Advertisment

ଅଭିନେତା ସୋନୁ ସୁଦ ଏବଂ ଗଞ୍ଜାମ ଜିଲ୍ଲାପାଳଙ୍କ ମଧ୍ୟରେ ଟୁଇଟର ଯୁଦ୍ଧ

ବ୍ରହ୍ମପୁର: କୋଭିଡ ରୋଗୀଙ୍କ ପାଇଁ ବେଡ ବ୍ୟବସ୍ଥାକୁ ନେଇ ବଲିଉଡ ଅଭିନେତା ସୋନୁ ସୁଦ ଏବଂ ଗଞ୍ଜାମ ଜିଲ୍ଲାପାଳଙ୍କ ମଧ୍ୟରେ ଟୁଇଟର ୱାର। ଗଞ୍ଜାମ ଜିଲ୍ଲାରେ ଜଣେ କୋଭିଡ ରୋଗୀଙ୍କ ପାଇଁ ସୋନୁ ସୁଦ ବେଡ୍ ସୁବିଧା କରିଥିବା ଟୁଇଟକୁ ନେଇ ମୁହାଁମୁହିଁ।…

ଅଭିନେତା ସୋନୁ ସୁଦ ଏବଂ ଗଞ୍ଜାମ ଜିଲ୍ଲାପାଳଙ୍କ ମଧ୍ୟରେ ଟୁଇଟର ଯୁଦ୍ଧ

BeFunky-collage

Advertisment

ବ୍ରହ୍ମପୁର: କୋଭିଡ ରୋଗୀଙ୍କ ପାଇଁ ବେଡ ବ୍ୟବସ୍ଥାକୁ ନେଇ ବଲିଉଡ ଅଭିନେତା ସୋନୁ ସୁଦ ଏବଂ ଗଞ୍ଜାମ ଜିଲ୍ଲାପାଳଙ୍କ ମଧ୍ୟରେ ଟୁଇଟର ୱାର। ଗଞ୍ଜାମ ଜିଲ୍ଲାରେ ଜଣେ କୋଭିଡ ରୋଗୀଙ୍କ ପାଇଁ ସୋନୁ ସୁଦ ବେଡ୍ ସୁବିଧା କରିଥିବା ଟୁଇଟକୁ ନେଇ ମୁହାଁମୁହିଁ। ପ୍ରଥମେ ସୋନୁଙ୍କ ସାହାଯ୍ୟ ଦାବିକୁ ଅଗ୍ରାହ୍ୟ ଏବଂ ପରେ ସୋନୁ ପ୍ରମାଣ ଦେବା ପରେ ଆଭିମୁଖ୍ୟରେ ପରିବର୍ତ୍ତନ କଲେ ଜିଲ୍ଲାପାଳ।  ପ୍ରଦୀପ ବେହେରା ନାମକ ଜଣେ ଯୁବକ ତାଙ୍କ ପତ୍ନୀଙ୍କ ପାଇଁ ଏକ ବେଡ୍ ବ୍ୟବସ୍ଥା କରିବାକୁ ଏକ ଟୁଇଟ କରିଥିଲେ। ଏଥିପାଇଁ ବହୁ ଚେଷ୍ଟା କରି ବିଫଳ ହେବାପରେ ସାହାଯ୍ୟ କରିବାକୁ ସୋନୁଙ୍କୁ ଟୁଇଟ୍ କରି ଅନୁରୋଧ କରିଥିଲେ ପ୍ରଦୀପ।

Advertisment

Advertisment

ଏହାର ଜବାବରେ ସୋନୁ ଟୁଇଟ୍ କରି ଅଶ୍ୱାସନା ଦେଇଥିଲେ ଯେ ଯେ ବ୍ୟସ୍ତ ହେବା ଦରକାର ନାହିଁ, ଗଞ୍ଜାମ ସିଟି ହସ୍ପିଟାଲରେ ବେଡ ବ୍ୟବସ୍ଥା ହୋଇଯାଇଛି। ହେଲେ ଏହା ପରେ ଗଞ୍ଜାମ ଜିଲ୍ଲାପାଳ ଏକ ଟୁଇଟ କରି ଏହି ଘଟଣାରେ ସ୍ପଷ୍ଟୀକରଣ ରଖିଥିଲେ ଯେ ସୋନୁ ସୁଦଙ୍କ ଠାରୁ କୌଣସି ଯୋଗାଯୋଗ ତାଙ୍କ ନିକଟକୁ ହୋଇନାହିଁ।

Advertisment

ଏଥି ସହିତ କୌଣସି ବେଡ୍ ଇସ୍ୟୁ ନାହିଁ ବୋଲି ଟୁଇଟ କରିବା ସହ ରୋଗୀ ଜଣକ ହୋମ ଆଇସୋଲେସନରେ ଅଛନ୍ତି ଏବଂ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ମଧ୍ୟ ଉଲ୍ଲେଖ କରିଥିଲେ। ତେବେ ପରେ ପୁଣି ସୋନୁ ସୁଦ ଟୁଇଟ କରି କହିଥିଲେ ସମ୍ପୃକ୍ତ ରୋଗୀ ଜଣଙ୍କ ତାଙ୍କୁ ଅନୁରୋଧ କରିଥିବାରୁ ଆମେ ତାଙ୍କୁ ସାହାଯ୍ୟ କରିଥିଲୁ। ରେଫରେନ୍ସ ପାଇଁ ସମ୍ପୃକ୍ତ ବ୍ୟକ୍ତିଙ୍କ ସହ ଚାଟକୁ ମଧ୍ୟ ତାଙ୍କ ଟୁଇଟରେ ପ୍ରମାଣ ଆକାରରେ ଦର୍ଶାଇଥିଲେ ସୋନୁ।

ଏହା ପରେ କାହା କଥା ଠିକ୍, ତାକୁ ନେଇ ପ୍ରଶ୍ନ ଉଠିଥିବାବେଳେ ୟୁ ଟର୍ଣ୍ଣ କରି ଗଞ୍ଜାମ ଜିଲ୍ଲାପାଳ ପୁଣି ଏକ ଟୁଇଟ କରିଥିଲେ ସୋନୁ ସୁଦଙ୍କ ଉଦ୍ଦେଶ୍ୟରେ। ଲେଖିଥିଲେ ତାଙ୍କୁ ସମାଲୋଚନା କରିବା ଉଦ୍ଦେଶ୍ୟ ନଥିଲା।  ଏଥି ସହିତ ସୋନୁଙ୍କୁ ପ୍ରସଂଶା ମଧ୍ୟ କରିଥିଲେ। ତେବେ ପ୍ରଥମେ ସୋନୁଙ୍କ ଦାବିକୁ ଅଗ୍ରାହ୍ୟ କରିବା ଏବଂ ପରେ କାହିଁକି ଆଭିମୁଖ୍ୟରେ ପରିବର୍ତ୍ତନ କଲେ ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ