Advertisment

କରୋନା କଟକଣା ମଧ୍ୟରେ ଆରମ୍ଭ ହେଲା ୩୧ତମ କୋଣାର୍କ ମହୋତ୍ସବ

ଭୁବନେଶ୍ୱର: କରୋନା କଟକଣା ମଧ୍ୟରେ ଆଜିଠାରୁ ୫ ଦିନ ବ୍ୟାପୀ ଭାରତୀୟ ଶାସ୍ତ୍ରୀୟ ନୃତ୍ୟର ମହାକୁମ୍ଭ ୩୧ତମ କୋଣାର୍କ ମହୋତ୍ସବ ଚାଲିବ। ଏଥିସହ ଚନ୍ଦ୍ରଭାଗାର ସ୍ୱର୍ଣ୍ଣାଭ ବେଳାଭୂମିରେ ଆରମ୍ଭ ହେବ ଅଷ୍ଟମ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ। ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ପର୍ଯ୍ୟଟନ ସଚିବ, ପର୍ଯ୍ୟଟନ ନିର୍ଦ୍ଦେଶକ ଓ ପୁରୀ ଜିଲ୍ଲାପାଳ ପ୍ରମୁଖ କୋଣାର୍କ ଓ ଚନ୍ଦ୍ରଭାଗାରେ ସମସ୍ତ ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିଛନ୍ତି। କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚ ସହ କୋଣାର୍କ ସହର ଓ ଚନ୍ଦ୍ରଭାଗା ବେଳାଭୂମିକୁ […]

କରୋନା କଟକଣା ମଧ୍ୟରେ ଆରମ୍ଭ ହେଲା ୩୧ତମ କୋଣାର୍କ ମହୋତ୍ସବ

7

Advertisment

ଭୁବନେଶ୍ୱର: କରୋନା କଟକଣା ମଧ୍ୟରେ ଆଜିଠାରୁ ୫ ଦିନ ବ୍ୟାପୀ ଭାରତୀୟ ଶାସ୍ତ୍ରୀୟ ନୃତ୍ୟର ମହାକୁମ୍ଭ ୩୧ତମ କୋଣାର୍କ ମହୋତ୍ସବ ଚାଲିବ। ଏଥିସହ ଚନ୍ଦ୍ରଭାଗାର ସ୍ୱର୍ଣ୍ଣାଭ ବେଳାଭୂମିରେ ଆରମ୍ଭ ହେବ ଅଷ୍ଟମ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ।

Advertisment

ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ପର୍ଯ୍ୟଟନ ସଚିବ, ପର୍ଯ୍ୟଟନ ନିର୍ଦ୍ଦେଶକ ଓ ପୁରୀ ଜିଲ୍ଲାପାଳ ପ୍ରମୁଖ କୋଣାର୍କ ଓ ଚନ୍ଦ୍ରଭାଗାରେ ସମସ୍ତ ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିଛନ୍ତି। କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚ ସହ କୋଣାର୍କ ସହର ଓ ଚନ୍ଦ୍ରଭାଗା ବେଳାଭୂମିକୁ ନୂଆ ରୂପରେ ସଜ୍ଜିତ କରାଯାଇଛି। ବିଶେଷକରି ସୂର୍ଯ୍ୟ ମନ୍ଦିର ପାଦଦେଶରେ ଥିବା ମୁକ୍ତାକାଶ ରଙ୍ଗମଞ୍ଚର ମଞ୍ଚ ସଜ୍ଜା, ତୋରଣ ନିର୍ମାଣ, ଆଲୋକ ସଜ୍ଜା ଓ ଅନ୍ୟାନ୍ୟ ବାହ୍ୟ ସାଜସଜ୍ଜା ସହ ଚନ୍ଦ୍ରଭାଗାରେ ବାଲୁକା କଳା ପ୍ରଦର୍ଶନ ପାଇଁ ବାରିକେଡ୍ ର୍ନିମାଣ, ଆଲୋକୀକରଣ ଓ ତୋରଣ ନିର୍ମାଣ କରାଯାଇଛି।

ଭିଡ଼ ନିୟନ୍ତ୍ରଣ ପାଇଁ ମୁକ୍ତାକାଶ ରଙ୍ଗମଞ୍ଚରେ କୋଭିଡ ଗାଇଡ ଲାଇନ ଅନୁସାରେ ଉତ୍ସବ ଅନୁଷ୍ଠିତ ହେବ। ଏହାସହ ଦର୍ଶକ ଗ୍ୟାଲେରୀରେ ୩ଫୁଟ ଦୂରତାରେ ୬୬୦ ଦର୍ଶକ ଦେଖିବା ପାଇଁ ବ୍ୟବସ୍ଥା କରାଯାଇଛି।

Advertisment

କୋଣାର୍କ ଉତ୍ସବରେ ୫ ଦିନ ବ୍ୟାପୀ ଓଡ଼ିଶୀ, କଥକ, ଇଣ୍ଡୋନେସିଆ କଳାକାରମାନଙ୍କ ଦ୍ୱାରା ବାର୍ଲି ନୃତ୍ୟ, ମୋହିନୀ ଆଟମ, ଭାରତ ନାଟ୍ୟମ ଆଦି ନୃତ୍ୟ ପରିବେଷଣ ହେବ। ସେହିପରି ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବରେ ଚଳିତ ବର୍ଷ କୌଣସି ବିଦେଶୀ ଶିଳ୍ପୀ ଯୋଗ ଦେଉନଥିଲେ ମଧ୍ୟ ବିଭିନ୍ନ ରାଜ୍ୟରୁ ୭୦ଜଣ ବାଲୁକା ଶିଳ୍ପୀ ୨୦ଟି ଷ୍ଟଲରେ ବାଲୁକା କଳା ପ୍ରଦର୍ଶିନ କରିବେ। ଚନ୍ଦ୍ରଭାଗାରେ ଦର୍ଶକ ବାଲୁକା କଳା ଉତ୍ସବ ଦେଖିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ