Advertisment

ହୃଦୟ ଜିତିଲେ ଦୁଇ ଯୁବକ ; ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ପାଇ ଫେରେଇଲେ

କୋଣାର୍କ ( ସଂଜୟ ପତି) : ମାନବିକତା ଆଗରେ ହାର ମାନିଛି ଟଙ୍କା ଓ ସୁନା ଅଳଙ୍କାରର ଲୋଭ। ମାନବିକତା ଦେଖାଇ ଲୋକଙ୍କ ହୃଦୟ ଜିତିଛନ୍ତି ଦୁଇ ଯୁବକ । ଅଚାନକ ୩ ଲକ୍ଷ ଟଙ୍କାର ସୁନା ଅଳଙ୍କାର ପାଇବା ପରେ ବି ସେସବୁକୁ ଜଣେ ମହିଳାଙ୍କୁ ଫେରାଇ ନିଜର ସଚ୍ଚୋଟ ପଣିଆର ପ୍ରମାଣ ଦେଇଛନ୍ତି ଏହି ଦୁଇ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ନିମାପଡ଼ା ଅଞ୍ଚଳରେ। ମିଳିଥିବା ସୂଚନା ମୁତାବକ, ଗତ […]

ହୃଦୟ ଜିତିଲେ ଦୁଇ ଯୁବକ ; ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ପାଇ ଫେରେଇଲେ

gold -2

Advertisment

କୋଣାର୍କ ( ସଂଜୟ ପତି) : ମାନବିକତା ଆଗରେ ହାର ମାନିଛି ଟଙ୍କା ଓ ସୁନା ଅଳଙ୍କାରର ଲୋଭ। ମାନବିକତା ଦେଖାଇ ଲୋକଙ୍କ ହୃଦୟ ଜିତିଛନ୍ତି ଦୁଇ ଯୁବକ । ଅଚାନକ ୩ ଲକ୍ଷ ଟଙ୍କାର ସୁନା ଅଳଙ୍କାର ପାଇବା ପରେ ବି ସେସବୁକୁ ଜଣେ ମହିଳାଙ୍କୁ ଫେରାଇ ନିଜର ସଚ୍ଚୋଟ ପଣିଆର ପ୍ରମାଣ ଦେଇଛନ୍ତି ଏହି ଦୁଇ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ନିମାପଡ଼ା ଅଞ୍ଚଳରେ।

Advertisment

publive-imageମିଳିଥିବା ସୂଚନା ମୁତାବକ, ଗତ ୮ତାରିଖରେ ଇଚ୍ଛାପୁର ଗାଁର କାବେରୀ ପ୍ରଧାନ ନାମକ ମହିଳା ବାପଘରୁ ଶାଶୁ ଘରକୁ ଫେରିଥିଲେ। ଗୋପିନାଥପାଟଣା ଗାଁ ନିକଟରେ ଭ୍ୟାନିଟ ବ୍ୟାଗଟି ତାଙ୍କ ଅଜାଣତରେ ପଡିଯାଇଥିଲା । ଭ୍ୟାନିଟରେ ଟଙ୍କା, ସୁନା ଆଦି ଜିନିଷ ରହିଥିଲା । ଏହି ଭ୍ୟାନିଟକୁ ପାଇଥିଲେ ଗୋପିନାଥ ପାଟଣା ଗାଁର ଆଲୋକ ନାୟକ ଓ ଚନ୍ଦନ ବାରିକ।  ଦୁଇ ଯୁବକ ଏନେଇ ଗ୍ରାମବାସୀଙ୍କ ଜଣାଇବାରୁ ସମସ୍ତେ ମିଶି ଏହି ଖବର ସୋଶାଲ ମିଡିଆରେ ଭାଇରାଲ କରିଥିଲେ।

publive-imageଶେଷରେ ସମ୍ପୃକ୍ତ ମହିଳା ଜଣକ ପରିଚୟପତ୍ର ଦେଖାଇ ତାଙ୍କ ଜିନିଷ ଫେରିପାଇଛନ୍ତି।  ଗାଁର ଦୁଇ ଯୁବକଙ୍କ ଏଭଳି କାର୍ଯ୍ୟକୁ ଭୁରି ଭୁରି ପ୍ରଂଶସା କରାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ