Advertisment

ପତ୍ନୀଙ୍କ ଦ୍ୱିତୀୟ ବିବାହ ଖବର ଶୁଣି ଥାନାରେ ପହଞ୍ଚିଲେ ସ୍ୱାମୀ

ଯାଜପୁର: ବିବାହ ପରେ ପାଠ ପଢ଼ିବା ପାଇଁ ବାପ ଘରକୁ ଯାଉଥିଲା ବୋହୂ। କିଛିଦିନ ସବୁକିଛି ଠିକଠାକ ଚାଲିଥିବାବେଳେ ହଠାତ୍ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ମନମାଳିନ୍ୟ ହୋଇଥିଲା। ଆଉ ସବୁ ଦିନ ପାଇଁ ବାପ ଘରେ ରହିଗଲା ବୋହୂ। ପୁଣି ଥରେ ଝିଅର…

ଅଦ୍ୟତନ ହୋଇଛି
ପତ୍ନୀଙ୍କ ଦ୍ୱିତୀୟ ବିବାହ ଖବର ଶୁଣି ଥାନାରେ ପହଞ୍ଚିଲେ ସ୍ୱାମୀ

Capture

Advertisment

ଯାଜପୁର: ବିବାହ ପରେ ପାଠ ପଢ଼ିବା ପାଇଁ ବାପ ଘରକୁ ଯାଉଥିଲା ବୋହୂ। କିଛିଦିନ ସବୁକିଛି ଠିକଠାକ ଚାଲିଥିବାବେଳେ ହଠାତ୍ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ମନମାଳିନ୍ୟ ହୋଇଥିଲା। ଆଉ ସବୁ ଦିନ ପାଇଁ ବାପ ଘରେ ରହିଗଲା ବୋହୂ। ପୁଣି ଥରେ ଝିଅର ବିବାହ କରିବା ପାଇଁ ଯୋଜନା କଲେ ବାପ ଘର ଲୋକ। ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ କଣ୍ଟିଗଡ଼ିଆ ଗାଁରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି।

Advertisment

ସେପଟେ ସ୍ତ୍ରୀର ଦ୍ଵିତୀୟ ବିବାହ ପାଇଁ ଆୟୋଜନ ଚାଲିଥିବା କଥା ସ୍ୱାମୀ ଜାଣିବା ପରେ ପୋଲିସର ଦ୍ୱାରସ୍ଥ ହୋଇଛନ୍ତି। ଆଉ ନିଜ ସ୍ତ୍ରୀକୁ ଫେରି ପାଇବା ପାଇଁ ଦାବି କରିଛନ୍ତି।

ସୂଚନା ଅନୁସାରେ, ଗତବର୍ଷ ଫେବୃଆରୀରେ କଣ୍ଟିଗଡ଼ିଆ ଗାଁର ଭାଗ୍ୟଧର ଦାଶ ଯାଜପୁର ଟାଉନ ଥାନା ଅଂଚଳର ଜଣେ ଯୁବତୀଙ୍କୁ ପ୍ରଥମେ ମନ୍ଦିରରେ ବିବାହ କରିଥିଲେ। ପରେ କୋର୍ଟରେ ରେଜେଷ୍ଟ୍ରି ମ୍ୟାରେଜ କରିଥିଲେ । ତେବେ ବିବାହର କିଛି ଦିନ ପରେ ପତ୍ନୀ ପାଠ ପଢ଼ିବେ ବୋଲି କହିଥିଲେ। ଏଥିପାଇଁ ସେ ବାରମ୍ବାର ବାପ ଘରକୁ ଯାଆଆସ କରୁଥିଲେ। ହେଲେ ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣରୁ ମନମାଳିନ୍ୟ ହୋଇଥିଲା। ଫଳରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା ଏବଂ ମହିଳା ଜଣକ ରାଗିଯାଇ ତାଙ୍କ ବାପ ଘରକୁ ଚାଲି ଯାଇଥିଲେ। ଆଉ ସବୁଦିନ ପାଇଁ ସେଠାରେ ରହିବେ ବୋଲି ସ୍ଥିର କରିଥିଲେ।

Advertisment

କିଛି ଦିନ ବାପ ଘରେ ରହିବା ପରେ, ମହିଳାଙ୍କ ପରିବାର ଲୋକ ତାଙ୍କର ଅନ୍ୟତ୍ର ବିବାହ କରିବାକୁ ସ୍ଥିର କରିଥିଲେ। ଏହି ଖବର ଭାଗ୍ୟଧରଙ୍କ ପାଖରେ ପହଞ୍ଚିବା ପରେ ସେ ପୋଲିସର ଦ୍ୱାରସ୍ଥ ହୋଇଛନ୍ତି। ନିଜ ପତ୍ନୀଙ୍କୁ ଫେରିବା ପାଇଁ ସେ ପୋଲିସ ନିକଟରେ ପହଞ୍ଚିଛନ୍ତି। ଏନେଇ ସେ ଯାଜପୁର ଟାଉନ ଥାନାର ଲିଖିତ ଅଭିଯୋଗ କରିଛନ୍ତି। ଟାଉନ ଥାନା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ତେବେ ଏହି ଘଟଣାକୁ ନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ