Advertisment

Odisha Police Claim Major Win:ମୁଖ୍ୟସ୍ରୋତରେ ଦୁର୍ଦ୍ଧର୍ଷ ମାଓବାଦୀ ନିଖିଲ ଓ ଇନ୍ଦୁ ସହ ୧୫ ନକ୍ସଲ, ମାଓ ମୁକ୍ତ ଭାରତ ଅଭିଯାନକୁ ବଡ଼ ସଫଳତା କହିଲା ଓଡ଼ିଶା ପୋଲିସ

ମାଓ ମୁକ୍ତ ଓଡ଼ିଶାକୁ ମିଳିଛି ବଡ଼ ବଳ। ରୟଗଡ଼ାରେ ବନ୍ଧୁକ ଛାଡ଼ି ଗୋଲାପ ନେଇଛନ୍ତି ଦୁର୍ଦ୍ଧର୍ଷ ମାଓ ନେତା ନିଖିଲ ଓ ତାଙ୍କ ପତ୍ନୀ ଇନ୍ଦୁଙ୍କ ସହ ୧୫ ସଶସ୍ତ୍ର ନକ୍ସଲ। ଗଣତନ୍ତ୍ରରେ ବିଶ୍ବାସ ରଖି ଅସ୍ତ୍ର ତ୍ୟାଗ ପାଇଁ ଘଞ୍ଚ ଡଙ୍ଗଲରେ ଲୁଚିଥିବା ଅନ୍ୟ ସାଥୀ କମ୍ରେଡ୍ ମାନଙ୍କୁ ଅପିଲ୍ କରିଛନ୍ତି ନିଖିଲ୍।

Maoist Surrender

Maoist Surrender Photograph: (OTV)

Advertisment

ବନ୍ଧୁକ ଛାଡ଼ିଲେ 
ଗୋଲାପ ନେଲେ
ଅନ୍ୟ ସଂଗ୍ରାମୀ ସାଥୀଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଫେରି ଆସିବାକୁ ଆହ୍ବାନ ବି ଦେଲେ । 
ସଶସ୍ତ୍ର କ୍ରାନ୍ତି ତ୍ୟାଗ କରି ଗଣତାନ୍ତ୍ରିକ ରାସ୍ତାକୁ ଫେରିଛନ୍ତି ଟପ୍ ମାଓ ନେତା ନିଖିଲ ଓରଫ୍ ନିରଞ୍ଜନ ରାଉତ। ଆଜି ରାୟଗଡ଼ା ଏସପି ଅଫିସ ପରିସରରେ ବରିଷ୍ଠ ପୋଲିସ୍ ଅଧିକାରୀଙ୍କ ଉପସ୍ଥିତିରେ ହିଂସାର ମାର୍ଗ ପରିତ୍ୟାଗ କରିଥିବା ନିଖିଲଙ୍କ ସହ ଅଛନ୍ତି ପତ୍ନୀ ତଥା ଟପ୍ ମାଓ ନେତ୍ରୀ ଇନ୍ଦୁ- ଓରଫ ଅଙ୍କିତା ଓରଫ ରଶ୍ମୀତା ଲେଙ୍କା।

Advertisment

ଉଭୟେ ଦୁର୍ଦ୍ଧର୍ଷ ନକ୍ସଲ ସଂଗଠନ ବଂଶଧାରା-ଘୁମୁସର-ନାଗାବଳୀ ଡିଭିଜନର ରାଜ୍ୟ କମିଟି ସଦସ୍ୟ। ଆତ୍ମସମର୍ପଣ ପରେ ନିଖିଲ ଏକ ଅଡ଼ିଓ ବାର୍ତ୍ତା ଛାଡ଼ି ସେ କାହିଁକି କ୍ରାନ୍ତି ଛାଡ଼ିଲେ ତାର କାରଣ ବୁଝାଇଛନ୍ତି- ଏଥିସହ ଆଉ ବେଶି ଡେରି ନକରି ବନ୍ଧୁକ ଛାଡ଼ିବାକୁ ଅନ୍ୟ ସଶସ୍ତ୍ର ସାଥୀମାନଙ୍କୁ ବି ଅପିଲ୍ କରିଛନ୍ତି।...

ଟପ୍ ମାଓ ଦଂପତି ନିଖିଲ ଓ ଇନ୍ଦୁଙ୍କ ସହ ସରେଣ୍ଡର କରିଥିବା ୧୫ ମାଓବାଦୀଙ୍କଠୁ ଜବତ ହୋଇଛି ମୋଟ୍ ୧୪ଟି ଅତ୍ୟାଧୁନିକ ବନ୍ଧୁକ। ଯାହା ଭିତରେ ଅଛି- ୨ଟି ଏକେ ୪୭ ସହ ୫ଟି SLR ଓ ଗୋଟିଏ ଷ୍ଟେନଗନ୍। ଏତେ ସଂଖ୍ୟକ ମାଓବାଦୀଙ୍କ ଆତ୍ମସମର୍ପଣ ପରେ ରାଜ୍ୟରେ ମାଓ ସଂଗଠନ ଆହୁରି ଦୁର୍ବଳ ହୋଇଥିବା କହିଛନ୍ତି ଗୁଇନ୍ଦା ବିଭାଗ ଏଡିଜି ସଞ୍ଜୀବ ପଣ୍ଡା। ଏଥିସହ କହିଛନ୍ତି ଏବେ ଆଉ ମାତ୍ର ୪ଟି ଜିଲ୍ଲା ଯଥାକ୍ରମେ କନ୍ଧମାଳ, ରାୟଗଡ଼ା, କଳାହାଣ୍ଡି ଓ ବଲାଙ୍ଗିର ସୀମାରେ ହାତ ଗଣତି ୩୦ରୁ ୩୫ ନକ୍ସଲ ଅଛନ୍ତି।

Advertisment

ମାର୍ଚ୍ଚ ୩୧ ସୁଦ୍ଧା ଦେଶକୁ ମାଓ ମୁକ୍ତ କରିବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀଙ୍କ ମିଶନକୁ ଓଡ଼ିଶାରେ ଆଗୁଆ ସଫଳ ଲାଗି ଅପରେସନ ଜାରି ରହିବ। ଆତ୍ମସମର୍ପଣ କରୁଥିବା ମାଓବାଦୀଙ୍କୁ ସରକାରଙ୍କ ଥଇଥାନ ନୀତି ଅନୁସାରେ ସବୁ ପ୍ରକାର ସୁବିଧା ସୁଯୋଗ ଯୋଗାଇଦିଆଯିବ।...

ମାଆ ସରସ୍ବତୀଙ୍କ ଆଖି ଛଳ ଛଳ

ଏପଟେ ୨୩ବର୍ଷ ତଳୁ ଘର ଛାଡ଼ି ବନ୍ଧୁକ ଧରି ବଣ ଜଙ୍ଗଲରେ ଘୂରି ବୁଲୁଥିବା ପୁଅ ଯେ ପୁଣି କୋଳକୁ ଫେରିବ, ସେକଥା ବିଶ୍ବାସ କରିପାରୁ ନାହାନ୍ତି ଜଗତସିଂହପୁର ତେନ୍ତୁଳିବେଲାରି ଗାଁରେ ରହୁଥିବା ମାଓ ନେତା ନିଖିଲଙ୍କ ବୃଦ୍ଧ ବାପା ନରହରି ଓ ମାଆ ସରସ୍ବତୀ। ପୁଅର ଆତ୍ମସମର୍ପଣ ଖବର କାଲି ସଞ୍ଜରୁ ଶୁଣିବା ପରଠୁ ଯେମିତି ଜନ୍ମଦାତ୍ରୀ ସରସ୍ବତୀଙ୍କ ଆଖି ଛଳ ଛଳ ହୋଇ ଯାଉଛି। ପୁଅ ସହ ବୋହୂ ଆସିଲେ ତାକୁ ଆପଣାଇ ନେବାରେ ତିଳେମାତ୍ର କୁଣ୍ଠା ନଥିବା କହିଛନ୍ତି ସରସ୍ବତୀ।

Advertisment

ସେପଟେ ରେଭେନସାରେ ପାଠ ପଢ଼ି ଜଣେ ଉଚ୍ଚଶିକ୍ଷିତାରୁ ମାଓ ଆଦର୍ଶକୁ ଆପଣାଇ ୨୦୦୭ରୁ ଘର ଛାଡ଼ିଥିବା କଟକ ଜିଲ୍ଲା ଟାଙ୍ଗି ବ୍ଲକ୍ ରସିକନଗର ଗାଁର ଇନ୍ଦୁ ଓରଫ ରଶ୍ମିତାଙ୍କ ଫେରିବା ବାଟକୁ ଚାହିଁ ରହିଛନ୍ତି ପରିବାର ଓ ପଡ଼ୋଶୀ। ଯଦିଓ ରଶ୍ମିତାଙ୍କ ବାପା-ମାଆ କ୍ୟାମେରା ଆଗରେ କିଛି ପ୍ରତିକ୍ରିୟା ରଖିନାହାନ୍ତି ହେଲେ ଗାଁ ଲୋକେ କହିଛନ୍ତି ସେ ଫେରିଲେ ସ୍ବାଗତ କରିବୁ।...

ଏବେ ଅପେକ୍ଷା- ବନ୍ଧୁକ ଛାଡ଼ିବା ପରେ ବନ୍ଧୁବାନ୍ଧବ ଓ ପରିବାର ସଦସ୍ୟ ଗହଣଙ୍କୁ କେତେଶୀଘ୍ର ଫେରୁଛନ୍ତି ଟପ୍ ମାଓ ଦଂପତି।... 

Mao Surrender
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ