Advertisment

Cold Wave Weakens: ଶୀତରେ ଥରୁଛି ଓଡ଼ିଶା: କମିପାରେ ଥଣ୍ଡା ପ୍ରକୋପ

ଆଜିଠୁ ସାମାନ୍ୟ ଶୀତ କମିବ ବୋଲି ପୂର୍ବାନୁମାନ କରାଯାଇଛି। ୩ ଦିନ ଭିତରେ ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିପାରେ। ଆଭ୍ୟନ୍ତରୀଣ, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଅନୁଭୂତ ହେବ ଶୀତ।

Cold Wave

Cold Wave Photograph: (OTV)

Advertisment

ରାଜ୍ୟରେ ସାମାନ୍ୟ କମିଛି ଶୀତ ଲହରି। ଗତ କିଛି ଦିନ ହେବ ପ୍ରବଳ ଜାଡ଼ ହେଉଥିବା ବେଳେ ଗତକାଲିଠୁ ବଢିଛି ରାତି ତାପମାତ୍ରା। ଆଜିଠୁ ଥଣ୍ଡା ପ୍ରକୋପ ଆଉ ଟିକେ କମିପାରେ। ଆସନ୍ତା ୩ ଦିନ ଭିତରେ ତାପମାତ୍ରା ୨-୩ ଡିଗ୍ରୀ ସେଲସିୟସ୍ ଯାଏଁ ବୃଦ୍ଧି ପାଇବ। 
ତଥାପି ଆଭ୍ୟନ୍ତରୀଣ, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଶୀତ ଅନୁଭୂତ ହେବ। ଗତ ୨୪ ଘଣ୍ଟାରେ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଥିଲା। ସେହିପରି ରାଉରକେଲାରେ ସର୍ବାଧିକ ରହିଥିଲା କୁହୁଡିର ପ୍ରଭାବ।

Advertisment


•    ରାଜ୍ୟରେ ସାମାନ୍ୟ କମିଛି ଶୀତ ଲହରି
•    ଆଜିଠୁ ଥଣ୍ଡା ପ୍ରକୋପ ଟିକେ କମିପାରେ
•    ଆସନ୍ତା ୩ ଦିନ ତାପମାତ୍ରା ୨-୩ ଡିଗ୍ରୀ ଯାଏଁ ବୃଦ୍ଧି ପାଇବ
•    ଆଭ୍ୟନ୍ତରୀଣ, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଅନୁଭୂତ ହେବ ଶୀତ
•    ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ ରେକର୍ଡ

Cold Wave
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ