Capture 17
ଭୁବନେଶ୍ୱର: ଗଞ୍ଜେଇ ମାଫିଆଙ୍କୁ ଏବେ କିନ୍ନର ସାହାରା । କିନ୍ନରଙ୍କ ସାହାରା ନେଇ ଏବେ ଗଞ୍ଜେଇ ବ୍ୟବସାୟୀ କରୁଛନ୍ତି ବେପାର । ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ କରିବା ପାଇଁ ଏବେ କିନ୍ନରଙ୍କୁ କରିଛନ୍ତି ମୋହରା । ତେବେ ଏହା ପଛର କାରଣ ମଧ୍ୟ ସେହି କରୋନା ମହାମାରୀ ।
କରୋନା ଅନେକଙ୍କ ଅନେକ କିଛି କ୍ଷତି କରିଛି । କିଏ ରୋଜଗାର ହରାଇଛି ତ କିଏ ଆତ୍ମୀୟ ସ୍ୱଜନଙ୍କୁ ହରାଇଛି । ତେବେ କରୋନା ପାଇଁ ବିବାହ ବ୍ରତ ଆଦିରେ ଗହଳି କରିବାକୁ ମନା କରାଯାଇଛି । ବିବାହରେ ପ୍ରସେସନ ଓ ବରଯାତ୍ରୀ ବ୍ୟାଣ୍ଡପାର୍ଟି ଆଦିକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ଯାହାଫଳରେ ଏହି ବ୍ୟାଣ୍ଡପାର୍ଟି ବରଯାତ୍ରୀ ଆଦିରୁ ରୋଜଗାର ପାଉଥିବା ଅନେକ ପରିବାର ଏବେ ଭୋକ ଉପାସରେ । ତେଣୁ ସେମାନେ ଏବେ ନିଜ ପେଟ ପୋଷିବା ପାଇଁ ଆପଣାଇଲେଣି ଅପରାଧର ରାସ୍ତା । ଆରମ୍ଭ କଲେଣି ବେଆଇନ କାମ ।
/odishatv-khabar/media/post_attachments/wp-content/uploads/2021/06/vlcsnap-error360-1.png)
ଭୁବନେଶ୍ୱରରୁ ସୁରତ ଗଂଜେଇ ଚାଲାଣ ବେଳେ ରେଳ ଷ୍ଟେସନରୁ ଧରାପଡ଼ିଛନ୍ତି ଦୁଇଜଣ କିନ୍ନର । ଏହି ଘଟଣା ଭୁବନେଶ୍ୱର ରେଳ ଷ୍ଟେସନ୍ରେ ଘଟିଛି । ଫୋଲିସ ଅଭିଯୁକ୍ତ କିନ୍ନରଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କଠାରୁ ୧୬ କେଜି ଗଂଜେଇ ଜବତ ହୋଇଥିବା ଜଣାପଡ଼ିଛି । ଏହାର ଆନୁମାନିକ ମୂଲ୍ୟ ପ୍ରାୟ ଦେଢ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି ।
ଗିରଫ କିନ୍ନର ବିବାହ କାର୍ଯ୍ୟକ୍ରମରେ ଡ୍ୟାନ୍ସ କରି ରୋଜରାର କରନ୍ତି । ତେବେ ଲକ୍ଡାଉନ୍ ଯୋଗୁ ରୋଜଗାର ହେଉନଥିବାରୁ ଏଭଳି ପନ୍ଥା ଆପଣାଇଥିବା କହିଛନ୍ତି । କନ୍ଧମାଳର ଜଣେ ଯୁବକ ତାଙ୍କୁ ଏହି ଗଂଜେଇ ଚାଲାଣ ପାଇଁ ପ୍ରବର୍ତ୍ତାଇଥିଲେ । ଏହି ଗଞ୍ଜେଇକୁ ସେମାନେ ସୁରତରେ ପହଞ୍ଚାଇବା ପାଇଁ ଦାୟିତ୍ୱ ନେଇଥିଲେ । ସମସ୍ତ ଗଞ୍ଜେଇ ସୁରତରେ ପହଞ୍ଚି ସାରିବା ପରେ ତାଙ୍କୁ ୧୬ ହଜାର ଟଙ୍କା ମିଳିଥାନ୍ତା । ହେଲେ ପୋଲିସ ଦ୍ୱାରା ସେମାନେ ଧରାପଡ଼ିଯାଇଛନ୍ତି ।
ଅନ୍ୟପଟେ ଏନେଇ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । କିଏ ଏହି ଗଞ୍ଜାଇ ଚାଲାଣର ମୁଖ୍ୟ କାର୍ପଟଦାର ତାକୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିବା କୁହାଯାଉଛି । କେଉଁଠୁ ଏହି ଗଞ୍ଜେଇ ଆସିଲା ଏବଂ ଏହାର କିଙ୍ଗ୍ପିନ୍ କିଏ । ସେନେଇ ପୋଲିସ ତଦନ୍ତ କରୁଥିବା କହିଛି ।
ତେବେ ଏଭଳି ଲକ୍ଡାଉନ-ସଟ୍ଡାଉନ୍ ପରିସ୍ଥିତି ଆଗକୁ ଲାଗି ରହେ । ପରିସ୍ଥିତି କ’ଣ ହେବ ତାହା ଏହି ଘଟଣାରୁ ସ୍ପଷ୍ଟ ଅନୁମେୟ । ଭିନ୍ନ ଭିନ୍ନ କ୍ଷେତ୍ରର ଲୋକ ଏଭଳି ଅପରାଧ ଜଗତରେ ପାଦ ଥାପିବେ ନାହିଁ ବୋଲି ଏହାକୁ ଏଡ଼ାଇ ଦିଆଯାଇ ନପାରେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Capture-17-1_1625468355.jpg)