Advertisment

Farmers Left Helpless: ମଣ୍ଡିରେ କାନ୍ଦୁଛି ଚାଷୀ, ମିଲର୍ସଙ୍କ ମନମାନୀ ସହ ଚାଷୀଙ୍କ ସମସ୍ୟାକୁ ନେଇ ତେଜିଲା ରାଜନୀତି

ଜିଦ୍ ରେ ଅଟଳ ମିଲର୍ସ। ମଣ୍ଡି ବାହାରେ ପଡି ରହିଛି ଧାନ। ଜଗି ରହିଛି ଅନ୍ନଦାତା। ଦୁଇ ଦିନ ହେଲା ମଣ୍ଡିରେ ଧାନ କିଣା ଠପ୍।  ଲକ୍ଷ ଲକ୍ଷ ବସ୍ତା ଧାନ ଖୋଲା ଆକାଶ ତଳେ ପଡ଼ିଛି, ମିଲର୍ସଙ୍କ ଆନ୍ଦୋଳନ ଯୋଗୁଁ ଦୁଇ ଦିନ ହେଲା ଧାନ ଉଠାଣ ବନ୍ଦ।

MANDI

MANDI Photograph: (OTV)

Advertisment

ମଣ୍ଡିରେ ମୁଣ୍ଡରେ ହାତ ଦେଇ ବସିଛି ଅନ୍ନଦାତା। ଧାନ ନଉଠାଇବା ଜିଦରେ ଅଟଳ ମିଲର୍ସ। ଏଣେ ଆନ୍ଦୋଳନକୁ ଓହ୍ଲାଇବାକୁ ଚାଷୀ ଦେଲେଣି ଚେତାବନୀ। ଦୁଇ ଦିନ ହେଲା ଓଡିଶା ମିଲର୍ସ ସଂଘ ଧାନ ଉଠାଣ ବନ୍ଦ କରିଥିବାରୁ ରାଜ୍ୟର ବିଭିନ୍ନ ସ୍ଥାନରୁ ସାମ୍ନାକୁ ଆସୁଛି ଚାଷୀ ହଇରାଣର ପୁଳା ପୁଳା ଚିତ୍ର।

Advertisment

ଯୋଗାଣ ମନ୍ତ୍ରୀ ଓ ଏମଡିଙ୍କ ସହ ମିଲର୍ସ ସଂଘର ବାରମ୍ବାର ବୈଠକ ବିଫଳ ହେବା ପରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ସମବାୟ ମନ୍ତ୍ରୀ। କହିଛନ୍ତି ମିଲର୍ସ ମାନେ ଅନ୍ୟ କାହା ଦ୍ୱାରା ପରିଚାଳିତ ହୋଇ ସରକାରକୁ ହରଡଘଣାରେ ପକାଇବାକୁ ଚେଷ୍ଟା କରୁଛନ୍ତି। ଯାହାକୁ ନେଇ ତେଜିଛି ରାଜନୀତି...

ସମ୍ବଲପୁରରୁ ସୁନ୍ଦରଗଡ, ବରଗଡରୁ ବାଲେଶ୍ୱର। ସବୁଠି ଚିତ୍ର ସମାନ। ଜିଦ୍ ରେ ଅଟଳ ମିଲର୍ସ। ମଣ୍ଡି ବାହାରେ ପଡି ରହିଛି ଧାନ। ଜଗି ରହିଛି ଅନ୍ନଦାତା। ଦୁଇ ଦିନ ହେଲା ମଣ୍ଡିରେ ଧାନ କିଣା ଠପ୍।  ଲକ୍ଷ ଲକ୍ଷ ବସ୍ତା ଧାନ ଖୋଲା ଆକାଶ ତଳେ ପଡ଼ିଛି, ମିଲର୍ସଙ୍କ ଆନ୍ଦୋଳନ ଯୋଗୁଁ ଦୁଇ ଦିନ ହେଲା ଧାନ ଉଠାଣ ବନ୍ଦ। କିନ୍ତୁ ଏଠି ଅନ୍ୟ ସମସ୍ୟା ପାଇଁ ଧାନ ଉଠୁନି। ଯାହାକୁ ନେଇ ଆନ୍ଦୋଳନ ଚେତାବନୀ ବି ଦେଇଛନ୍ତି ଚାଷୀ।

Advertisment

ସୁନ୍ଦରଗଡ ଜିଲ୍ଲା ବଣାଇରେ ମଣ୍ଡି ବିଳମ୍ବରେ ଖୋଲିଥିଲା । ଟୋକନ ଧରି ଚାଷୀ ମଣ୍ଡିକୁ ଧାନ ଆଣିଲା ବେଳକୁ ନେବାକୁ କେହି ନାହିଁ। ଏପଟେ ଟ୍ରାକ୍ଟର ବାବଦ ଭଡ଼ା ବୋଝ ଉପରେ ନଳିତା ବିଡ଼ା ସାଜିଛି। 

ବାହାରି ପାରୁନି ସମାଧାନ

ବଡ଼ କଥା ହେଲା ମିଲର୍ସଙ୍କ ସହ ସରକାରଙ୍କ ବିଭିନ୍ନ ଦଫା ଆଲୋଚନା ସତ୍ତ୍ବେ ବାହାରି ପାରୁନି ସମାଧାନ। ଜିଦରେ ଅଡ଼ି ବସିଛନ୍ତି ମିଲର୍ସ। ପ୍ରଥମେ ଯୋଗାଣ ମନ୍ତ୍ରୀଙ୍କ ସହ ଆଲୋଚନା ଓ ତାପରେ ଯୋଗାଣ ନିଗମ ଏମଡିଙ୍କ ସହ ବି କଥାବାର୍ତ୍ତା ବିଫଳ। 

Advertisment

ଏଣେ ସମବାୟ ମନ୍ତ୍ରୀ ରଖିଛନ୍ତି ବଡ ପ୍ରତିକ୍ରିୟା, ଯାହାକୁ ନେଇ ତେଜିଛି ରାଜନୀତି। ମନ୍ତ୍ରୀ କହିଛନ୍ତି, ମିଲର୍ସ ଆନ୍ଦୋଳନ ଅନ୍ୟ କାହା ଦ୍ବାରା ପରିଚାଳିତ ହେଉଛି। ସରକାରଙ୍କୁ ହରଡ଼ଘଣାରେ ପକାଇବାକୁ ଯୋଜନା ଚାଲିଛି। ମିଲର୍ସ ମାନଙ୍କ ଦାବିରେ ବିଶେଷ ଯଥାର୍ଥତା ନାହିଁ। ତେଣେ ବିଜେଡି କହିଛି- ରାଜକୋଷରେ ଅର୍ଥର ଅଭାବ ଥିବାରୁ ନିଜେ ସରକାର ମିଲର୍ସ ଆନ୍ଦୋଳନକୁ ଭିଆଇଛନ୍ତି। ଅନ୍ୟପଟେ ଆସନ୍ତାକାଲିଠୁ ଧାନ ନଉଠିଲେ ଆନ୍ଦୋଳନ କରିବ କଂଗ୍ରେସ। 

ବକେୟା ରକ୍ଷଣାବେକ୍ଷଣ ଶୁଳ୍କ ପ୍ରଦାନ, କଷ୍ଟମ ମିଲିଂ ପାଇଁ ଅତିରିକ୍ତ ପ୍ରୋତ୍ସାହନ ରାଶି, ପରିବହନ ଖର୍ଚ୍ଚ ବୃଦ୍ଧି ଭଳି ଦାବିକୁ ନେଇ ଧାନ ଉଠାଣ ବନ୍ଦ କରିଛି ଓଡିଶା ମିଲର୍ସ ଆସୋସିଏସନ। କେବେ ଏହାର ସମାଧାନ ହେଉଛି ଓ ମଣ୍ଡି ସ୍ୱାଭାବିକ ହେଉଛି- ତା ଉପରେ ନଜର।... 

In Paddy Procurement Farmer
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ