topper
ଭୁବନେଶ୍ୱର: ସର୍ବଭାରତୀୟ ଆଇଟିଆଇ ପରୀକ୍ଷାରେ ଟପ୍ପର ହୋଇଥିବା ଭବାନୀପାଟଣା ସରକାରୀ ଆଇଟିଆଇ କଲେଜର ଦୁଇ ଛାତ୍ର ଛାତ୍ରୀ ସାଇଚରଣ ଦାସ ଓ ପୂଜା ମେହେରଙ୍କୁ ଅଭିନନ୍ଦନ ଜଣାଇଛନ୍ତି ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ନ୍ୟାସନାଲ ଟ୍ରେଡ ଟେଷ୍ଟରେ କୃତିତ୍ୱ ହାସଲ କରିଥିବା ସାଇଚରଣ ଓ ପୂଜାଙ୍କୁ ଟ୍ୱିଟର ଅଭିନନ୍ଦନ ଜଣାଇ ବୈଜୟନ୍ତ ଲେଖିଛନ୍ତି, ଶୃଙ୍ଖଳା, ଦୃଢ଼ ଇଚ୍ଛାଶକ୍ତି ଓ ଅଧ୍ୟବସାୟ ଥିଲେ କୌଣସି ପ୍ରତିବନ୍ଧକ ନିଜର ସ୍ବପ୍ନ ପୂରଣ କରିବାରେ ବାଧକ ହୋଇପାରେ ନାହିଁ। ଏହା ପ୍ରମାଣିତ କରିଛନ୍ତି ସାଇଚରଣ ଓ ପୂଜା।
୨୫ ଲକ୍ଷ ଛାତ୍ରଛାତ୍ରୀଙ୍କ ମଧ୍ୟରେ ମେକାନିକ ମୋଟର ଟ୍ରେଡ୍ର ଛାତ୍ର ସାଇଚରଣ ଦାସ ପୁଅମାନଙ୍କ ମଧ୍ୟରେ ଟପ୍ପର ହୋଇଥିବା ବେଳେ ଝିଅଙ୍କ ମଧ୍ୟରେ ଟପ୍ପର ହୋଇଛନ୍ତି ପୂଜା ମେହେର। ପୂଜା ଏକ ଅନାଥାଶ୍ରମରେ ବଢ଼ିଥିବା ବେଳେ ସାଇଙ୍କ ବାପା ଜଣେ ଦିନ ମଜୁରିଆ। ଆର୍ଥିକ ଦୂରବସ୍ଥା ଓ ଅନ୍ୟ ପ୍ରତିବନ୍ଧକ ସତ୍ତ୍ୱେ ସେମାନେ ସର୍ବଭାରତୀୟସ୍ତରରେ ଟପ୍ପର ହୋଇ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/topper_1622979024.jpg)