Advertisment

Repeat Traffic Violators Beware: ୫ ଥର ଚାଲାଣ କଟିଲେ ରଦ୍ଦ ହେବ DL, କୋର୍ଟଙ୍କ ନିର୍ଦ୍ଦେଶରେ ସିଜ୍ ହୋଇପାରେ ଗାଡ଼ି

PUCC ଚିନ୍ତା ଗାଡ଼ି ଚାଳକଙ୍କ ମୁଣ୍ଡରୁ ନଓହ୍ଲାଉଣୁ ଏବେ ଲାଗୁ ହେଇଛି ନୂଆ ନିୟମ। ଯାହା ଟ୍ରାଫିକ୍ ନିୟମ ଖିଲାପକାରୀଙ୍କ ଛାତି ଧଡ଼ ଧଡ଼ କରାଇଛି। ମାସକରେ ଯଦି ୫ଟା ଚାଲାଣ କଟିଛି ତାହେଲେ ସିଧା ସିଜ୍ ହେବ ଗାଡ଼ି, ବାତିଲ ହେବ ଡିଏଲ୍।

CHALLAN

CHALLAN Photograph: (OTV)

Advertisment

୫ ଥର ଚାଲାଣ କଟିଲେ ହରାଇ ପାରନ୍ତି ଡିଏଲ୍ । କୋର୍ଟ ଚାହିଁଲେ ଜବତ ହୋଇପାରେ ଗାଡ଼ି । ଚାଲାଣ କଟିଥିଲେ ଉଠାଇପାରିବେ ଆପତ୍ତି । ନୂଆବର୍ଷରେ ନୂଆ ନିୟମ ଲାଗୁ କଲେ କେନ୍ଦ୍ର ସରକାର...। 

Advertisment

ପ୍ରଦୂଷଣ ନିୟନ୍ତ୍ରଣ ସାର୍ଟିଫିକେଟ୍- PUCC ଟେନସନ୍ ମୁଣ୍ଡରୁ ନଓହ୍ଲାଉଣୁ ଲାଗୁ ହେଇଛି ଆଉ ଏକ ନିୟମ। ଯାହା ଜାଣିବା ଗାଡ଼ି ଚାଳକଙ୍କ ପାଇଁ ନିହାତି ଜରୁରୀ। ଏଣିକି ବର୍ଷକୁ ୫ଟା କିମ୍ବା ତାଠାରୁ ଅଧିକ ଚାଲାଣ କଟିଲେ ବଡ଼ ସମସ୍ୟାର ସାମ୍ନା କରିପାରନ୍ତି ଗାଡ଼ି ଚାଳକ। ଏଭଳି ପରିସ୍ଥିତିରେ ଗାଡ଼ି ଜବତ କରିବାକୁ ନିର୍ଦ୍ଦେଶ ଦେଇପାରନ୍ତି କୋର୍ଟ।

ମୋଟର ଯାନ ଆଇନ ସଂଶୋଧିତ

ଆଉ ଜବତ ବି ହୋଇପାରେ ଗାଡ଼ି। ବାତିଲ ହୋଇପାରେ ଖିଲାପକାରୀଙ୍କ ଡିଏଲ୍। ଏଭଳି କଡ଼ା ଆଭିମୁଖ୍ୟ ପୋଷଣ କରି ନୂଆ ମୋଟର ଯାନ ଆଇନକୁ ସଂଶୋଧନ କରାଯାଇଛି। ବାରମ୍ବାର ଟ୍ରାଫିକ୍ ନିୟମ ଖିଲାପ କରିବା ଓ ଚାଲାଣ ଦୀର୍ଘ ଦିନ ଧରି ପଇଠ ନକରିବା ଘଟଣା ସାମ୍ନାକୁ ଆସିବା ପରେ ଲାଗୁ ହୋଇଛି କଡ଼ା ନିୟମ। ଯାହା ଖିଲାପକାରୀଙ୍କୁ ସାବାଡ଼ କରିବ। ମୋଟର ଯାନ ନିୟମରେ ଆସିଥିବା ଏହି ବଡ଼ ସଂଶୋଧନ ଏ ବର୍ଷରୁ ଅର୍ଥାତ ଜାନୁଆରୀ ପହିଲାରୁ ଲାଗୁ ହୋଇଛି। 

Advertisment

ସବୁ କଡ଼ାକଡ଼ି ଭିତିରେ କିଛିଟା ଆଶ୍ବସ୍ତିକର ବ୍ୟବସ୍ଥା ବି ରହିଛି। ଚାଲାଣ କଟିଲେ ୪୫ ଦିନ ଭିତରେ ଆପତ୍ତି ଉଠାଇ ପାରିବେ ଗାଡ଼ି ଚାଳକ। କେଉଁ ଭଳି କ୍ଷେତ୍ରରେ ଚାଲାଣ କଟିଲା ନିଜ ଯୁକ୍ତି ଉପସ୍ଥାପିତ କରିବାକୁ ହେବ। ଯଦି, ଏଥିରେ ସନ୍ତୁଷ୍ଟ ହୁଅନ୍ତି ଅଧିକାରୀ ତାହେଲେ ଚାଲାଣ ବାତିଲ ବି ହେଇପାରେ।

ସଂଶୋଧିତ ନିୟମରେ ଉଲ୍ଲେଖ ରହିଛି କି, ୟୁନିଫର୍ମରେ ଥିବା ପୋଲିସ୍ ଅଧିକାରୀ କିମ୍ବା ସରକାରଙ୍କ ସ୍ବୀକୃତ ଅଧିକାରୀ ହିଁ ଚାଲାଣ କାଟିପାରିବେ। ଖିଲାପକାରୀଙ୍କ ପାଖରେ ତାହା ପ୍ରତ୍ୟକ୍ଷ ଭାବେ ୧୫ ଦିନ ଭିତରେ କିମ୍ବା ଇ-ଚାଲାଣ ୩ ଦିନ ଭିତରେ ହିଁ ପହଞ୍ଚିବ। ଯାହାକୁ ନେଇ ଗାଡ଼ି ଚାଳକଙ୍କ ମଧ୍ୟରେ କିଛିଟା ଆଶ୍ବସ୍ତି ଅନୁଭବ କରିଛନ୍ତି।

Advertisment

ଘରୋଇ ବସ୍ ମାଲିକ ମହାସଂଘର ବିରୋଧ

ହେଲେ ଏହାକୁ ବିରୋଧ କରିଛି ରାଜ୍ୟ ଘରୋଇ ବସ୍ ମାଲିକ ମହାସଂଘ। ଏଭଳି ନିୟମ ବସ୍ ମାଲିକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଦେବ। ତେଣୁ ପୁଣି ତର୍ଜମା କରିବାକୁ ରାଜ୍ୟ ସରକାରଙ୍କୁ କରିଛନ୍ତି ନିବେଦନ। ସେପଟେ ପରିବହନ ମନ୍ତ୍ରୀ କହିଛନ୍ତି ଏ ନିୟମ ଅମାନିଆଙ୍କ ପାଇଁ, ନିୟମ ମାନିଲେ କୌଣସି ଅସୁବିଧା ହେବନି। 

ଟ୍ରାଫିକ ନିୟମ ଖିଲାପ କରିବା ନେଇ ଅନେକ ଅଭିଯୋଗ ଆସେ। ହେଲେ ଅମାନିଆଙ୍କ ପାଇଁ ଏସବୁ ନିୟମ କେତେ ଫରକ୍ ପକାଇବ ତାହା ଆଗାମୀ ସମୟ ହିଁ କହିବ।... 
PUCC ଟେନସନ୍ ନଯାଉଣୁ ଲୋକଙ୍କୁ ଘାରିଲାଣି ନୂଆ ନିୟମ, ଟ୍ରାଫିକ୍ ରୁଲ୍ ଖିଲାପକାରୀଙ୍କ ଛାତି ଧଡ଼ ଧଡ଼

Motor Vehicle Act Flouting Motor Vehicles Norms
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ