Advertisment

Newlywed Woman Abducted By Lover: ବେକରେ ଭୁଜାଲି ଦେଖାଇ ୭୦ ଲକ୍ଷ ଲୁଟ୍, ଜମି ବିକି ରଖିଥିଲେ ଟଙ୍କା

ବଡ ଧରଣର ଡକାୟତି ।ବେକରେ ଭୁଜାଲି ଦେଖାଇ ୭୦ ଲକ୍ଷ ଲୁଟ୍ ।ତିନିମାସ ତଳେ ଜମି ବିକି ଘରେ ରଖିଥିଲେ ଟଙ୍କା। ଘରେ ଏକୁଟିଆ ଶୋଇଥିବାବେଳେ ଲୁଟି ନେଲେ ଦୁର୍ବୃତ୍ତ। ୭୦ ଲକ୍ଷ ଟଙ୍କା ସହ ସୁନା ଅଳଙ୍କାର ନେଇ ଦୁର୍ବୃତ୍ତ ଫେରାର।

Newlywed Woman Abducted By Lover

ବେକରେ ଭୁଜାଲି ଦେଖାଇ ୭୦ ଲକ୍ଷ ଲୁଟ୍ Photograph: (OTV)

Advertisment

ଜମି ବିକ୍ରି କରି ଘରେ ରଖିଥିଲେ ଟଙ୍କା। ବେକରେ ଭୁଜାଲି ଦେଖାଇ ୭୦ ଲକ୍ଷ ଟଙ୍କା ଓ ସୁନା ଲୁଟିନେଲେ ଦୁର୍ବୁର୍ତ୍ତ। ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ କୋଚନିଆମ୍ବା ର ଅମୁଲ୍ୟ ଜେନା ଙ୍କ ଘରେ। ଗତ ତିନିମାସ ତଳେ ଜମି ବିକ୍ରି କରି ଘରେ ରଖିଥିଲେ ୭୦ଲକ୍ଷ ଟଙ୍କା। ଗତକଲି ଏକୁଟିଆ ଶୋଇଥିବା ସମୟରେ ଘର କବାଟ ତାଡି ୬ ଜଣ ଦୁର୍ବୁର୍ତ୍ତ ଭିତରକୁ ପଶିଥିଲେ। 

Advertisment

ବେକରେ ଭୁଜାଲି ରଖି ହାତ ଗୋଡ଼ ବାନ୍ଧି ଆଲମାରିରେ ଥିବା ୭୦ ଲକ୍ଷ ଟଙ୍କା ଓ ସୁନାମୁଦି, ସୁନା ଲକେଟ ଓ କାନ ଫୁଲ ଲୁଟି ନେଇଥିବା ଅଭିଯୋଗ ହୋଇଛି। ଅମୁଲ୍ୟ ଙ୍କ ହାତ ଗୋଡ଼ ବାନ୍ଧି ଘରେ ଛାଡି ଦେଇ ପଳେଇ ଯାଇଥିଲେ। ବହୁ କଷ୍ଟରେ ମୁକୁଳି ପରିବାର ଲୋକଙ୍କୁ ସୂଚନା ଦେଇଥିଲେ । ପରେ ପୋଲିସ କୁ ଖବର ଦେଇଥିଲେ ବର୍ତ୍ତମାନ ସକାଳୁ ପୋଲିସ ପହଞ୍ଚି ବିଭିନ୍ନ ଦିଗରୁ ତଦନ୍ତ କରୁଛି।

  • ଉମରକୋଟ କୋଚନିଆମ୍ବା ବ୍ଲକରେ ଡକାୟତି
  • ବେକରେ ଭୁଜାଲି ଦେଖାଇ ୭୦ ଲକ୍ଷ ଲୁଟ୍
  • ତିନିମାସ ତଳେ ଜମି ବିକି ଘରେ ରଖିଥିଲେ ଟଙ୍କା
  • ଘରେ ଏକୁଟିଆ ଶୋଇଥିବାବେଳେ ଲୁଟି ନେଲେ ଦୁର୍ବୃତ୍ତ
  • ୭୦ ଲକ୍ଷ ଟଙ୍କା ସହ ସୁନା ଅଳଙ୍କାର ନେଇ ଦୁର୍ବୃତ୍ତ ଫେରାର
Advertisment
Loot Odisha Crime Odisha News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ