Advertisment

'କାହିଁକି ଧମକାଉଛନ୍ତି ମନ୍ତ୍ରୀ ଅରୁଣ'

ଭୁବନେଶ୍ୱର: ନୟାଗଡ଼ର ପରୀ ହତ୍ୟା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଟାର୍ଗେଟ୍। ଯଦି ପରୀ ନ୍ୟାୟ ନ ପାଇଲା ସରକାରଙ୍କ କ୍ଷମତାରେ ରହିବା ଅଧିକାର ନାହିଁ ବୋଲି ଆକ୍ଷେପ କରି କହିଛନ୍ତି ମନ୍ତ୍ରୀ। ଏହା ସହ ପରୀକୁ ନ୍ୟାୟ ଦେବା ପର୍ଯ୍ୟନ୍ତ ତୃଣମୂଳ ସ୍ତରରେ ବିଜେପି ଆନ୍ଦୋଳନ ଜାରି ରଖିବ। ଏହି ମାମଲାରେ ପରୀ ଗାଁର ସରପଞ୍ଚ ଏହି ଘଟଣାରେ ଆଗକୁ ଆସିଛନ୍ତି ତେଣୁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ମନ୍ତ୍ରୀ। ତାଙ୍କ ପରି […]

'କାହିଁକି ଧମକାଉଛନ୍ତି ମନ୍ତ୍ରୀ ଅରୁଣ'

pratap

Advertisment

ଭୁବନେଶ୍ୱର: ନୟାଗଡ଼ର ପରୀ ହତ୍ୟା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଟାର୍ଗେଟ୍। ଯଦି ପରୀ ନ୍ୟାୟ ନ ପାଇଲା ସରକାରଙ୍କ କ୍ଷମତାରେ ରହିବା ଅଧିକାର ନାହିଁ ବୋଲି ଆକ୍ଷେପ କରି କହିଛନ୍ତି ମନ୍ତ୍ରୀ। ଏହା ସହ ପରୀକୁ ନ୍ୟାୟ ଦେବା ପର୍ଯ୍ୟନ୍ତ ତୃଣମୂଳ ସ୍ତରରେ ବିଜେପି ଆନ୍ଦୋଳନ ଜାରି ରଖିବ। ଏହି ମାମଲାରେ ପରୀ ଗାଁର ସରପଞ୍ଚ ଏହି ଘଟଣାରେ ଆଗକୁ ଆସିଛନ୍ତି ତେଣୁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ମନ୍ତ୍ରୀ। ତାଙ୍କ ପରି ବ୍ୟକ୍ତି ଆଗକୁ ଆସିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ।

Advertisment

ଯଦି ମନ୍ତ୍ରୀ ଅରୁଣଙ୍କର ସମ୍ପୃକ୍ତି ନାହିଁ ତାହେଲେ ସେ କାହିଁକି ଧମକାଉଛନ୍ତି ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି। ସମ୍ପୃକ୍ତ ମନ୍ତ୍ରୀଙ୍କ ନାଁରେ ପ୍ରଥମ ଥର ପାଇଁ ନୁହେଁ ପୂର୍ବରୁ ବି ଅଭିଯୋଗ ରହିଛି। ଏହା ପରେ ବି କାହିଁକି ମନ୍ତ୍ରୀଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉନି; ଥାନାକୁ ଡାକି ଜେରା ହେଉନି ବୋଲି ମନ୍ତ୍ରୀ ପ୍ରଶ୍ନ କରିଛନ୍ତି। SIT ତଦନ୍ତକୁ ନେଇ ସନ୍ଦେହ ରହିଛି, ଏଣୁ ପରୀ ମୃତ୍ୟୁ ମାମଲାର CBI ତଦନ୍ତ ଦାବି କରିଛନ୍ତି କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଅଭିଯୋଗ ନେଇ ବିଜେଡି ଓ କଂଗ୍ରେସର ପ୍ରତିକ୍ରିୟା ମିଳିପାରିନି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ