Advertisment

Twin Cyclones: ଓଡ଼ିଶାକୁ ମାଡ଼ି ଆସୁଛି କି ୨ଟି ବାତ୍ୟା? ୧୯୯୯ରୁ ଭୟଙ୍କର!

ସେହି ବଙ୍ଗୋପସାଗର, ସେହି ଅକ୍ଟୋବର। ଓଡ଼ିଶାକୁ ମାଡ଼ି ଆସୁଛି କି ଦୁଇ ଦୁଇଟି ବାତ୍ୟା ? ୧୯୯୯ ମହାବାତ୍ୟା ଠାରୁ ହେବ କି ଭୟଙ୍କର ? ଡରାଉଛି ଆମେରିକାର GFS ମଡେଲ୍ ।

October-Cyclone-Alert

October-Cyclone-Alert Photograph: (OTV)

Advertisment

ମନେ ପଡୁଛି ସେଇ ଅକ୍ଟୋବର। ଏକାସାଙ୍ଗରେ ମାଡ଼ି ଆସିଥିବା ଦୁଇଟି ବାତ୍ୟାର ପବନ ମାଡ଼ ଭାଙ୍ଗିଦେଇଥିଲା ଓଡ଼ିଶା। ଧ୍ୱଂସ କରିଦେଇଥିଲା ଘର ଉଜୁଡ଼ି ଯାଇଥିଲା ପରିବାର। ୨୬ ବର୍ଷର ସେହି ମହାବାତ୍ୟାର ମହାପ୍ରଳୟ କଥା ଶୁଣି ଏବେବି ଲୋମ ଟାଙ୍କୁରି ଦେଉଛି। ଏବର୍ଷ ପୁଣି ସେହି ପ୍ରଳୟର ଆଭାସ ଗଭୀର ସମୁଦ୍ରରେ ଦେଖାଦେଲାଣି। ଆଉ ପ୍ରଶ୍ନ ଉଠିଲାଣି, ପୁରୁଣା ଇତିହାସକୁ ପୁଣି ଦୋହରେଇବ କି ବଙ୍ଗୋପସାଗର? କାରଣ ଆମେରିକାର GFS ମଡେଲ୍ ବର୍ତ୍ତମାନ ସେମିତି ଏକ ଆକଳନ କରୁଛିl ଅକ୍ଟୋବରରେ ଦୁଇ ଦୁଇଟି ବାତ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି। ୨୧ ତାରିଖ ସୁଦ୍ଧା ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ସମ୍ଭାବନା ରହିଛି। ଏହା କ୍ରମଶଃ ପଶ୍ଚିମ- ଉତ୍ତରପଶ୍ଚିମ ଦିଗକୁ ଗତିକରି ଘନୀଭୂତ ହୋଇ ଅବପାତ ହୋଇପାରେ। ତେବେ ଏହା ବାତ୍ୟାରେ ପରିଣତ ହେବକି ନାହିଁ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ ।  
ତେବେ ଏହି ଅବପାତ ପ୍ରଭାବରେ ୨୧ ତାରିଖ ଠାରୁ ଦକ୍ଷିଣ ବଙ୍ଗୋପ ସାଗର ଓ ନିକଟସ୍ଥ ଆଣ୍ଡାମାନ ସାଗରରେ ସମୁଦ୍ର ଅଶାନ୍ତ ରହିବ। ତେଣୁ ୨୧ ତାରିଖ ପରେ ମତ୍ସ୍ୟଜୀବୀ ସମୁଦ୍ରକୁ ନଯିବାକୁ ପରାମର୍ଶ ଦେଇଛନ୍ତି  ଆଇଏମଡି ଡିଜି। ଯେଉଁମାନେ ଗଭୀର ସମୁଦ୍ରକୁ ଯାଇଛନ୍ତି ଫେରିଆସିବା ଉଚିତ ବୋଲି ମଧ୍ୟ କହିଛନ୍ତି ।
୧୯୯୯ ମସିହା ଅକ୍ଟୋବର ମାସ ବଙ୍ଗୋପସାଗର ରେ ସୃଷ୍ଟି ହୋଇଥିଲା ଦୁଇଟି ଶକ୍ତିଶାଳୀ ବାତ୍ୟା। ଗୋଟିଏ ୧୭ ଅକ୍ଟୋବରରେ ଗଞ୍ଜାମ ଜିଲ୍ଲାର ଗୋପାଳପୁର ଠାରେ ସ୍ଥଳଭାଗ ଛୁଇଁ ଥିବାବେଳେ ଅନ୍ୟଟି ବଙ୍ଗୋପସାଗର ଇତିହାସର ସବୁଠାରୁ ଶକ୍ତିଶାଳୀ ମହାବାତ୍ୟା ଭାବେ ଆଣ୍ଡାମାନ ସାଗର ଅଞ୍ଚଳରେ ସୃଷ୍ଟି ହୋଇଥିଲା। ଆଉ ୨୯ ଅକ୍ଟୋବରରେ ଜଗତସିଂହପୁର ଜିଲ୍ଲାର ଏରସମା ଅଞ୍ଚଳରେ ସ୍ଥଳ ଭାଗ ଛୁଇଁ ଥିଲା। ଯାହା ଆଣିଥିଲା ମହାପ୍ରଳୟ। ତେବେ ବର୍ତ୍ତମାନ ବାତ୍ୟା ଆସିବ କି ନାହିଁ ତା’ର ଚିତ୍ର ଆଉ କିଛି ଦିନ ଭିତରେ ସ୍ପଷ୍ଟ ହେବ ।

Advertisment

ଅଧିକ ଦେଖନ୍ତୁ:

Cyclone
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ