Advertisment

Tiger Found Death: ବାଘକୁ ବିଷ ଦେଇ ମାରିଦେଲେ ! ଘଟଣା ସ୍ଥଳରେ ବନ ବିଭାଗର ଖୋଳତାଡ଼

ବାଘକୁ ବିଷ ଦେଇ ମାରିଦେଲେ । ସୁନ୍ଦରଗଡ଼ ଜିଲ୍ଲା କୁସୁମଡ଼ିହି ସେକ୍ସନର ଖେସାରା ଜଙ୍ଗଲରେ ଏକ କଲରାପତରିଆ ବାଘର ମୃତଦେହ ମିଳିଛି । ବାଘ ମୃତ୍ୟୁ ଖବର ପାଇ ବନବିଭାଗ ପକ୍ଷରୁ ଘଟଣାର ତନାଘନା ଆରମ୍ଭ ହୋଇଛି ।

TIGER-DEATH

TIGER-DEATH Photograph: (OTV)

Advertisment

ବାଘକୁ ବିଷ ଦେଇ ମାରିଦେଲେ । ସୁନ୍ଦରଗଡ଼ ଜିଲ୍ଲା କୁସୁମଡ଼ିହି ସେକ୍ସନର ଖେସାରା ଜଙ୍ଗଲରେ ଏକ କଲରାପତରିଆ ବାଘର ମୃତଦେହ ମିଳିଛି । ବାଘ ମୃତ୍ୟୁ ଖବର ପାଇ ବନବିଭାଗ ପକ୍ଷରୁ ଘଟଣାର ତନାଘନା ଆରମ୍ଭ ହୋଇଛି । କିଛି ଦିନ ତଳେ ବାଘ ଆକ୍ରମଣରେ ଏକ ବଳଦର ମୃତ୍ୟୁ ହୋଇଥିଲା । ତେବେ ଏହି ମୃତ ବଳଦ ଦେହରେ କେହି ଦୁର୍ବୃତ୍ତ ବିଷ ମିଶାଇଦେଇଥିଲେ । ଏହି ବିଷାକ୍ତ ମାଂସ ଖାଇ ବାଘର ମୃତ୍ୟୁ ହୋଇଥିବା ତଦନ୍ତୁ ଜଣାପଡ଼ିଛି। ଘଟଣା ସ୍ଥଳରେ ବନ ବିଭାଗ ଅଧିକାରୀ ପହଞ୍ଚି ଯାଂଚ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ତେବେ ବାଘ ମୃତ୍ୟୁ ପ୍ରସଙ୍ଗରେ ବନ ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ... 

Advertisment

ବାଘକୁ ବିଷ ଦେଇ ମାରିଦେଲେ !
ସୁନ୍ଦରଗଡ଼ କୁସୁମଡ଼ିହି ସେକ୍ସନରେ ବାଘ ମୃତ
ଘଟଣା ସ୍ଥଳରେ ବନ ବିଭାଗର ଖୋଳତାଡ଼
ବାଘ ଆକ୍ରମଣରେ ମରିଥିବା ବଳଦ ଦେହରେ ମିଶାଇ ଦେଲେ ବିଷ
ବିଷାକ୍ତ ମାଂସ ଖାଇ ବାଘ ମରିଥିବା ସୂଚନା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ