TEXTILE_MILL Photograph: (OTV)
କପା ଉତ୍ପାଦିତ ଅଞ୍ଚଳରେ ପ୍ରତିଷ୍ଠା କରାଯିବ ଟେକ୍ସଟାଇଲ ମିଲ୍। ସୋନପୁର ଗସ୍ତରେ ଆସି ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସାମ୍ବାଦିକ ସମ୍ମିଳନୀରେ ବଜେଟ ସହିତ ନୂଆ ଯୋଜନା ଓ ପ୍ରକଳ୍ପ ସମ୍ପର୍କରେ ସୂଚନା ଦେଇଥିଲେ |
ଏସବୁ ଭିତରେ ଗଣମାଧ୍ୟମର ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ଉତ୍ତର ଦେଇ କହିଥିଲେ ଯେ, କପା ଉତ୍ପାଦିତ ଅଞ୍ଚଳରେ ନିଶ୍ଚିତ ଭାବରେ ଟେକ୍ସଟାଇଲ ମିଲ ହେବ | ବଲାଙ୍ଗୀର, ସୋନପୁର, କଳାହାଣ୍ଡି ଜିଲ୍ଲାରେ ଲକ୍ଷ ଲକ୍ଷ କ୍ୱିଣ୍ଟାଲ କପା ଉତ୍ପାଦିତ ହେଉଛି | କିନ୍ତୁ କୌଣସି ଟେକ୍ସଟାଇଲ୍ ମିଲ ନଥିବାରୁ ଏଠାକାର କପା ଯାଉଛି ବାହାର ରାଜ୍ୟକୁ |
ତେଣୁ ଦୀର୍ଘ ଦିନ ହେବ ଟେକ୍ସଟାଇଲ୍ ଷ୍ଟାଇଲ ମିଲ ପାଇଁ ଦାବି ହେଉଛି | ଏବେ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ପରେ ବେଶ୍ ଆଶାବାଦୀ ହୋଇପଡିଛନ୍ତି କପାଚାଷୀ |....
ଗଣମାଧ୍ୟମର ପ୍ରଶ୍ନରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର
ନିଶ୍ଚିତ ଭାବରେ ହେବ ଟେକ୍ସଟାଇଲ ମିଲ୍
ବଲାଙ୍ଗୀର, ସୋନପୁର, କଳାହାଣ୍ଡିରେ ହେଉଛି କପା ଉତ୍ପାଦନ
ଲକ୍ଷ ଲକ୍ଷ କ୍ୱିଣ୍ଟାଲ କପା ଉତ୍ପାଦନ ହେଉଛି
ମିଲ୍ ନଥିବାରୁ କପା ବାହାରକୁ ଯାଉଛି
ଦୀର୍ଘ ଦିନ ହେବ ଟେକ୍ସଟାଇଲ ମିଲ ପାଇଁ ଦାବି ହେଉଛି
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/02/textile_mill-2026-02-02-12-29-40.jpg)