Advertisment

ନକଲି ‘ଫାଭିପିରାଭିର’ ଜବତ ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ ସ୍ପେସାଲ ଟାସ୍କ ଫୋର୍ସ

କଟକ: କଟକରୁ ନକଲି ଫାଭିପିରାଭିର ଜବତ ଘଟଣାର ହେବ ଜୋରଦାର ତଦନ୍ତ । ଏଥିପାଇଁ କ୍ରାଇମବ୍ରାଞ୍ଚ ସ୍ପେଶାଲ ଟାସ୍କ ଫୋର୍ସର ଗୋଟିଏ ଟିମ୍ ଗଠନ କରାଯାଇଛି । ଏହାସହ ଡ୍ରଗ୍ସ କଣ୍ଟ୍ରୋଲରଙ୍କ ସହ ଏନେଇ ବିଚାର ବିମର୍ଶ କରାଯାଉଛି ବୋଲି ପୋଲିସ…

ନକଲି ‘ଫାଭିପିରାଭିର’ ଜବତ ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ ସ୍ପେସାଲ ଟାସ୍କ ଫୋର୍ସ

favipiravir

Advertisment

କଟକ: କଟକରୁ ନକଲି ଫାଭିପିରାଭିର ଜବତ ଘଟଣାର ହେବ ଜୋରଦାର ତଦନ୍ତ । ଏଥିପାଇଁ କ୍ରାଇମବ୍ରାଞ୍ଚ ସ୍ପେଶାଲ ଟାସ୍କ ଫୋର୍ସର ଗୋଟିଏ ଟିମ୍ ଗଠନ କରାଯାଇଛି । ଏହାସହ ଡ୍ରଗ୍ସ କଣ୍ଟ୍ରୋଲରଙ୍କ ସହ ଏନେଇ ବିଚାର ବିମର୍ଶ କରାଯାଉଛି ବୋଲି ପୋଲିସ ଡିଜି ଅଭୟ ସୂଚନା ଦେଇଛନ୍ତି । ଖୁବଶୀଘ୍ର ଏନେଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି ।

Advertisment

ଚାରିଦିନ ତଳେ କଟକରୁ ନକଲି ଫାଭିପିରାଭିର ମେଡିସିନ୍ ଜବତ ହୋଇଥିଲା । ଏହାକୁ ପରୀକ୍ଷା କରିବା ଲାଗି ଲାବୋରାଟୋରୀ ପଠାଯାଇଥିଲା । ଲାବୋରାଟୋରୀ ରିପୋର୍ଟ ଅନୁସାରେ ଜବତ ମେଡିସିନଗୁଡ଼ିକ ନକଲି ଥିଲା ବୋଲି ସୋମବାର ଡ୍ରଗ୍ସ କଣ୍ଟ୍ରୋଲର କହିଥିଲେ । ତେବେ ଏହି କାରବାରରେ କିଏ ସଂପୃକ୍ତ, କାହାର ହାତ ରହିଛି, ସେନେଇ ତଦନ୍ତ କରିବା ଲାଗି କ୍ରାଇମବ୍ରାଞ୍ଚ ଏସଟିଏଫ୍‌କୁ ଦାୟିତ୍ୱ ଦିଆଯାଇଛି ।

ଅନ୍ୟପଟେ ମହାମାରୀ କରୋନା ସମୟରେ ନକଲି ମେଡିସିନ କାରବାର ବୌଦ୍ଧରେ ମଧ୍ୟ ଦେଖାଯାଇଛି । ଜିଲ୍ଲାର ଦୁଇଟି ଔଷଧ ଦୋକାନରେ ଡ୍ରଗ୍ସ ଇନ୍ସପେକ୍ଟର ଚଢଉ କରି ନକଲି ଔଷଧ ଲିଙ୍କର ସନ୍ଧାନ ପାଇଛନ୍ତି । ଏହି ଘଟଣା ପରେ ଔଷଧ ଦୋକାନ ମାଲିକ ବିରମିତ୍ର ଦେହୁରୀ ଓ ସୁରେଶ ମେହେରଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ତେବେ ଦୋକାନକୁ କେଉଁଠାରୁ ଏହି ମେଡିସିନ ଆସିଲା, ଏଥିରେ ଜିଲ୍ଲାର ଆଉ କେଉଁ କେଉଁ ମେଡିସିନ ଦୋକାନ ସାମିଲ ହୋଇଛନ୍ତି ସେ ନେଇ ତଦନ୍ତ ଜାରି ରହିଛି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ