talcher
ଅନୁଗୁଳ : ତାଳଚେରରେ ଅର୍ଥନୈତିକ ଅବରୋଧ କରିଛନ୍ତି ଟ୍ରକ୍ ମାଲିକ ସଂଘ। ସେମାନଙ୍କ ଅଭିଯୋଗ ହେଲା, ତାଳଚେରର ପ୍ରାୟ ୨ ହଜାର ଟ୍ରକ୍ ମାଲିକ ବିଭିନ୍ନ ଶିଳ୍ପାନୁଷ୍ଠାନକୁ କୋଇଲା ଯୋଗାଇ ଥା’ନ୍ତି। କିନ୍ତୁ ଏମ୍ସିଏଲ୍ କର୍ତ୍ତୃପକ୍ଷ ଦିନକୁ ଦିନ ସଡ଼କ ପଥରେ କୋଇଲା ପରିବହନ ହ୍ରାସ କରୁଛନ୍ତି।
ଏହା ଦ୍ୱାରା କ୍ଷତି ସହୁଛନ୍ତି ଟ୍ରକମାଲିକମାନେ। ପରିବହନ ପାଇଁ ସେମାନଙ୍କୁ କୋଇଲା ମିଳୁ ନାହିଁ। ଫଳରେ ପ୍ରାୟ୨ ହଜାର ଟ୍ରକ୍ ମାଲିକ ରୋଜଗାର ହରାଇ ବସିଲେଣି। ନିଜର ସମସ୍ୟା ସଂପର୍କରେ ସେମାନେ ଏମ୍ସିଏଲ୍ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନାହିଁ। ତେଣୁ ବାଧ୍ୟ ହୋଇ ଅର୍ଥନୈତିକ ଅବରୋଧ କରାଯାଇଥିବା ଟ୍ରକ୍ ମାଲିକମାନେ କହିଛନ୍ତି। ଉପଜିଲ୍ଲାପାଳ କହିଛନ୍ତି, ଏମ୍ସିଏଲ୍ କର୍ତ୍ତୃପକ୍ଷଙ୍କ ସହିତ ଅାଲୋଚନା ହୋଇଛି। ଶୀଘ୍ର ସମାଧାନର ରାସ୍ତା ବାହାରିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/talcher_1626416661.jpg)