Advertisment

Dolphin census begin: ଡଲଫିନ୍ ଗଣିବେ ୧୮ଟି ଟିମ୍, ସକାଳ ୬ରୁ ୧୨ ଯାଏଁ ଚାଲିବ କାଉଣ୍ଟିଂ

ଆସନ୍ତାକାଲିଠୁ ଚିଲିକାରେ ଡଲଫିନ୍ ଗଣନା। ତିନି ଦିନ ଧରି ଚାଲିବ ଗଣନା କାର୍ଯ୍ୟ। ଚିଲିକାର ୧୮ଟି ରୁଟରେ ବାଲୁଗାଁ ଓ ସାତପଡ଼ାରେ ଗଣନା କରାଯିବ। ଗଣନା ପାଇଁ ମୋଟ ୧୮ଟି ଟିମ ଗଠନ କରାଯାଇଛି।

DOLPHIN COUNTING

DOLPHIN COUNTING Photograph: (OTV)

Advertisment

ଆସନ୍ତାକାଲିଠୁ ଚିଲିକାରେ ଡଲଫିନ୍ ଗଣନା । ତିନି ଦିନ ଧରି ଚାଲିବ ଗଣନା କାର୍ଯ୍ୟ। ଚିଲିକାର ୧୮ଟି ରୁଟରେ ବାଲୁଗାଁ ଓ ସାତପଡ଼ାରେ ଗଣନା କରାଯିବ। ଗଣନା ପାଇଁ ମୋଟ ୧୮ଟି ଟିମ ଗଠନ କରାଯାଇଛି।

Advertisment

ପ୍ରତ୍ୟେକ ଟିମରେ ଜଣେ ଲେଖାଏଁ ବିଶେଷଜ୍ଞଙ୍କ ସହ ୩ରୁ ୫ ଜଣ ଗଣନାକାରୀ ରହିବେ। ସକାଳ ୬ ଟାରୁ ଗଣନା ଆରମ୍ଭ ହୋଇ ୧୨ଟା ପର୍ଯ୍ୟନ୍ତ ଚାଲିବ। ଗଣନା କାର୍ଯ୍ୟରେ ବାଧା ସୃଷ୍ଟି ନହେବା ପାଇଁ ଚିଲିକାରେ ସକାଳ ୬ ଟାରୁ ୧୨ଟା ଯାଏଁ ବୋଟ୍ ଚଳାଚଳ ନକରିବାକୁ ୱାଇଲ୍ଡ ଲାଇଫ୍ ପକ୍ଷରୁ ସମସ୍ତ ମୋଟର ବୋଟ ଆସୋସିଏସନକୁ ଅବଗତ କରାଯାଇଛି।

ଗଣନା କାର୍ଯ୍ୟରେ OUAT, ଜିଓଲଜିକାଲ ସର୍ଭେ ଅଫ ଇଣ୍ଡିଆ, ମସ୍ୟଜୀବୀ ଆସୋସିଏସନ୍, ଗ୍ରୋ ଉଇଥ୍ ନେଚର  ସହ ବିଭିନ୍ନ ସଂଗଠନ ସାମିଲ ହେବେ। ଗତ ବର୍ଷ ଚିଲିକାରେ ୧୫୯ଟି ଇରାୱାଡି ଓ ୧୫ଟି ହମ୍ପ ବ୍ୟାକ ଡଲଫିନ୍  ଗଣନା କରାଯାଇଥିଲା । 

Advertisment
Odisha Chilika Dolphin Census
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ