Advertisment

ମନ୍ଦିରରେ ଚାଲିଥିବା ବାହାଘରକୁ ଅଟକାଇଲା ପୋଲିସ

କଟକ: ମହାମାରୀ କରୋନାର ଦ୍ୱିତୀୟ ଲହରରେ ଏବେବି ଯାଇନି। ଏନେଇ ସରକାର ରାଜ୍ୟରେ ସ୍ୱତନ୍ତ୍ର କୋଭିଡ୍ କଟକଣା ଜାରିକରିଛନ୍ତି। ଏପରିକି ଶୁଦ୍ଧ କ୍ରିୟା ଓ ବିବାହ ଉତ୍ସବରେ ମାତ୍ର ୨୫ ଜଣଙ୍କୁ ନେଇ କରାଯିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶନାମା ଜାରି…

ମନ୍ଦିରରେ ଚାଲିଥିବା ବାହାଘରକୁ ଅଟକାଇଲା ପୋଲିସ

covid-violation

Advertisment

କଟକ: ମହାମାରୀ କରୋନାର ଦ୍ୱିତୀୟ ଲହରରେ ଏବେବି ଯାଇନି। ଏନେଇ ସରକାର ରାଜ୍ୟରେ ସ୍ୱତନ୍ତ୍ର କୋଭିଡ୍ କଟକଣା ଜାରିକରିଛନ୍ତି। ଏପରିକି ଶୁଦ୍ଧ କ୍ରିୟା ଓ ବିବାହ ଉତ୍ସବରେ ମାତ୍ର ୨୫ ଜଣଙ୍କୁ ନେଇ କରାଯିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶନାମା ଜାରି କରିଛନ୍ତି। ତଥାପି କଟକଣା ମାନୁନାହାନ୍ତି ଲୋକେ। ବାହାଘର ଉତ୍ସବରେ ଶହ ଶହ ଲୋକ ଭିଡ଼। ବାହାଘର ବନ୍ଦ କରିବାରୁ ଯାଇଥିବା ପୋଲିସକୁ ଘେରିଲେ ଲୋକେ। କଟକ ଜିଲ୍ଲା ବାଙ୍କି ଅଂଚଳର କଳାପଥରର ଏ ଘଟଣା।

Advertisment

ସ୍ଥାନୀୟ କପିଳେଶ୍ୱର ମନ୍ଦିର ପରିସରରେ କୋଭିଡ୍ ନିୟମ ଉଲ୍ଲଂଘନ କରି ଚାଲିଥିଲା ଗୋଟିଏ ନିର୍ବନ୍ଧ ଓ ଅନ୍ୟ ଏକ ବାହାଘର। କାର୍ଯ୍ୟ ନିର୍ବନ୍ଧ ଭୋଜିରେ ଶତାଧିକ ସଂଖ୍ୟାରେ ଲୋକେ ଏକାଠି ହୋଇଥିଲେ। ଏହାସହ ମନ୍ଦିର ପରିସରରେ ଏରି ବାହାଘର ଭୋଜିରେ ମଧ୍ୟ ଶତାଧିକ ସଂଖ୍ୟାରେ ଲୋକେ ବିବାହ ଉତ୍ସବରେ ସାମିଲ ହୋଇଥିଲେ। ଏତେ ସଂଖ୍ୟକ ଲୋକେ ଏକାଠି ହୋଇଥିବା ଖବର ପାଇଁ ସେଠାରେ ପହଞ୍ଚିଥିଲା ପୋଲିସ।

ନିର୍ବନ୍ଧ କାର୍ଯ୍ୟ ବନ୍ଦ କରିବାକୁ କହିବା ସହ ବିବାହ ଉତ୍ସବର ମଧ୍ୟ ବନ୍ଦ କରିବାକୁ କହିଥିଲା। ଏହା ସହ ୨ ଜଣଙ୍କୁ ଉଠାଇ ନେଇଥିଲା ପୋଲିସ। ବିବାହ କାର୍ଯ୍ୟ ବନ୍ଦ କରିବାକୁ ଆସିଥିବା ପୋଲିସ ଅଧିକାରୀଙ୍କୁ ଲୋକେ ଅଟକାଇଥିଲେ। ଏହାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିଲା। ଶେଷରେ ଘଟଣାସ୍ଥଳରେ ତହସିଲଦାର ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିବା ଜଣାପଡିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ