Advertisment

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ନାମାଙ୍କନ ଦାଖଲର ଶେଷ ଦିନ

ଭୁବନେଶ୍ୱର: ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ। ପୂର୍ବରୁ ଅନେକ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିସାରିଥିବାବେଳେ, ବାକି ରହିଥିବା ପ୍ରାର୍ଥୀ ଆଜି ନାମାଙ୍କନପତ୍ର ଦାଖଲ କରିବେ। ଏପ୍ରିଲ ୧୮ରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେବ। ୫ଟି ଲୋକସଭା ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ ଓ ଆସିକା ଏବଂ ୩୫ଟି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିବେ। ଆସନ୍ତାକାଲି ପ୍ରାର୍ଥିପତ୍ର ଯାଞ୍ଚ୍‌ କରାଯିବ। ୨୯ ତାରିଖ ସୁଦ୍ଧା ଏହା ପ୍ରତ୍ୟାହାର […]

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ନାମାଙ୍କନ ଦାଖଲର ଶେଷ ଦିନ

nirbachan

Advertisment

ଭୁବନେଶ୍ୱର: ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ। ପୂର୍ବରୁ ଅନେକ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିସାରିଥିବାବେଳେ, ବାକି ରହିଥିବା ପ୍ରାର୍ଥୀ ଆଜି ନାମାଙ୍କନପତ୍ର ଦାଖଲ କରିବେ।

Advertisment

ଏପ୍ରିଲ ୧୮ରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେବ। ୫ଟି ଲୋକସଭା ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ ଓ ଆସିକା ଏବଂ ୩୫ଟି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିବେ। ଆସନ୍ତାକାଲି ପ୍ରାର୍ଥିପତ୍ର ଯାଞ୍ଚ୍‌ କରାଯିବ। ୨୯ ତାରିଖ ସୁଦ୍ଧା ଏହା ପ୍ରତ୍ୟାହାର ହୋଇପାରିବ।

ସେପଟେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠାରୁ ପ୍ରାର୍ଥିପତ୍ର ଯାଞ୍ଚ୍‌ ହେବ। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ନିମନ୍ତେ ନାମାଙ୍କନପତ୍ର ଦାଖଲ କରିଥିବା ପ୍ରାର୍ଥୀ ୨୮ ତାରିଖ ସୁଦ୍ଧା ଏହାକୁ ପ୍ରତ୍ୟାହାର କରିପାରିବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ