Advertisment

ଭୀଷଣ ଶବ୍ଦ କରି ଫାଟିଗଲା ଗାଁ ରାସ୍ତା, ଲୋକେ ଆତଙ୍କିତ

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ) : ଭୀଷଣ ଶବ୍ଦ କରି ଫାଟିଗଲା କଂକ୍ରିଟ ଢଳେଇ ରାସ୍ତା । ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ପ୍ରଚଣ୍ଡ ଶବ୍ଦ ହୋଇ ଗାଁ ରାସ୍ତା ଫାଟି ଯାଇଛି , ଫଳରେ ଭୟରେ ସାରା ରାତି ଶୋଇ ପାରିନାହାନ୍ତି ଗାଁ…

ଅଦ୍ୟତନ ହୋଇଛି
ଭୀଷଣ ଶବ୍ଦ କରି ଫାଟିଗଲା ଗାଁ ରାସ୍ତା, ଲୋକେ ଆତଙ୍କିତ

1

Advertisment

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ) : ଭୀଷଣ ଶବ୍ଦ କରି ଫାଟିଗଲା କଂକ୍ରିଟ ଢଳେଇ ରାସ୍ତା । ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ପ୍ରଚଣ୍ଡ ଶବ୍ଦ ହୋଇ ଗାଁ ରାସ୍ତା ଫାଟି ଯାଇଛି , ଫଳରେ ଭୟରେ ସାରା ରାତି ଶୋଇ ପାରିନାହାନ୍ତି ଗାଁ ଲୋକେ ।

Advertisment

ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଭୀଷଣ ଶଦ୍ଦ କରି ରାସ୍ତା ଫାଟି ଦୁଇ ଭାଗ ହୋଇଯାଇଛି । ସ୍ଥାନୀୟ ଲୋକେ କିଛି ବୁଝିବା ଆଗରୁ ରାସ୍ତା ଫାଟି ସାରିଥିଲା । ତେବେ ଗାଁ ହଠାତ୍ ଏପରି ଶଦ୍ଦ ଶୁଣି ଲୋକେ ଭୟଭୀତ ହୋଇପଡ଼ିଥିଲେ । ଶବ୍ଦ ଶୁଭୁଥିବା ସ୍ଥାନରେ ପହଞ୍ଚିବା ବେଳକୁ ରାସ୍ତାଟି ଫାଟି ଯାଇଥିବା ଦେଖିବାକୁ ପାଇଥିଲେ ଗ୍ରାମବାସୀ ।

ରାସ୍ତା ଫାଟିବା କାରଣକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଲାଗିଥିବା ବେଳେ ପାଖରେ ଥିବା ନଳକୂପ କିମ୍ବା ଅଧିକ ତାପମାତ୍ରା ଏହାର କାରଣ ହୋଇପାରେ ବୋଲି ଅନୁମାନ କରାଯାଉଛି । ତେବେ ଏହାର ପ୍ରକୃତ କାରଣ ଜଣା ପଡ଼ି ନଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ