CHOWDWAR-JAIL Photograph: (OTV)
କଡ଼ା ସୁରକ୍ଷା ବଳୟରେ ରହୁଥିବା କଟକଚୌଦ୍ବାର ମଣ୍ଡଳ କାରାଗାରରୁ କେମିତି ରାତି ଅଧରେ ଚମ୍ପଟ ମାରିଲେ ବିହାରର ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ? ସେମାନେ କୁଆଡ଼େ ଗଲେ ଓ କେଉଁଠି ଲୁଚିଛନ୍ତି ? ତିନି ଦିନ ପରେ ତାଙ୍କର କୌଣସି ପତ୍ତା ମିଳୁନି। ଆଖପାଖ ଅଞ୍ଚଳର ୫୦ରୁ୬୦ ସିସିଟିଭି ଯାଞ୍ଚ କରିଛି ପୋଲିସ। ରାଜ୍ୟ ବାହାରକୁ ୪ଟି ଟିମ୍ ମଧ୍ୟ ଯାଇ ତନାଘନା କରୁଛି। ଆଖପାଖ ଜିଲ୍ଲାର ଲୋକାଲ ଥାନାକୁ ମଧ୍ୟ ଆଲର୍ଟ କରାଯାଇଛି।
ଦୁଇ କଏଦୀଙ୍କ ଫଟୋ ଜାରି କରାଯାଇଛି। ପେଟ୍ରୋଲିଂ ବେଳେ କଡାକଡି ଯାଞ୍ଚ କରାଯାଇଛି। ଦୁଇ କଏଦୀଙ୍କ ଫଟୋ ଜାରି କରାଯାଇଛି। ପୂର୍ବରୁ ଦୁଇ ଅପରାଧୀଙ୍କୁ ଧରାଇ ଦେଲେ ୫୦ ହଜାର ଟଙ୍କା ପୁରସ୍କାର ମିଳିବ ବୋଲି ଘୋଷଣା କରିଥିଲା କମିଶନରେଟ୍ ପୋଲିସ। ଦୁଇ ଫେରାର କଏଦୀ ହେଲେ ବିହାରର ମଧୁକାନ୍ତ ରାଣା ଓ ରାଜା ସାହାଣୀ। ଜେଲ୍ ଭିତରେ ପୂଜା ସେଲିବ୍ରେସନର ମଉକା ଦେଖି ସେମାନେ ଫିଲ୍ମ ଷ୍ଟାଇଲରେ ପାଚେରୀ ଡେଇଁ ଛୁ ମାରିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/05/chowdwar-jail-2025-10-05-13-40-33.jpg)