Advertisment

Odisha Pahala Rasagola: ରସଗୋଲାକୁ ନେଇ ପୁଣି ପ୍ରଶଂସା ସାଉଁଟିଲା ଓଡ଼ିଶା , ପାହାଳ ରସଗୋଲା ଖାଇ ଖୁସିରେ ବିଭୋର କେନ୍ଦ୍ର କୃଷିମନ୍ତ୍ରୀ

ଓଡ଼ିଶାର ରସଗୋଲା ଭାରି ସୁଆଦ। ପାହାଳରେ ରସଗୋଲା ଖାଇ ଖୁସିରେ ବିଭୋର ହେଲେ କେନ୍ଦ୍ର କୃଷିମନ୍ତ୍ରୀ। ଓଡିଶା ଗସ୍ତରେ ଆସିଥିବା ବେଳେ ପାହାଳଠାରେ ଥିବା ଏହି ମିଷ୍ଟାନ୍ନ ଭଣ୍ଡାରରେ ରସଗୋଲା ଖାଇଥିଲେ କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂ ଚୌହାନ। ଆଉ ଏହାର ସ୍ବାଦକୁ ବେଶ୍ ପ୍ରଶଂସା ମଧ୍ୟ କରିଥିଲେ।

SHIVRAJ-EAT-RASGULLA

SHIVRAJ-EAT-RASGULLA Photograph: (OTV)

Advertisment

ଓଡ଼ିଶାର ରସଗୋଲା ଭାରି ସୁଆଦ। ପାହାଳରେ ରସଗୋଲା ଖାଇ ଖୁସିରେ ବିଭୋର ହେଲେ କେନ୍ଦ୍ର କୃଷିମନ୍ତ୍ରୀ। ଓଡିଶା ଗସ୍ତରେ ଆସିଥିବା ବେଳେ ପାହାଳଠାରେ ଥିବା ଏହି ମିଷ୍ଟାନ୍ନ ଭଣ୍ଡାରରେ ରସଗୋଲା ଖାଇଥିଲେ କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂ ଚୌହାନ। ଆଉ ଏହାର ସ୍ବାଦକୁ ବେଶ୍ ପ୍ରଶଂସା ମଧ୍ୟ କରିଥିଲେ। 

Advertisment

 କଟକ ସ୍ଥିତ ଧାନ ଗବେଷଣା କେନ୍ଦ୍ରରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଭୁବନେଶ୍ବର ଫେରିବା ବେଳେ ଜାତୀୟ ରାଜପଥ କଡ଼ରେ ପାହାଳ ରସଗୋଲା ଖାଇବାକୁ ଅଟକି ଯାଇଥିଲେ। ତାଙ୍କ ସହିତ ଥିଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ। ଉଭୟଙ୍କୁ ଗରମ ଗରମ ରସଗୋଲା ବଢାଇ ଦେଇଥିଲେ ବ୍ୟବସାୟୀ। ରସଗୋଲା ଖାଇ ବେସ୍ ପ୍ରଶଂସା କରିବା ସହ ନିଜ ସାଙ୍ଗରେ ପାର୍ସଲ୍ ମଧ୍ୟ ନେଇଥିଲେ। ସୋସିଆଲ ମିଡିଆ ଏକ୍ସ ହ୍ୟାଣ୍ଡଲରେ ଏହାର ଏକ ଭିଡିଓ ପୋଷ୍ଟ କରି ଏହାର ସ୍ବାଦ ଅତୁଳନୀୟ ବୋଲି କହିଥିଲେ ଶିବରାଜ।

ବିଶ୍ୱସ୍ତରରେ ଓଡ଼ିଶାର ରସଗୋଲା ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ବହୁ ବାଦ ବିବାଦ ପରେ ଓଡ଼ିଶା ରସଗୋଲାକୁ ମିଳିଛି ଜିଆଇ ଟ୍ୟାଗ୍। ଆଉ ମାନ୍ୟତା ମିଳିବା ପରେ ଏହାର ପରିଚୟକୁ ବଳିଷ୍ଠ କରିବାକୁ ପାହାଳରେ ‘ରସଗୋଲା କ୍ଲଷ୍ଟର୍’ ନିର୍ମାଣ ହେବ ବୋଲି ସରକାର ଘୋଷଣା କରିଥିଲେ। ହେଲେ ଏପର୍ଯ୍ୟନ୍ତ କ୍ଲଷ୍ଟର୍ ହୋଇପାରି ନାହିଁ । ରାଜ୍ୟସ୍ତରୀୟ ମିଠା ପ୍ରସ୍ତୁତକାରୀ ସଂଘ ଉତ୍କଳ ମିଷ୍ଟାନ୍ନ ବ୍ୟବସାୟୀ ସମିତି ମଧ୍ୟ ପୂର୍ବରୁ ସରକାରଙ୍କୁ ମିଠା ଶିଳ୍ପର ବିକାଶ ପାଇଁ ଆବଶ୍ୟକୀୟ ଭିତ୍ତିଭୂମି ସୁବିଧା ସହିତ 'ମିଠା ହବ୍' ସ୍ଥାପନ କରିବାକୁ ଅନୁରୋଧ କରିଥିଲା। ରସଗୋଲାକୁ ଆହୁରି ଲୋକପ୍ରିୟ କରାଇବା ପାଇଁ ବର୍ତ୍ତମାନର ସରକାର ପଦକ୍ଷେପ ନେବା ଜରୁରୀ ହୋଇଛି । 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ