Advertisment

ନିୟମ ରାଜା ଉପରେ ବିଶ୍ଵାସ: କୋଭିଡ୍ ଟେଷ୍ଟିଂକୁ କଲେ ବିରୋଧ

ରାୟଗଡ଼ା: ଆମେ ନିୟମ ରଜାଙ୍କୁ ପୂଜା କରୁଛୁ । ଆମର କିଛି ହେବ ନାହିଁ । କିଛି ଏମିତି ଢଙ୍ଗରେ କହି କରୋନା ଟେଷ୍ଟିଂକୁ ବିରୋଧ କରିଛନ୍ତି କନ୍ଧ ସମାଜର ଲୋକେ । ଏହା ତ ହେବା ସ୍ୱାଭାବିକ, କାହିଁକିନା କରୋନା…

ନିୟମ ରାଜା ଉପରେ ବିଶ୍ଵାସ: କୋଭିଡ୍ ଟେଷ୍ଟିଂକୁ କଲେ ବିରୋଧ

Dongria-Kondh-Niyamgiri-Hills

Advertisment

ରାୟଗଡ଼ା: ଆମେ ନିୟମ ରଜାଙ୍କୁ ପୂଜା କରୁଛୁ । ଆମର କିଛି ହେବ ନାହିଁ । କିଛି ଏମିତି ଢଙ୍ଗରେ କହି କରୋନା ଟେଷ୍ଟିଂକୁ ବିରୋଧ କରିଛନ୍ତି କନ୍ଧ ସମାଜର ଲୋକେ । ଏହା ତ ହେବା ସ୍ୱାଭାବିକ, କାହିଁକିନା କରୋନା କଣ ଏମାନଙ୍କୁ ଅଜଣା । ମହାମାରୀ ଏମାନଙ୍କ ପାଇଁ ଶବ୍ଦରେ ହିଁ ସୀମିତ । କେବଳ ଲୋକେ ନୁହଁନ୍ତି, ବରଂ ଗାଁ ସରପଞ୍ଚ ମଧ୍ୟ ନିୟମ ରାଜାଙ୍କ ଉପରେ ସବୁକିଛି ଛାଡି ଦେଇ କୋଭିଡ୍ ଟେଷ୍ଟିଂ କରିବାକୁ ରୋକଠୋକ ମନା କରିଦେଇଛନ୍ତି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା ନିୟମଗିରି ଅଞ୍ଚଳରେ। ବିଭିନ୍ନ ଜିଲ୍ଲାରେ କରୋନା ଟେଷ୍ଟିଂ କରିବାକୁ ହେଲେ ଲାଇନ୍ ଲଗାଇ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡୁଛି । କିନ୍ତୁ ଆଦିବାସୀ ଅଞ୍ଚଳରେ ଦୃଶ୍ୟ ସମ୍ପୂର୍ଣ୍ଣ ଭିନ୍ନ ।

Advertisment

ରାୟଗଡ଼ା ଜିଲ୍ଲା ନିୟମଗିରି ଅଞ୍ଚଳରେ ବସବାସ କରୁଥିବା ଡଙ୍ଗରିଆ କନ୍ଧ ସମାଜର ଲୋକେ କରୋନା ଟେଷ୍ଟକୁ ବିରୋଧ କରୁଛନ୍ତି। ଆମେ ନିୟମ ରଜାଙ୍କୁ ପୂଜା କରୁଛୁ ଆମର କିଛି ହେବ ନାହିଁ। ଏକଥା କହି ଟେଷ୍ଟକୁ ବିରୋଧ କରୁଛନ୍ତି। ଏନେଇ ନିୟମଗିରି ସୁରକ୍ଷା ମଞ୍ଚର ସଭାପତି ସକକା ଲଦ କହିଛନ୍ତି ଯେ, ନିୟମ ରଜାଙ୍କୁ ପୂଜା କରୁଥିବାରୁ ସେମାନଙ୍କର କିଛି ହେବ ନାହିଁ।

ଆଜି ନିୟମଗିରି ପାହାଡ଼ ତଳେ ଥିବା ପରସାଲିରେ ପ୍ରଶାସନ ପକ୍ଷରୁ କରୋନା ଟେଷ୍ଟ ହେବାର ଥିଲା। ଏଥିଲାଗି ଗାଁରେ ଟିମ୍ ପହଞ୍ଚିଥିଲେ ବି କନ୍ଧ ସମାଜର ଲୋକେ ତାଙ୍କୁ ସହଯୋଗ କରିନଥିଲେ। ଟିମରେ ଥିବା କଲ୍ୟାଣସିଂହପୁର ବିଡିଓ କହିଛନ୍ତି, ଏନେଇ ଲୋକଙ୍କୁ ବୁଝାସୁଝା କରାଯାଉଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ