Advertisment

OPD Services Hit for Two Hours: ଦୁଇ ଘଣ୍ଟା ଓପିଡିରେ ରୋଗୀ ଦେଖିଲେ ନାହିଁ ଡାକ୍ତର, ଆନ୍ଦୋଳନକୁ ଓହ୍ଲାଇଛି ଓମସା

ତେଜିଲା ଓମସା ଆନ୍ଦୋଳନ। ଆଉ ଘଣ୍ଟାଏ ନୁହେଁ, ଆଜିଠୁ ଦୁଇ ଘଣ୍ଟା ଓପିଡି ବନ୍ଦ। ସକାଳ ୯ଟାରୁ ୧୧ଟା ଯାଏଁ ସରକାରୀ ଡାକ୍ତରଖାନାରେ ଓପିଡି ସେବା ବନ୍ଦ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଡାକ୍ତର। ଏହି ଦୁଇ ଘଣ୍ଟା ଓପିଡିରେ ଡାକ୍ତର ରୋଗୀ ଦେଖିଲେ ନାହିଁ ।

OPD

OPD Photograph: (OTV)

Advertisment

ଜିଦ୍ ରେ ଅଟଳ ଡାକ୍ତରୀ ସଂଘ । ତେଜିଲା ଓମସା ଆନ୍ଦୋଳନ। ଆଉ ଘଣ୍ଟାଏ ନୁହେଁ, ଆଜିଠୁ ଦୁଇ ଘଣ୍ଟା ଓପିଡି ବନ୍ଦ। ସକାଳ ୯ଟାରୁ ୧୧ଟା ଯାଏଁ ସରକାରୀ ଡାକ୍ତରଖାନାରେ ଓପିଡି ସେବା ବନ୍ଦ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଡାକ୍ତର। ଏହି ଦୁଇ ଘଣ୍ଟା ଓପିଡିରେ ଡାକ୍ତର ରୋଗୀ ଦେଖିଲେ ନାହିଁ ।

Advertisment

ଡାକ୍ତରଙ୍କ ଚେତାବନୀ

୧୪ ତାରିଖ ସୁଦ୍ଧା ସରକାର ଦାବି ଉପରେ କୌଣସି ପଦକ୍ଷେପ ନ ନେଲେ ପରବର୍ତ୍ତୀ ସମୟରେ ଉଭୟ ସକାଳେ ଓ ଅପରାହ୍ଣରେ ଦୁଇ ଘଣ୍ଟାଏ ଲେଖାଏଁ ଓପିଡି ବନ୍ଦ କରିବାକୁ ଚେତାବନୀ ଦେଇଥିଲା ଓମସା । ତେବେ ଏହି ସମୟରେ ସମସ୍ତ ଜରୁରୀକାଳୀନ ସେବା ଜାରି ରହିଥିଲା।

ସେପଟେ ରାଜ୍ୟ ସରକାର ଡାକ୍ତରଙ୍କ ଦାବିର ତର୍ଜମା ପାଇଁ ଅନ୍ତଃବିଭାଗୀୟ କମିଟି ଗଠନ କରିଛନ୍ତି। ଶୀଘ୍ର କମିଟିର ବୈଠକ ବସି ଏନେଇ ଆଲୋଚନା କରିବା ପରେ ରିପୋର୍ଟ ଦେବ । ୧୦ ଦଫା ଦାବି ନେଇ ଓମସା ପକ୍ଷରୁ ଡିସେମ୍ବର ୨୬ ତାରିଖରୁ ଘଣ୍ଟିକିଆ ଓପିଡି ବନ୍ଦ କରାଯାଉଥିଲା ।

Advertisment

ଜିଦ୍ ରେ ଅଟଳ ଡାକ୍ତରୀ ସଂଘ

ଆଜିଠୁ ଦୁଇ ଘଣ୍ଟା ଓପିଡି ବନ୍ଦ
ସକାଳୁ ୯ଟାରୁ ୧୧ଟା ଯାଏଁ ଓପିଡି ସେବା ବନ୍ଦ
ଦାବି ପୂରଣ ନହେଲେ ଆଗକୁ ଆହୁରି ଜୋରଦାର ହେବ ଆନ୍ଦୋଳନ
ସମସ୍ତ ଜରୁରୀକାଳୀନ ସେବା ଚାଲିଥିଲା 
ଡାକ୍ତରଙ୍କ ଦାବିର ତର୍ଜମା ପାଇଁ ଅନ୍ତଃବିଭାଗୀୟ କମିଟି ଗଠନ ହୋଇଛି
୧୦ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛି ଓମସା

Strike Doctor
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ