Advertisment

Elephant Attack Tragedy: ଗୋଠ ଛଡ଼ା ଦନ୍ତାର ଆତଙ୍କ, ଯିଏ ହାବୁଡରେ ପଡୁଛି ତାକୁ ମାରୁଛି!

ହାତୀ ଘଉଡ଼ାଇବା ପାଇଁ ବିଶ୍ରା ବନବିଭାଗ ପକ୍ଷରୁ ପ୍ରୟାସ ଜାରି ରହିଛି। ଆଜି ସକାଳ ପ୍ରାୟ  ୭ଟାରେ ବାରିଲେପଟା ବୋଡକାଟଲା ଗାଁରେ ଏକ ଗୋଠ ଛଡା ଦନ୍ତା ପଶି ଯିବା ସହ ଆତଙ୍କ ସୃଷ୍ଟି କରିଥିଲା ।

ELEPHANT ATTACK

ELEPHANT ATTACK Photograph: (OTV)

Advertisment

ସୁନ୍ଦରଗଡ଼ ନୂଆଗାଁ ବ୍ଳକ ବାରିଲେପଟା ଗାଁରେ ହାତୀ ଆତଙ୍କ I ହାତୀ ଆକ୍ରମଣରେ ଜଣେ ୪୨ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ I ମୃତକ ହେଲେ ଲୋବୋ ସିଂ। ଏହି ଘଟଣା ପରେ ଆତଙ୍କିତ ଅବସ୍ଥାରେ ବିଶ୍ରା ବନଖଣ୍ଡକୁ ଲାଗିରହିଥିବା ଗାଁ ଲୋକେ।

Advertisment

ହାତୀ ଘଉଡ଼ାଇବା ପାଇଁ ବିଶ୍ରା ବନବିଭାଗ ପକ୍ଷରୁ ପ୍ରୟାସ ଜାରି ରହିଛି। ଆଜି ସକାଳ ପ୍ରାୟ  ୭ଟାରେ ବାରିଲେପଟା ବୋଡକାଟଲା ଗାଁରେ ଏକ ଗୋଠ ଛଡା ଦନ୍ତା ପଶି ଯିବା ସହ ଆତଙ୍କ ସୃଷ୍ଟି କରିଥିଲା ।

ହାତୀ ଦେଖି ଗାଁ ଲୋକେ ଭୟଭୀତ ହୋଇଯାଇଥିଲେ । ବନ ବିଭାଗକୁ ସୂଚନା ଦେଇଥିଲେ । ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ହାତୀ ଘଉଡେଇବାକୁ ଚେଷ୍ଟା କରିଥିଲେ l

Advertisment

ଏହି ସମୟରେ ଲୋବୋ ସିଂ ଅଚାନକ଼୍ ହାତୀ ହାବୁଡରେ ପଡି ଯାଇଥିଲେ । ଘଟଣାସ୍ଥଳରେ ହାତୀ ଲୋବୋ ସିଂହଙ୍କୁ କଚାଡି ମାରିଦେଇଥିଲା I ତୁରନ୍ତ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । ହେଲେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l 

Sundargarh Elephant Attack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ