Advertisment

ଅାଜି ପାଇପ୍ ଲାଇନ୍ ଗ୍ୟାସର ହେବ ଶୁଭାରମ୍ଭ

ଭୁବନେଶ୍ୱର : ଆଜି ଦେଶର ମୋଟ ୬୩ଟି ଭୌଗୋଳିକ କ୍ଷେତ୍ରରେ ସିଟି ଗ୍ୟାସ୍ ବିତରଣ ପ୍ରକଳ୍ପର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀର ବିଜ୍ଞାନ ଭବନରୁ ଭିଡିଓ କନ୍‌ଫରେନ୍ସ ଜରିଆରେ ମୋଦି ଏହି ପ୍ରକଳ୍ପର ଶିଳାନ୍ୟାସ କରିବେ। ଏହା ଭିତରେ ଓଡ଼ିଶାର ୭ଟି ପ୍ରକଳ୍ପ ରହିଛି। ରାଉରକେଲାରେ ସହରୀ ଗ୍ୟାସ୍‌ ବିତରଣ ବ୍ୟବସ୍ଥାର ଶୁଭାରମ୍ଭ କାର୍ଯ୍ୟକ୍ରମ ଅାରମ୍ଭ ହୋଇଛି। କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ, ବିଧାୟିକା ରାଧାରାଣୀ ପଣ୍ଡା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଓଡ଼ିଶାରେ ଥିବା ଭୌଗୋଳିକ […]

ଅାଜି ପାଇପ୍ ଲାଇନ୍ ଗ୍ୟାସର ହେବ ଶୁଭାରମ୍ଭ

pipe loine

Advertisment

ଭୁବନେଶ୍ୱର : ଆଜି ଦେଶର ମୋଟ ୬୩ଟି ଭୌଗୋଳିକ କ୍ଷେତ୍ରରେ ସିଟି ଗ୍ୟାସ୍ ବିତରଣ ପ୍ରକଳ୍ପର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀର ବିଜ୍ଞାନ ଭବନରୁ ଭିଡିଓ କନ୍‌ଫରେନ୍ସ ଜରିଆରେ ମୋଦି ଏହି ପ୍ରକଳ୍ପର ଶିଳାନ୍ୟାସ କରିବେ। ଏହା ଭିତରେ ଓଡ଼ିଶାର ୭ଟି ପ୍ରକଳ୍ପ ରହିଛି।

Advertisment

ରାଉରକେଲାରେ ସହରୀ ଗ୍ୟାସ୍‌ ବିତରଣ ବ୍ୟବସ୍ଥାର ଶୁଭାରମ୍ଭ କାର୍ଯ୍ୟକ୍ରମ ଅାରମ୍ଭ ହୋଇଛି। କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ, ବିଧାୟିକା ରାଧାରାଣୀ ପଣ୍ଡା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଓଡ଼ିଶାରେ ଥିବା ଭୌଗୋଳିକ କ୍ଷେତ୍ର ମଧ୍ୟରୁ ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ବରଗଡ଼, ଦେବଗଡ଼, ସମ୍ବଲପୁର ଜିଲ୍ଲାର କାର୍ଯ୍ୟ ଭାରତ ଗ୍ୟାସକୁ ଦିଅାଯାଇଛି।

ସେହିପରି ଅାଦାନୀ ଗ୍ୟାସ୍‌ ଲିମିଟେଡ୍ ବାଲେଶ୍ୱର, ଭଦ୍ରକ ଓ ମୟୂରଭଞ୍ଜ ଏବଂ ଗେଲ୍‌କୁ ସୁନ୍ଦରଗଡ଼, ଝାରସୁଗୁଡ଼ା, ଗଞ୍ଜାମ, ନୟାଗଡ଼ ଓ ପୁରୀ ଜିଲ୍ଲା ଦାୟିତ୍ୱ ଦିଅାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ