Advertisment

ଲଘୁ ଖଣିଜ ସଂପଦ ବିଡିଂକୁ ନେଇ ଦ୍ୱନ୍ଦ୍ୱ: ପ୍ରଥମେ ଟେଣ୍ଡର ଠିକ୍‌ କହି ପରେ ବାତିଲ କଲା ପ୍ରଶାସନ

ଯାଜପୁର(ଗୁଲାମ ଗସ୍): ଗୁଲାମ ଗସ୍ ଉପକୂଳ ଜିଲ୍ଲା ଗୁଡିକ ପାଇଁ ଯାଜପୁର ଲଘୁ ଖଣିଜ ଯୋଗାଣର ଏକ ପ୍ରମୁଖ କେନ୍ଦ୍ର ଭାବେ ପରିଗଣିତ ହୋଇଛି। ବିଶେଷ କରି ଧର୍ମଶାଳା ତହସିଲ ଅଧିନରେ ଅନେକ କଳାପଥର ଖାଦାନ ରହିଛି। ଚଳିତ ଥର ଧର୍ମଶାଳା…

ଲଘୁ ଖଣିଜ ସଂପଦ ବିଡିଂକୁ ନେଇ ଦ୍ୱନ୍ଦ୍ୱ: ପ୍ରଥମେ ଟେଣ୍ଡର ଠିକ୍‌ କହି ପରେ ବାତିଲ କଲା ପ୍ରଶାସନ

bali-khadan

Advertisment

ଯାଜପୁର(ଗୁଲାମ ଗସ୍): ଗୁଲାମ ଗସ୍ ଉପକୂଳ ଜିଲ୍ଲା ଗୁଡିକ ପାଇଁ ଯାଜପୁର ଲଘୁ ଖଣିଜ ଯୋଗାଣର ଏକ ପ୍ରମୁଖ କେନ୍ଦ୍ର ଭାବେ ପରିଗଣିତ ହୋଇଛି। ବିଶେଷ କରି ଧର୍ମଶାଳା ତହସିଲ ଅଧିନରେ ଅନେକ କଳାପଥର ଖାଦାନ ରହିଛି। ଚଳିତ ଥର ଧର୍ମଶାଳା ତହସିଲ ଅଧିନରେ ନିଲାମ ପକ୍ରିୟାକୁ ନେଇ ଦେଖାଦେଇଛି ଦ୍ୱନ୍ଦ। ଟେଣ୍ଡର ପକ୍ରିୟାରେ ଅଂଶଗ୍ରହଣ କରିଥିବା କେତେକଙ୍କୁ ସଫଳ ବିଡର ଭାବେ ଘୋଷଣା କରାଯାଇଥିଲା। ହେଲେ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଟେଣ୍ଡର ନାକଚ କରାଯାଇଥିଲା। ଏବେ ଏହାକୁ ନେଇ ପ୍ରଶାସନର ସ୍ୱଛତା ଉପରେ ଉଠିଛି ପ୍ରଶ୍ନ।

Advertisment

ଲଘୁ ଖଣିଜ ସଂପଦ ବିଡିଂକୁ ନେଇ ଯାଜପୁର ଜିଲ୍ଲା ପ୍ରଶାସନର ବିଚିତ୍ର ନୀତି। ୨୦୨୧ ଫେବ୍ରୁଆରୀ ମାସରେ ୨୨
ତାରିଖରେ ୧୫ ଗୋଟି ଖାଦାନ ଲାଗି ଟେଣ୍ଡର ଆହ୍ୱାନ ହୋଇଥିଲା। ମାର୍ଚ୍ଚ ୧୨ ତାରିଖ ଥିଲା ଟେଣ୍ଡର ଆହ୍ୱାନର ଶେଷ
ତାରିଖ। ନିୟମ ପ୍ରକଳ୍ପ ରେ ଏହି ସମୟ ଭିତରେ ବିଡର ମାନେ ଟେଣ୍ଡର ପକାଇଥିଲେ। ମାର୍ଚ୍ଚ ୨୪ ତାରିଖରେ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ଟେଣ୍ଡ ବାକ୍ସ ଖୋଲାଯିବା ସହ କାଗଜ ପତ୍ର ଯାଞ୍ଚ କରାଯାଇ ସବୁ ଠିକ ଥିବା କୁହାଯାଇଥିଲା। ହେଲେ ଗତ ମେ ୧୫ ତାରିଖରେ ୧୫ଟି ଖାଦାନ ମଧ୍ୟରୁ ୨ଟି ଚାଡ଼ ସମସ୍ତ ବିଡିଂକୁ ବାତିଲ କରିଛି ଜିଲ୍ଲା ପ୍ରଶାସନ। କାହା ସ୍ୱାର୍ଥକୁ ନେଇ ଏଭଳି କରଯାଇଛି ବୋଲି ବିଡର ପ୍ରଶ୍ନ କରିଛନ୍ତି।

ସରକାରୀ ନିୟମ ପ୍ରକାରେ ଯେଉଁଦିନ ଟେଣ୍ଡର ବାକ୍ସ ଖୋଲାଗଲା ସେହି ଦିନ ବିଡରମାନଙ୍କ ମଧ୍ୟରୁ ଉଚିତ ବିଡରକୁ ଲିଜ
ଦିଆଯିବା କଥା। ମାତ୍ର ତାହା କରାନଯାଇ କାହା ନିର୍ଦ୍ଦେଶରେ ଟେଣ୍ଡର କାଗଜପତ୍ର ଜିଲ୍ଲାପାଳଙ୍କ ଦପ୍ତରକୁ ପଠାଗଲା ସେ ନେଇ
ପ୍ରଶ୍ନ ଉଠିଛି। ସେପଟେ ଟେଣ୍ଡର ପ୍ରକ୍ରିୟାର ଅଢେଇ ମାସ ପରେ ସିଙ୍ଗଲ ଟେଣ୍ଡର ଆଳରେ ନାକଚ କରିବା ଘଟଣାକୁ ବିଡର
ସନ୍ଦେହ ଚକ୍ଷୁରେ ଦେଖିଛନ୍ତି। ଏହା ଲଘୁ ଖଣିଜ ଦ୍ରବ୍ୟକୁ ଲୁଟ କରିବା ପାଇଁ ମାଫିଆ ମାନଙ୍କୁ ସୁଯୋଗ ବୋଲି ଅଭିଯୋଗ କରିଛନ୍ତି।
ସ୍ଥାନୀୟ ବାସିନ୍ଦା ସେପଟେ ଉଚିତ୍ କାଗଜ ପତ୍ର ନଥିବାରୁ ଏହା ବାତିଲ କରାଯାଇ ରି ଟେଣ୍ଡର ହେବ ବୋଲି ଜିଲ୍ଲାପାଳ କହିଛନ୍ତି। ଧର୍ମଶାଳା ଅଞ୍ଚଳର ଲଘୁ ଖଣିଜ ପଦାର୍ଥ ନିଲାମରେ ହୋଇଥିବା ଏଭଳି ଅନିୟମିତାର ଉଚ୍ଚ ସ୍ତରୀୟ ତଦନ୍ତ ହେଲେ ସମସ୍ତ ତଥ୍ୟ ପଦାକୁ ଆସିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ