Advertisment

ଅକ୍ସିଜେନ ସିଲିଣ୍ଡର ଏବଂ ଔଷଧ କଳାବଜାରୀକୁ ନେଇ ରାଜ୍ୟ ମାନବାଧିକାର ଆୟୋଗ କ୍ଷୁବ୍ଧ

ଭୁବନେଶ୍ୱର: ରାଜ୍ୟରେ ଅକ୍ସିଜେନ ସିଲିଣ୍ଡର ଏବଂ ଔଷଧ କଳାବଜାରୀକୁ ନେଇ ରାଜ୍ୟ ମାନବାଧିକାର ଆୟୋଗ କ୍ଷୁବ୍ଧ । ନିଜ ତରଫରୁ ମାମଲା ରୁଜୁ କରି ରାଜ୍ୟ ମୁଖ୍ୟ ଶାସନ ସଚିବ, ପୋଲିସ ଡିଜି, ସ୍ୱାସ୍ଥ୍ୟ ବିଭାଗ ACSଙ୍କୁ ଜବାବ ତଲବ କରିଛନ୍ତି…

ଅଦ୍ୟତନ ହୋଇଛି
ଅକ୍ସିଜେନ ସିଲିଣ୍ଡର ଏବଂ ଔଷଧ କଳାବଜାରୀକୁ ନେଇ ରାଜ୍ୟ ମାନବାଧିକାର ଆୟୋଗ କ୍ଷୁବ୍ଧ

OHRC

Advertisment

ଭୁବନେଶ୍ୱର: ରାଜ୍ୟରେ ଅକ୍ସିଜେନ ସିଲିଣ୍ଡର ଏବଂ ଔଷଧ କଳାବଜାରୀକୁ ନେଇ ରାଜ୍ୟ ମାନବାଧିକାର ଆୟୋଗ କ୍ଷୁବ୍ଧ । ନିଜ ତରଫରୁ ମାମଲା ରୁଜୁ କରି ରାଜ୍ୟ ମୁଖ୍ୟ ଶାସନ ସଚିବ, ପୋଲିସ ଡିଜି, ସ୍ୱାସ୍ଥ୍ୟ ବିଭାଗ ACSଙ୍କୁ ଜବାବ ତଲବ କରିଛନ୍ତି OHRC । ଅକ୍ସିଜେନ୍ ଏବଂ ଜୀବନ ରକ୍ଷାକାରୀ ଔଷଧର କଳାବଜାରୀ ରୋକିବା ପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Advertisment

ମାନବାଧିକାର କମିଶନ କଳାବଜାରୀଙ୍କ ପ୍ରତି କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । କୋଭିଡ ଦ୍ୱିତୀୟ ଲହରରେ ଗ୍ରାମାଞ୍ଚଳ ଅଧିକ ପ୍ରଭାବିତ ହେଉଥିବାରୁ ତୁରନ୍ତ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ବା TMC ଖୋଲିବାକୁ ମୁଖ୍ୟ ଶାସନ ସଚିବଙ୍କୁ କହିଛନ୍ତି କମିଶନ । ସେହିପରି ମୃତଦେହର ଅନ୍ତିମ ସଂସ୍କାର ନେଇ NHRC ଜାରି କରିଥିବା ପରାମର୍ଶକୁ ପାଳନ କରିବାକୁ ମଧ୍ୟ ସରକାରଙ୍କୁ କୁହାଯାଇଛି । ଆସନ୍ତା ଜୁନ୍ ୨୬ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବା ବେଳେ ରୋଗୀଙ୍କ ପାଇଁ ଏବେ ସବୁଠାରୁ ଅଧିକ ଜରୁରୀ ହୋଇପଡ଼ିଛି ଅକ୍ସିଜେନ ସିଲିଣ୍ଡର । ରୋଗୀଙ୍କ ସମ୍ପର୍କୀୟ ଅକ୍ସିଜେନ ସିଲିଣ୍ଡର ଯୋଗାଡ଼ରେ ବ୍ୟସ୍ତ ରହୁଥିବା ବେଳେ କଳାବଜାରୀମାନେ ଏହାର ଫାଇଦା ନେଉଛନ୍ତି । ଯେମିତି କଥାରେ ଅଛି ବିପଦ ପଡ଼ିଥିବା ବେଳେ ଗଧ ପାଦ ବି ଧରିବାକୁ ହୁଏ । ଠିକ୍ ସେମିତି କରୋନା ରୋଗୀଙ୍କ ପାଇଁ ଅକ୍ସିଜେନ ସିଲିଣ୍ଡର ନିହାତି ଆବଶ୍ୟକ ହୋଇପଡ଼ିଛି । ଅକ୍ସିଜେନ ସିଲିଣ୍ଡର ନପାଇ ଅନେକ ରୋଗୀ ପ୍ରାଣ ହରାଇଥିବା ମଧ୍ୟ ଉଦାହରଣ ରହିଛି । ରୋଗୀଙ୍କ ଏହି ଦୁର୍ବଳତାର ସୁଯୋଗ ନେଇ କିଛି ଅକ୍ସିଜେନ ସିଲିଣ୍ଡର ବ୍ୟବସାୟୀ ଅଧିକ ଦାମରେ ବିକ୍ରି କରୁଛନ୍ତି । ନଚେତ ସିଧାସଳଖ ମନା କରୁଛନ୍ତି ଯେ, ଅକ୍ସିଜେନ ଷ୍ଟକ ନାହିଁ ।

Advertisment

ତେଣୁ ବାଧ୍ୟ ହୋଇ ରୋଗୀଙ୍କ ସମ୍ପର୍କୀୟ ଅଧିକ ଦାମ ଦେଇ ସିଲିଣ୍ଡର କିଣୁଛି । ନଚେତ୍ ମନରେ ଭୟ ରହୁଛି ଯେ, ଯଦି ଠିକ୍ ସମୟରେ ଅକ୍ସିଜେନ ନଲାଗିବ ତେବେ ତାଙ୍କ ସମ୍ପର୍କୀୟଙ୍କ ମୃତ୍ୟୁ ହୋଇଯିବ । ଖାଲି ସେତିକି ନୁହେଁ କରୋନା ରୋଗୀଙ୍କ ପାଇଁ ଆବଶ୍ୟକ ହେଉଥିବା ଔଷଧ ମଧ୍ୟ ଅଧିକ ଦାମରେ ବିକ୍ରି କରାଯାଉଛି ।

ତେବେ ଏଭଳି କଳାବଜାରୀ ଉପରେ ରୋକ ଲଗାଇବା ପାଇଁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ମାନବାଧିକାର ମିଶନ । ଯଦି କେହି ଏଭଳି କଳାବଜାରୀ କରୁଥିବା ଦେଖାଯାଏ ତେବେ ଏହା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କମିଶନ ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ