ ବିଶ୍ୱାସ ଜନ୍ମାଇବା ଜରୁରୀ ହୋଇପଡ଼ିଥିବା କୁହାଯାଉଛି।

ଗତ  ୨୪ ଘଣ୍ଟାରେ ରାଜ୍ୟରେ ୫,୨୩୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରେ ୨୯୫୭ ଓ ଲୋକାଲ କଣ୍ଟାକ୍ଟ ୨୨୭୮ ଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ  ସୂଚନା ଦିଆଯାଇଛି। l ରାୟଗଡ଼ା ଜିଲ୍ଲାରୁ ୧୨୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି

Advertisment
Corona News Today
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ