lockdown
- କରୋନା ସ୍ଥିତିକୁ ନେଇ ଆଜି ସର୍ବଦଳୀୟ ବୈଠକ
- ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିବ ସର୍ବଦଳୀୟ ବୈଠକ
- ମୁଖ୍ୟମନ୍ତ୍ରୀଙ୍କ ସମେତ ସମସ୍ତ ବିଧାୟକ ଭର୍ଚୁଆଲରେ ଯୋଗଦେବେ
- ରାଜ୍ୟରେ କରୋନା ସ୍ଥିତି, ମୁକାବିଲା ଓ ପଦକ୍ଷେପର ସମୀକ୍ଷା ହେବ
ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତିକୁ ନେଇ ଆଜି ସର୍ବଦଳୀୟ ବୈଠକ ବସିବ। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ବସିବ ଏହି ସର୍ବଦଳୀୟ ବୈଠକ। ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ସମସ୍ତ ବିଧାୟକ ଭର୍ଚୁଆଲରେ ଯୋଗଦେବେ। ରାଜ୍ୟରେ କରୋନା ସ୍ଥିତି ଏହାର ମୁକାବିଲା ଏବଂ ପରବର୍ତ୍ତୀ ପଦକ୍ଷେପ ଆଦି ସମ୍ପର୍କରେ ସମୀକ୍ଷା ହେବ।
ତେବେ ରାଜ୍ୟରେ ଲଗାତାର ଭାବରେ ଉପରମୁହାଁ ରହୁଛି କରୋନା ଗ୍ରାଫ୍। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏ ସପ୍ତାହରେ କମିବ ନାହିଁ କରୋନା ସଂକ୍ରମଣ। ମେ ପରେ ଧୀରେ ଧୀରେ ରାଜ୍ୟରେ କମିବ ସଂକ୍ରମଣ। କରୋନା ସଂକ୍ରମଣକୁ ନେଇ ଗତକାଲି ଏଭଳି ପ୍ରତିକ୍ରିୟା ରଖିଛନ୍ତି ଡାକ୍ତର ନିରୋଜ ମିଶ୍ର। ସେ କହିଛନ୍ତି ଯେ, ମେ ୩୧ ପରେ ଯାଇ ସଂକ୍ରମିତ ସଂଖ୍ୟା କମିବ। ଆସନ୍ତା ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ୧୦ରୁ ୧୨ ହଜାର ପଜିଟିଭ ସଂଖ୍ୟା ରହିବ। ଏହାସହ ରାଜ୍ୟରେ ଏବେ ପଜିଟିଭ ରେଟ୍ ୨୦% ରହିଛି, ଟେଷ୍ଟ ବଢ଼ିଲେ ପଜିଟିଭ ସଂଖ୍ୟା ବି ବଢ଼ିବ।
ମେ ୩୧ ପରେ ସଂକ୍ରମଣ ସଂଖ୍ୟା ୧୦ ହଜାରରୁ ଖସିବ, ଜୁନରେ ଆଶ୍ୱସ୍ତି ମିଳିବ ବୋଲି କହିଛନ୍ତି ଶ୍ରୀ ମିଶ୍ର। ଏହାସହ ଗାଁ ଗୁଡିକ ଉପରେ ଅଧିକ ଫୋକସ କରିବାକୁ ପଡ଼ିବ, ଅଣ୍ଡର ରିପୋର୍ଟିଂ ହେବ। ଗ୍ରାମାଞ୍ଚଳରେ ଭିତ୍ତିଭୂମି ନାହିଁ, ଲୋକ ସଚେତନ ନଥିବାରୁ ମୃତ୍ୟୁହାର ବଢ଼ିପାରେ ବୋଲି ସେ କହିଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ରାଜ୍ୟକୁ ଆଉ ୨ ସପ୍ତାହ ଲକଡାଉନ୍ର ଆବଶ୍ୟକତା ଥିବା ସେ କହିଛନ୍ତି। ତେଣୁ ପୁଣି ଥରେ ଆଜିର ବୈଠକ ପରେ ରାଜ୍ୟରେ ଲକଡାଉନ୍ ବଢିବା ନେଇ ଚର୍ଚ୍ଚା ଜୋର ଧରିଛି।
ସେପଟେ, ସ୍ଥିତିକୁ ଦେଖି ଗୁରୁତର ନଥିବା କରୋନା ଆକ୍ରାନ୍ତଙ୍କୁ ହୋଟେଲରେ ଚିକିତ୍ସା କରାଇବା ଲାଗି ଭୁବନେଶ୍ୱର ମହାନଗର ନିଗମର ପଦକ୍ଷେପ ନେଇଛି। ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ସାଙ୍ଗକୁ ହସ୍ପିଟାଲଗୁଡ଼ିକରେ ବେଡ୍, ଭେଣ୍ଟିଲେଟର ଓ ଆଇସିୟୁର ଅଭାବ ଦେଖାଦେଉଛି। ଏଭଳି ପରିସ୍ଥିତିରେ ହୋଟେଲ ଗୁଡ଼ିକରେ ଅସ୍ଥାୟୀ କୋଭିଡ୍-୧୯ ହସ୍ପିଟାଲ କରିବା ଲାଗି ବିଏମସି ପଦକ୍ଷେପ ନେଇଛି।
ବିଏମ୍ସି ପକ୍ଷରୁ ଏଥିଲାଗି ସହରର ବିଭିନ୍ନ ହୋଟେଲର ମାଲିକ, ହୋଟେଲ ସଂଘର ପ୍ରତିନିଧି ଓ ରେଷ୍ଟୁରାଣ୍ଟ ସଂଘର ପ୍ରତିନିଧିଙ୍କ ସହ ଗତକାଲି ଆଲୋଚନା କରିଥିଲା। ଭିଡିଓ କନଫରେନ୍ସିଂରେ ହୋଇଥିବା ଆଲୋଚନାରେ ବିଏମ୍ସି କମିଶନର ସଂଜୟ ସିଂହ ଉପସ୍ଥିତ ରହିଥିଲେ। ହୋଟେଲଗୁଡ଼ିକରେ ଅକ୍ସିଜେନ୍ ସୁବିଧା ଥାଇ ଆଇସୋଲେସନ ଓ୍ୱାର୍ଡ ପ୍ରସ୍ତୁତ କରିବା ଲାଗି ଏଥିରେ ଆଲୋଚନା ହୋଇଛି। ବିଏମ୍ସିର ପଦକ୍ଷେପକୁ ହୋଟେଲ ସଂଘ ପ୍ରଶଂସା କରିଛି। ଏହାସହ ଘରୋଇ ହସ୍ପିଟାଲଗୁଡ଼ିକ ସହ ହୋଟେଲଗୁଡ଼ିକୁ ଯୋଡ଼ିଲେ ଆହୁରି ଭଲ ହେବ ବୋଲି ହୋଟେଲ ସଂଘ କହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/lockdown_1621255350.jpg)