Advertisment

ଭାକ୍ସିନ ନେବା ପାଇଁ ଆଉ ଟିକାକରଣ କେନ୍ଦ୍ରକୁ ଯିବେନି ବୟସ୍କ, ଭିନ୍ନକ୍ଷମ-ସିଏମ୍‌ସି ଆଣିଲା ଏମିତି ସୁବିଧା

କଟକ: କରୋନା ଟେଷ୍ଟିଂ ହେଉ କିମ୍ବା ଟିକା ନେବା ପାଇଁ, ବୟସ୍କ ଲୋକଙ୍କୁ ଆଉ ଟିକାକରଣ କେନ୍ଦ୍ରକୁ ଦଉଡିବାକୁ ପଡ଼ିବ ନାହିଁ। ୭୦ ବର୍ଷରୁ ଅଧିକ ଲୋକଙ୍କ ପାଇଁ କଟକ ମହାନଗର ନିଗମ ପକ୍ଷରୁ ଏଭଳି ବ୍ୟବସ୍ଥା କରାଯାଇଛି।  କଟକରେ ବୟସ୍କ…

ଭାକ୍ସିନ ନେବା ପାଇଁ ଆଉ ଟିକାକରଣ କେନ୍ଦ୍ରକୁ ଯିବେନି ବୟସ୍କ, ଭିନ୍ନକ୍ଷମ-ସିଏମ୍‌ସି ଆଣିଲା ଏମିତି ସୁବିଧା

vaction for old man

Advertisment

କଟକ: କରୋନା ଟେଷ୍ଟିଂ ହେଉ କିମ୍ବା ଟିକା ନେବା ପାଇଁ, ବୟସ୍କ ଲୋକଙ୍କୁ ଆଉ ଟିକାକରଣ କେନ୍ଦ୍ରକୁ ଦଉଡିବାକୁ ପଡ଼ିବ ନାହିଁ। ୭୦ ବର୍ଷରୁ ଅଧିକ ଲୋକଙ୍କ ପାଇଁ କଟକ ମହାନଗର ନିଗମ ପକ୍ଷରୁ ଏଭଳି ବ୍ୟବସ୍ଥା କରାଯାଇଛି।  କଟକରେ ବୟସ୍କ ଲୋକଙ୍କ ପାଇଁ  ଭ୍ୟାକ୍ସିନେସନ ଆଣ୍ଡ ଟେଷ୍ଟିଂ ଅନ୍ ହୁଇଲ ବ୍ୟବସ୍ଥା କରାଯାଇଛି।

Advertisment

ଏହି ବ୍ୟବସ୍ଥା ଅନୁସାରେ, ବୟସ୍କ ଲୋକମାନେ  କରୋନା ଟେଷ୍ଟିଂ କିମ୍ବା ଟିକା ନେବା ପାଇଁ ଘରୁ କୁଆଡ଼େ ଯିବାକୁ ପଡ଼ିବ ନାହିଁ। ଏଥିପାଇଁ ସଂପୃକ୍ତ ବିଭାଗୀୟ କର୍ମଚାରୀ ଘରକୁ ଆସି ଟିକା ଦେବା ସହ ନମୂନା ସଂଗ୍ରହ କରିନେବେ।  ୭୦ ବର୍ଷରୁ ଅଧିକ ବୟସର ଲୋକ ଓ ଦିବ୍ୟାଙ୍ଗଙ୍କ ପାଇଁ ଏହି ବ୍ୟବସ୍ଥା କରିଛି କଟକ ମହାନଗର ନିଗମ।

ଆଜିଠାରୁ କଟକ ବାସିନ୍ଦାଙ୍କୁ ଏହି ସେବା ମିଳିବ। ଘରକୁ ଘର ଯାଇ ଟିକା ଦେବା ସହିତ ସାମ୍ପଲ ଟେଷ୍ଟ କରିବ ମୋବାଇଲ ଭ୍ୟାନ ସୋମବାରରୁ ଶୁକ୍ରବାର ଯାଏ ସକାଳ ୧୦ଟାରୁ ଅପରାହ୍ନ ୩ଟା ଯାଏ ଏହି ସେବା ଉପଲବ୍ଧ ହେବ। ବୟସ୍କ ଲୋକ ଓ ଦିବ୍ୟାଙ୍ଗ ଟିକା କେନ୍ଦ୍ର ଓ ଟେଷ୍ଟିଂ ସେଣ୍ଟରକୁ ଯିବାରେ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିବାରୁ ସେମାନଙ୍କ ପାଇଁ ଏହି ସୁବିଧା କରିଛି ସିଏମ୍‌ସି।

Advertisment

ସୂଚନାଥାଉ କି,କଟକ ଜିଲ୍ଲର ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଦିନକରେ କଟକ ଜିଲ୍ଲାରେ କଟକରୁ ୮୬୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ।  ଏହାକୁ ମିଶାଇ ଆଜି ରାଜ୍ୟରେ ମୋଟ ୧୧, ୦୯୯ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।

ସଂକ୍ରମଣ କମୁ  ନ ଥିବାରୁ  ଆଜିଠାରୁ ରାଜ୍ୟରେ ଆରମ୍ଭ ହୋଇଛି ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍। ଏହି କଟକଣା ଜୁନ ପହିଲା ଯାଏ ଚାଲିବ। ଦ୍ୱିତୀୟ ପର୍ଯ୍ୟାୟ କଟକଣାରେ ଆହୁରି କଡ଼ାକଡ଼ି ଚେକିଂ ହେବ ବୋଲି ଜଣାପଡ଼ିଛି। ଲକ୍‌ଡାଉନ୍ ୨.୦ରେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ସମୟକୁ କମାଇ ଦିଆଯାଇଛି।  ଲୋକେ ସକାଳ ୭ଟାରୁ ୧୧ଟା ମଧ୍ୟରେ ନିଜର ଦରକାରୀ ସାମଗ୍ରୀ କିଣିପାରିବେ। ନିକଟସ୍ଥ ଦୋକାନକୁ ଚାଲି ଚାଲି ଯିବେ। ଏଥର ବାହାଘର ଓ ଅନ୍ୟାନ୍ୟ ଭୋଜିଭାତକୁ ମଧ୍ୟ ବାରଣ କରିଛନ୍ତି ରାଜ୍ୟ ସରକାର। ବାହାଘର, ବ୍ରତଘର, ଶୁଦ୍ଧି କାର୍ଯ୍ୟ ପାଇଁ ବି ଜାରି ହୋଇଛି କଟକଣା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ