Advertisment

Shocking Incident: ଆଖି ବୁଜିଲେ ଚାଷୀ, ମିଲର୍  ଓ ସମ୍ପାଦକକୁ ଦାୟୀ କଲେ ପରିବାର ଲୋକ

ଧାନ ମଣ୍ଡିରେ ନିର୍ଯାତନା କାରଣରୁ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଜୁଣଗଡି ଗାଁର ଚାଷୀ ତ୍ରିଲୋଚନ ନାୟକଙ୍କ ମୃତ୍ୟୁ ଘଟିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ମିଲ୍ ରୁ ଫେରିବା ପରେ ହୃଦଘାତରେ ପ୍ରାଣ ହରାଇଥିବା ସୂଚନା ମିଳିଛି।

Farmer

Farmer Photograph: (OTV)

Advertisment

ମଣ୍ଡିରେ ଯାତନା, ଆଖି ବୁଜିଲେ ଚାଷୀ। ଧାନ ମଣ୍ଡିରେ ନିର୍ଯାତନା କାରଣରୁ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଜୁଣଗଡି ଗାଁର ଚାଷୀ ତ୍ରିଲୋଚନ ନାୟକଙ୍କ ମୃତ୍ୟୁ ଘଟିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ମିଲ୍ ରୁ ଫେରିବା ପରେ ହୃଦଘାତରେ ପ୍ରାଣ ହରାଇଥିବା ସୂଚନା ମିଳିଛି।

Advertisment

ଜାନୁଆରୀ ୧୬ରେ ଧାନ ଦେବାକୁ ତ୍ରିଲୋଚନଙ୍କୁ ମେସେଜ ଆସିଥିଲା। ସମବାୟ ସମିତିକୁ ଦୀର୍ଘ ୪୦ ଦିନ ଦୌଡିବା ପରେ ମଣ୍ଡି ପରିବର୍ତ୍ତେ ମିଲକୁ ଧାନ ନେବାକୁ ସମବାୟ ସମିତି ସମ୍ପାଦକ କହିଥିଲେ।

ରାମଚଣ୍ଡୀ ମିଲ୍ ରେ ୩ ଦିନ ଧରି ଅଖିଆ, ଅପିଆ ଧାନ ଜଗି ରହିଥିଲେ ତ୍ରିଲୋଚନ। କ୍ୱିଣ୍ଟାଲ ପିଛା ୬ କେଜି ଧାନ ସହ ୩ ହଜାର ଟଙ୍କା ଦେବା ପରେ ଧାନ ଉଠିଥିଲା। ସମୁଦାୟ ୯ କ୍ୱିଣ୍ଟାଲ ଧାନ କାଟିବା ସହ ୧୮ ହଜାର ଖର୍ଚ୍ଚ ହୋଇଥିବା ପରିବାର ଲୋକେ କହିଛନ୍ତି। 

Advertisment

ମଣ୍ଡିରେ ଯାତନା, ଆଖି ବୁଜିଲେ ଚାଷୀ

ରାଜନଗର ଜୁଣଗଡ଼ି ଗାଁରେ ଚାଷୀ ମୃତ୍ୟୁ
ମିଲ୍ ରୁ ଫେରିବା ପରେ ହୃଦଘାତରେ ପ୍ରାଣ ହରାଇଥିବା ସୂଚନା
ମିଲର୍  ଓ ସମ୍ପାଦକକୁ ଦାୟୀ କଲେ ପରିବାର ଲୋକ
ଉଭୟଙ୍କ ଅବହେଳା ପାଇଁ ପ୍ରାଣ ହରାଇଥିବା କହିଲେ ପରିବାର
ରାମଚଣ୍ଡୀ ମିଲ୍ ରେ ୩ ଦିନ ଧରି ଅଖିଆ, ଅପିଆ ଧାନ ଜଗି ରହିଥିଲେ
କ୍ୱିଣ୍ଟାଲ ପିଛା ୬ କେଜି ଧାନ ସହ ୩ ହଜାର ଟଙ୍କା ଦେବା ପରେ ଧାନ ଉଠିଥିଲା
ସମୁଦାୟ ୯ କ୍ୱିଣ୍ଟାଲ ଧାନ କାଟିବା ସହ ୧୮ ହଜାର ଖର୍ଚ୍ଚ ହୋଇଥିବା କହିଲେ ପରିବାର

Farmer Death
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ