Advertisment

ବ୍ଲାକ୍‌ ପଙ୍ଗସ୍‌ ପାଇଁ କମିଟି ଗଠନ କଲେ ରାଜ୍ୟ ସରକାର

କରୋନାରୁ ସୁସ୍ଥ ହେବା ପରେ ବ୍ଲାକ ଫଙ୍ଗସରେ ସଂକ୍ରମିତ ଘଟଣା ସାମ୍ନାକୁ ଆସିବା ପରେ ରାଜ୍ୟ ସରକାରଙ୍କ ଚିନ୍ତା ବଢିଛି। ତେବେ ବ୍ଲାକ ଫଙ୍ଗସ ରୋଗୀଙ୍କ ପାଇଁ ଗାଇଡଲାଇନ କରିବାକୁ କମିଟି  ଗଠନ କରିଛନ୍ତି ସରକାର । ୭ ଜଣ ବିଶେଷଜ୍ଞ ଡାକ୍ତରଙ୍କୁ ନେଇ କମିଟି ଗଠନ କରିଛନ୍ତି ରାଜ୍ୟ ସରକାର

ଅଦ୍ୟତନ ହୋଇଛି
ବ୍ଲାକ୍‌ ପଙ୍ଗସ୍‌ ପାଇଁ କମିଟି ଗଠନ କଲେ ରାଜ୍ୟ ସରକାର

BlackFungus

Advertisment

ଭୁବନେଶ୍ୱର: କରୋନାରୁ ସୁସ୍ଥ ହେବା ପରେ ବ୍ଲାକ ଫଙ୍ଗସରେ ସଂକ୍ରମିତ ଘଟଣା ସାମ୍ନାକୁ ଆସିବା ପରେ ରାଜ୍ୟ ସରକାରଙ୍କ ଚିନ୍ତା ବଢିଛି। ତେବେ ବ୍ଲାକ ଫଙ୍ଗସ ରୋଗୀଙ୍କ ପାଇଁ ଗାଇଡଲାଇନ କରିବାକୁ କମିଟି  ଗଠନ କରିଛନ୍ତି ସରକାର । ୭ ଜଣ ବିଶେଷଜ୍ଞ ଡାକ୍ତରଙ୍କୁ ନେଇ କମିଟି ଗଠନ କରିଛନ୍ତି ରାଜ୍ୟ ସରକାର। ଏହି କମିଟି ପୂରା ଘଟଣା ଉପରେ ନଜର ଓ ତଦାରଖ କରିବ ବୋଲି ସୂଚନା ମିଳିଛି। ସୂଚନା ଅନୁସାରେ, SCB ମାଇକ୍ରୋ ବାୟୋଲୋଜି ବିଭାଗ ମୁଖ୍ୟ କମିଟିର ଅଧ୍ୟକ୍ଷା ହୋଇଛନ୍ତି। ଏହାସହ କମିଟିରେ ମେଡିସିନ, ଇଏନ୍‌ଟି, ଛାତି ରୋଗ ବିଭାଗର ମୁଖ୍ୟ ଆଦି ସଦସ୍ୟ ଅଛନ୍ତି। ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି ବ୍ଲାକ ଫଙ୍ଗସ ରୋଗୀଙ୍କ ତର୍ଜମା କରିବ ଏହି ୭ ଜଣିଆ କମିଟି ପରେ ରୋଗୀଙ୍କ ସ୍ଥିତି ତର୍ଜମା କରି ଗାଇଡଲାଇନ ବି ଜାରି କରିବ କମିଟି। ତ୍ୱରିତ ରୋଗ ଚିହ୍ନଟ ଓ ପରିଚାଳନା ନେଇ ଗାଇଡଲାଇନ କରିବ କମିଟି। ସବୁ ସରକାରୀ ମେଡିକାଲ କଲେଜରେ ଏକ୍ସପର୍ଟ କମିଟି ଗଠନ ପାଇଁ ନିର୍ଦ୍ଦେଶ ଜାରି ହୋଇଛି। କେବଳ ଏତିକି ନୁହେଁ ବରଂ ଏଭଳି ରୋଗୀଙ୍କ ଚିକିତ୍ସା ବ୍ୟବସ୍ଥା ପାଇଁ ମଧ୍ୟ ମେଡିକାଲ କଲେଜକୁ ନିର୍ଦ୍ଦେଶ ଦିଆଯାଇଛି। ନୂଆ ବ୍ଲାକ ଫଙ୍ଗସ ରୋଗୀ ଚିହ୍ନଟ ହେଲେ ତୁରନ୍ତ ଜଣାଇବାକୁ ନିର୍ଦ୍ଦେଶ ଜାରି କରିଛନ୍ତି ରାଜ୍ୟ ସରକାର।

Advertisment

କରୋନା କାଳରେ ଚିନ୍ତା ବଢ଼ାଇଲାଣି ଆଉ ଏକ ନୂଆ ସଂକ୍ରମଣ- ବ୍ଲାକ୍ ଫଙ୍ଗସ୍। ପୂର୍ବରୁ ଖୁବ୍ କ୍ୱଚିତ୍ ଦେଖାଯାଉଥିବା ଏହି ଫଙ୍ଗାଲ୍ ଇନଫେକ୍‌ସନ୍‌, ଏବେ ଗୁଜୁରାଟ ସମେତ ଓଡ଼ିଶାରେ ମଧ୍ୟ ଦେଖିବାକୁ ମିଳିଛି। କରୋନାରୁ ସୁସ୍ଥ ହୋଇଥିବା କିଛି ଲୋକଙ୍କ ପାଖରେ ଏହା ଦେଖାଦେଉଛି। ଯଦିଓ ଓଡ଼ିଶାରେ ଏହା କୌଣସି କରୋନା ଆରୋଗ୍ୟଙ୍କଠାରେ ଦେଖାଯାଇଥିବା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇନାହିଁ, ତଥାପି ଏହା କାହିଁକି ହୁଏ, କେଉଁମାନଙ୍କୁ ସଂକ୍ରମଣ ହେବାର ଆଶଙ୍କା ଅଧିକ, ଏହାର ଲକ୍ଷଣ କଣ ଓ କେମିତି ଏଥିରୁ ବର୍ତ୍ତିବେ?

କରୋନାରୁ ସୁସ୍ଥ ହେବା ପରେ ବି, ଚିନ୍ତା ବଢ଼ାଉଛି ବ୍ଲାକ୍ ଫଙ୍ଗସ୍ ବା ମ୍ୟୁକୋର୍ମାଇକୋସିସ୍। କରୋନାକୁ ହରାଇଥିବା ଡାଇବେଟିସ୍, କର୍କଟ, ହୃଦରୋଗ ଓ କିଡ୍ନୀ ସମସ୍ୟା ଥିବା ବ୍ୟକ୍ତି ସାବଧାନ ରୁହନ୍ତୁ । କାରଣ ରୋଗ ପ୍ରତିରୋଧକ ଶକ୍ତି କମ୍ ଥିବା ଏଭଳି ଲୋକଙ୍କୁ, ସହଜରେ ଆକ୍ରମଣ କରୁଛି। ବ୍ଲାକ୍ ଫଙ୍ଗସ୍ ପ୍ରାଥମିକ ଅବସ୍ଥାରୁ ଚିକିତ୍ସା ନକରାଇଲେ, ନାକ, ଆଖି, ମାଢ଼ି ହାଡ଼, ଏପରିକି ଫୁସଫୁସ୍‌ ଓ ମସ୍ତିଷ୍କକୁ ନଷ୍ଟ କରିଦେବା ସହ, ଜୀବନ ବି ନେଇଯାଉଛି ଏହି ଫଙ୍ଗାଲ୍ ଇନଫେକସନ୍‌। ଯଦିଓ ଏହା କିଛି ନୂଆ ରୋଗ ନୁହେଁ, ତଥାପି କରୋନା କାଳରେ ବହୁଗୁଣ ବଢ଼ିଯାଇଛି ଏହାର ପ୍ରାଦୁର୍ଭାବ। ତେଣୁ ରାଜ୍ୟ ସରକାର ଏଥିଲାଗି କମିଟି ଗଠନ କରିଥିବା ନେଇ ଚର୍ଚ୍ଚା ହେଉଛି।

Advertisment
Odisha Black Fungus
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ