Advertisment

ଦୁର୍ଦ୍ଦାନ୍ତ ମାଓ ନେତା ରାକେଶ ସୋଢି ନିହତ

ମାଲକାନଗିରି: ମାଲକାନଗିରିରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ବେଳେ ମାଓନେତା ରାକେଶ ସୋଢି ନିହତ ହୋଇଛନ୍ତି। ରାକେଶ ଆନ୍ଧ୍ର- ଓଡ଼ିଶା ବର୍ଡର ସ୍ପେଶାଲ ଜୋନାଲ କମିଟର ମୁଖ୍ୟ ଥିଲେ। ଏହା ପୂର୍ବରୁ ସେ କାଲିମେଳା ଆକ୍ସନ କମିଟିର ମୁଖ୍ୟ ଥିଲେ। ମାଲକାନଗିରି ଜିଲ୍ଲାରେ ଏକାଧିକ ମାଓ ହିଂସାକାଣ୍ଡରେ ମାଓନେତା ରାକେଶ ସାମିଲ ଥିଲେ। ଅନ୍ୟପକ୍ଷରେ ଗୁଳି ବିନିମୟ ବେଳେ ଜଣେ ଯବାନ ସହିଦ ହୋଇଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଥିବା ସୂଚନା […]

ଦୁର୍ଦ୍ଦାନ୍ତ ମାଓ ନେତା ରାକେଶ ସୋଢି ନିହତ

odisha

Advertisment

ମାଲକାନଗିରି: ମାଲକାନଗିରିରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ବେଳେ ମାଓନେତା ରାକେଶ ସୋଢି ନିହତ ହୋଇଛନ୍ତି।

Advertisment

ରାକେଶ ଆନ୍ଧ୍ର- ଓଡ଼ିଶା ବର୍ଡର ସ୍ପେଶାଲ ଜୋନାଲ କମିଟର ମୁଖ୍ୟ ଥିଲେ। ଏହା ପୂର୍ବରୁ ସେ କାଲିମେଳା ଆକ୍ସନ କମିଟିର ମୁଖ୍ୟ ଥିଲେ। ମାଲକାନଗିରି ଜିଲ୍ଲାରେ ଏକାଧିକ ମାଓ ହିଂସାକାଣ୍ଡରେ ମାଓନେତା ରାକେଶ ସାମିଲ ଥିଲେ।

ଅନ୍ୟପକ୍ଷରେ ଗୁଳି ବିନିମୟ ବେଳେ ଜଣେ ଯବାନ ସହିଦ ହୋଇଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ସହିଦ ଯବାନଙ୍କ ନାଁ ଜୟରାମ କବାସୀ।

Advertisment

ଆଜି ବଣ୍ଡାଘାଟି ପାକନାଗୁଡ଼ା ଜଙ୍ଗଲରେ ମାଓବାଦୀମାନେ ଥିବା ନେଇ ସୂଚନା ମିଳିବା ପରେ ଏସ୍‌ଓଜି ଓ ଡିଭିଏଫ୍ ପକ୍ଷରୁ ମିଳିତ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା।

ଆହୁରି ମଧ୍ୟ ପଢ଼ନ୍ତୁ: ମାଲକାନଗିରିରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ; ଜଣେ ଯବାନ ସହିଦ

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ