BBSR Kidnapped
ଭୁବନେଶ୍ୱର:ଭୁବନେଶ୍ୱର ଡେଲଟା ଛକରୁ ଯୁବକଙ୍କୁ ଅପହରଣ ଘଟଣାରେ ଆସିଲା ଟ୍ୱିଷ୍ଟ । ଏହା ଅପହରଣ ନୁହେଁ କହିଲେ ଡିସିପି । ଯୁବକ ଜଣକ ନିଶା ନିବାରଣ କେନ୍ଦ୍ରରୁ ପଳାଇ ଆସିଥିଲେ ବୋଲି ଟୁଇଟ କରି ସୂଚନା ଦେଇଛନ୍ତି । ତେବେ ଆପହରଣ ଘଟଣାର ଖବର ପ୍ରକାଶ ହେବାର ମାତ୍ର କେଇ ଘଣ୍ଟା ମଧ୍ୟରେ ତଦନ୍ତ କରି ଏହା ଜାଣିବାକୁ ପାଇଛି ପୋଲିସ୍ । ନିଶା ନିବାରଣ କେନ୍ଦ୍ରରୁ ପଳାଇ ଆସିଥିବା ଯୁବକଙ୍କୁ ମଧ୍ୟ ଠାବ କରାଯାଇଛି । ଭୁବନେଶ୍ୱର ଡିସିପି ଏନେଇ ଟ୍ୱିଟ୍ ଯୋଗେ ସ୍ପଷ୍ଟ କରିଛନ୍ତି । ଏବେ ଘଟଣାର ଅନ୍ୟ ସମସ୍ତ ଦିଗକୁ ନେଇ ତଦନ୍ତ କରାଯାଉଥିବା ମଧ୍ୟ କହିଛନ୍ତି ଡିସିପି ।
/odishatv-khabar/media/post_attachments/wp-content/uploads/2021/06/vlcsnap-error164.png)
ଗୁରୁବାର ଅପରାହ୍ନ ସମୟରେ ରାଜଧାନୀର ଡେଲଟା ଛକରୁ ଜଣେ ଯୁବକଙ୍କୁ କିଛି ଯୁବକ ଜୋର ଜବରଦସ୍ତ କାରରେ ଭର୍ତ୍ତି କରି ଉଠାଇ ନେଇଥିଲେ । ଲୋକଙ୍କୁ ଭୟଭୀତ କରି ପୁରା ଫିଲ୍ମ ଷ୍ଟାଇଲରେ ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିଲେ ସମସ୍ତେ । ଡେଲଟା ଛକ ଭଳି ଏକ ଜନଗହଳିପୂର୍ଣ୍ଣ ସ୍ଥାନରେ ସର୍ବସମ୍ମୁଖରେ ଏହି ଘଟଣା ଘଟିଥିଲା ।
/odishatv-khabar/media/post_attachments/wp-content/uploads/2021/06/vlcsnap-error132.png)
ସୂଚନା ଅନୁସାରେ ବାଇକରେ ଆସୁଥିବା ଦୁଇ ଜଣ ଯୁବକଙ୍କ ମଧ୍ୟରୁ ଡେଲଟା ଛକରେ ଜଣେ ଯୁବକଙ୍କୁ କିଛି ଦୁର୍ବୃତ ଅଟକାଇ ଥିଲେ । ୫ ଜଣ ଦୁର୍ବୃତ୍ତ ବାଇକକୁ ଅଟକାଇ ଜଣଙ୍କୁ ଜୋର ଜବରଦସ୍ତ କାରରେ ଭର୍ତ୍ତି କରିଥିଲେ । ଅପହୃତ ଯୁବକ ଜଣକ ଜୋରରେ ପାଟି କରୁଥିଲେ ବି ସ୍ଥାନୀୟ ଅଞ୍ଚଳରେ ଥିବା ଲୋକେ ପାଟି ଖୋଲି ନଥିଲେ । କିଛି ସମୟର ଧସ୍ତାଧସ୍ତି ପରେ ଯୁବକଙ୍କୁ କାର ଭିତରେ ପୁରାଇ ଯୁବକମାନେ ସେଠାରୁ ଚାଲିଯାଇଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Capture-5_1622794598.jpg)