DEATH Photograph: (OTV)
ସାଙ୍ଗ ହୋଇ ଗାଧୋଇବାକୁ ଯାଇଥିଲେ, ଆଉ ସାଙ୍ଗ ହୋଇ ଚାଲିଗଲେ। ପୋଖରୀରେ ବୁଡି ଦୁଇ ନାବାଳିକା ସାଙ୍ଗଙ୍କ ଅକାଳ ମୃତ୍ୟୁ। କପ୍ତିପଦା ଥାନା ବଡ଼ଖଲାଡି ନଛିପୁର ଗାଁରେ ଘଟିଛି ଏଭଳି ହୃଦୟ ବିଦାରକ ଘଟଣା। ଦାଣ୍ଡଘାଟ ଦେହୁରୀ ସାହି ବିଦ୍ୟାଳୟରେ ପାଠ ପଢ଼ୁଥିବା ଦୁଇ ସାଙ୍ଗ ୭ ବର୍ଷର ଶୁଭସନ୍ଧ୍ୟା ନାୟକ ଏବଂ ୮ ବର୍ଷର ରାଜଲକ୍ଷ୍ମୀ ଶଙ୍ଖୁଆଳ ବିଦ୍ୟାଳୟରୁ ଫେରି ଗାଧୋଇବା ପାଇଁ ଘର ନିକଟ ପୋଖରୀକୁ ଯାଇଥିଲେ।
କଥା ନମାନି ପୋଖରୀକୁ ଯାଇଥିଲେ
ପରିବାର ଲୋକେ ନଳକୂପରେ ଗାଧୋଇବାକୁ କହିଥିଲେ ସୁଦ୍ଧା ଦୁଇ ସାଙ୍ଗ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। କିଛି ସମୟ ପରେ ଅଚାନକ ପରିବାର ଲୋକେ ଦୁଇ ନାବାଳିକା ପାଣିରେ ବୁଡି ଯାଇଥିବା ଜାଣିବାକୁ ପାଇଥିଲେ।
ତୁରନ୍ତ ପରିବାର ସଦସ୍ୟ ପୋଖରୀରେ ପଶି ଉଭୟଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ କପ୍ତିପଦା ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।
ଦୁଇ ନାବାଳିକା ସାଙ୍ଗ ଏକ ସାଙ୍ଗେ ପୋଖରୀରେ ବୁଡି ମୃତ୍ୟୁ ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।
ପୋଖରୀରେ ବୁଡ଼ି ୨ ନାବାଳିକା ମୃତ
କପ୍ତିପଦା ଥାନା ନଥିପୁର ଗାଁ ପୋଖରୀରେ ବୁଡ଼ିଗଲେ
ସ୍କୁଲ୍ ରୁ ଫେରି ଗାଁ ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/03/07/death-2026-03-07-18-18-01.jpg)