Advertisment

ନରଣପୁରରେ ଠିଆ ହୋଇଛି ଗଛ ଉପରେ ଘର

କେନ୍ଦୁଝର: ଇଣ୍ଟରନେଟ୍‌ରେ ସର୍ଚ୍ଚ କରିବା ବେଳେ କାଁ ଭାଁ ଆପଣ “ଗଛ ଘର” ବା “Tree House’’ ଦେଖିଥିବେ। ହେଲେ ଏଥର ଆପଣ ଏମିତି କିଛି ରୋମାଞ୍ଚକ ଦୃଶ୍ୟକୁ ନିଜ କ୍ୟାମେରାରେ କଏଦ କରିପାରିବେ। ଅତି ପାଖରୁ। ଏହି ବିଦେଶୀ ସଉକ ଏବେ ଆମ କେନ୍ଦୁଝର ମାଟିରେ ଠିଆ ହୋଇଛି। କେନ୍ଦୁଝର ନରଣପୁରରେ ‘ଟ୍ରି ହାଉସ୍‌’ ଏବେ ଚର୍ଚ୍ଚାରେ। ଗଛ ଉପରେ ଘର କରିଛନ୍ତି ଯୁବ ବ୍ୟବସାୟୀ ବିଶ୍ୱରଞ୍ଜନ ସାମଲ। ନିଜ ଜାଗାରେ ସୁନ୍ଦର ଟ୍ରି ହାଉସ […]

ନରଣପୁରରେ ଠିଆ ହୋଇଛି ଗଛ ଉପରେ ଘର

o

Advertisment

କେନ୍ଦୁଝର: ଇଣ୍ଟରନେଟ୍‌ରେ ସର୍ଚ୍ଚ କରିବା ବେଳେ କାଁ ଭାଁ ଆପଣ “ଗଛ ଘର” ବା “Tree House’’ ଦେଖିଥିବେ। ହେଲେ ଏଥର ଆପଣ ଏମିତି କିଛି ରୋମାଞ୍ଚକ ଦୃଶ୍ୟକୁ ନିଜ କ୍ୟାମେରାରେ କଏଦ କରିପାରିବେ। ଅତି ପାଖରୁ। ଏହି ବିଦେଶୀ ସଉକ ଏବେ ଆମ କେନ୍ଦୁଝର ମାଟିରେ ଠିଆ ହୋଇଛି।

Advertisment

କେନ୍ଦୁଝର ନରଣପୁରରେ ‘ଟ୍ରି ହାଉସ୍‌’ ଏବେ ଚର୍ଚ୍ଚାରେ। ଗଛ ଉପରେ ଘର କରିଛନ୍ତି ଯୁବ ବ୍ୟବସାୟୀ ବିଶ୍ୱରଞ୍ଜନ ସାମଲ। ନିଜ ଜାଗାରେ ସୁନ୍ଦର ଟ୍ରି ହାଉସ ନିର୍ମାଣ କରିଛନ୍ତି ସେ। ଏଥିରେ ରହିଛି ଅତ୍ୟାଧୁନିକ ଡ୍ରଇଁ ରୁମ୍, କିଚେନ, ବାଥରୁମ୍‌ ଭଳି ସୁବିଧା। ଏହାସହ ସୁନ୍ଦର ବେଡ୍ ମଧ୍ୟ ପଡ଼ିଛି ଘର ଭିତରେ। ଏହା ସହ ୩ ପାର୍ଶ୍ୱରେ ୩ଟି ବାଲକୋନି ମଧ୍ୟ ରହିଛି । ବିଭିନ୍ନ ଦେଶ ବୁଲିବା ବେଳେ ଏଭଳି ଘରର ମଜା ଉଠାଇଥିବା ବିଶ୍ୱରଞ୍ଜନ ନିଜର ଏକ ଟ୍ରି ହାଉସ କରିବାକୁ ନିଷ୍ପତ୍ତି ନେଇଥିଲେ। ପରେ ନରଣପୁରରେ ଥିବା ବିରାଟ ଶାଳଗଛର ୬ଟି ଶାଖାରେ ସେ ଏମିତି ଏକ ଘର ତିଆରି କରିଛନ୍ତି।

ଗଛ ଡାଳରେ ନଟ୍ ବୋଲ୍ଟ ଭିଡ଼ି ମୋଟା କାଠ ବିମ୍ ପକାଇ ପ୍ଲାଏଉଡରେ ତିଆରି ହୋଇଛି ତାଙ୍କର ଏହି ଟ୍ରି ହାଉସ୍‌। ଏହି ସୁନ୍ଦର ଘରର ନିର୍ମାଣ କାର୍ଯ୍ୟ ଏବେ ସମ୍ପୁର୍ଣ୍ଣ ହୋଇନାହିଁ ହେଲେ ଏହାକୁ ଆହୁରି ଆକର୍ଷଣୀୟ କରିବା ଲାଗି ସେ ଲକ୍ଷ୍ୟ ରଖିଛନ୍ତି ବୋଲି କୁହନ୍ତି। ହେଲେ ଏଭଳି ଗଛ ଉପରକୁ ବିମ୍ ଉଠାଇ ଘର ତିଆରି କରିବା କଷ୍ଟକର ଥିଲା ବୋଲି ପ୍ଲାନ ଇଂଜିନିୟର କହିଛନ୍ତି।

Advertisment
Left Top
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ