TRAPPED IN THAILAND Photograph: (OTV)
ଥାଇଲାଣ୍ଡରେ ଫସିଛନ୍ତି ୬ ଓଡ଼ିଆ ଶ୍ରମିକ। ଘରକୁ ଫେରାଇ ଆଣିବା ପାଇଁ ଓଡି଼ଶା ସରକାରଙ୍କୁ କରିଛନ୍ତି ନିବେଦନ। କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଓ ଭଦ୍ରକ ଚାନ୍ଦବାଲି ଅଂଚଳର ୬ ଜଣ ଯୁବକ ଅଗଷ୍ଟ ମାସରେ ଏକ ପ୍ଲାଏଉଡ଼ କମ୍ପାନୀରେ କାମ କରିବା ପାଇଁ ଥାଇଲାଣ୍ଡ ଯାଇଥିଲେ।
ହେଲେ ୪ ମାସ ହେବ ସେମାନଙ୍କୁ ସେଠାରେ ପାରିଶ୍ରମିକ ମିଳୁନଥିବା ସେମାନେ ଅଭିଯୋଗ କରିଛନ୍ତି। ସେମାନେ ପାଇସା ମାଗିଲେ ମାଲିକ ଧମକ ଦେଉଥିବା କହିଛନ୍ତି। ଏଥିସହ ସେମାନେ ରହୁଥିବା ମେସରେ ୪ ଦିନ ହେବ ମାଲିକ ରୋଷେଇ ବନ୍ଦ କରି ଦେଇଥିବା ମଧ୍ୟ ଅଭିଯୋଗ କରିଛନ୍ତି।
ଫଳରେ ଭୋକ ଉପାସରେ ଶ୍ରମିକମାନେ ଜୀବନ କାଟୁଛନ୍ତି। ସେମାନଙ୍କୁ ସ୍ୱଦେଶ ଫେରାଇ ଆଣିବା ପାଇଁ ଭିଡିଓ ବାର୍ତ୍ତା ମାଧ୍ୟମରେ ଶ୍ରମିକମାନେ ଓଡିଶା ସରକାରଙ୍କୁ ନିବେଦନ କରିଛନ୍ତି।
ଥାଇଲାଣ୍ଡରେ ଫସିଛନ୍ତି ୬ ଓଡ଼ିଆ ଶ୍ରମିକ
ଘରକୁ ଫେରାଇ ଆଣିବା ପାଇଁ ଓଡି଼ଶା ସରକାରଙ୍କୁ ନିବେଦନ
ସମସ୍ତ ଯୁବକ ରାଜକନିକା ଓ ଚାନ୍ଦବାଲି ଅଂଚଳର
ଥାଇଲାଣ୍ଡରେ ଏକ ପ୍ଲାଏଉଡ଼ କମ୍ପାନୀରେ କାମ କରୁଛନ୍ତି
୪ ମାସ ହେଲା ପାରିଶ୍ରମିକ ମିଳିନଥିବା ଅଭିଯୋଗ
ମେସରେ ରୋଷେଇ ବନ୍ଦ କରିଦେଇଛନ୍ତି ମାଲିକ
ଦରମା ମାଗିଲେ ମାଲିକ ଧମକ ଦେଉଥିବା ଅଭିଯୋଗ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/18/trapped-in-thailand-2026-02-18-13-43-27.jpg)