TRUCK-OVERTURNED Photograph: (OTV)
ଯିଏ ପାଇଲା ସେ ବୋହିନେଲା । ମାଗଣାରେ ଅଧିକ ନେବା ପାଇଁ ଟଣାଓଟରା ବି ହେଲେ । କଥା ଏତିକିରେ ଅଟକିଲାନି ଯେ ପୋଲିସ ବି ଆସି ପହଞ୍ଚିଲା । ଆଉ ଆରମ୍ଭ ହେଲା ପୁରା ଘଟଣାର ତଦନ୍ତ ।
ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଭୁତିଆରବାହାଲ ଗାଁ ନିକଟରେ ଓଲଟିଯାଇଛି ଏକ ଟ୍ରକ । ଟ୍ରକ ଭିତରେ ଥିଲା ବସ୍ତା ବସ୍ତା ଚାଉଳ । ଟ୍ରକ ଓଲଟିଥିବା ଜାଣିବା ପରେ ସ୍ଥାନୀୟ ଲୋକେ ବସ୍ତା ବସ୍ତା ଚାଉଳ ଘରକୁ ବୋହି ନେଇଛନ୍ତି ।
ଚାଉଳ ବୋହି ନେବା ପାଇଁ ଲୋକେ ଟଣାଓଟରା ହେଉଥିବା ମଧ୍ୟ ଦେଖିବାକୁ ମିଳିଛି । ଟ୍ରକଟି ଛତିଶଗଡ଼ରୁ ଦେଓଗାଁକୁ ଆସୁଥିବା ଚର୍ଚ୍ଚା ହେଉଛି । ଚାଉଳ ଚାଲାଣର କାଗଜପତ୍ର ଅଛି ନା ନାହିଁ, ଜଣାପଡିନାହିଁ । ଦେଓଗାଁ ପୋଲିସ ତଦନ୍ତ ଆରମ୍ଭ କରିଛି ....
ଓଲଟିଲା ଟ୍ରକ୍, ଚାଉଳ ବୋହିନେଲେ ଲୋକେ
ଭୁତିଆରବାହାଲ ନିକଟରେ ଓଲଟିଲା ଚାଉଳ ବୋଝେଇ ଟ୍ରକ୍
ଦୁର୍ଘଟଣାଗ୍ରସ୍ତ ଟ୍ରକରୁ ବସ୍ତା ବସ୍ତା ଚାଉଳ ବୋହିନେଲେ ଲୋକେ
ଛତିଶଗଡ଼ରୁ ଦେଓଗାଁକୁ ଚାଉଳ ନେଇ ଆସୁଥିଲା ଟ୍ରକ୍
ଟ୍ରକ୍ ଓ ଚାଉଳର କାଗଜପତ୍ର ଯାଞ୍ଚ କଲା ଦେଓଗାଁ ପୋଲିସ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/17/truck-overturned-2025-10-17-16-50-10.jpg)