Oxygen
ଭୁବନେଶ୍ୱ: ରାଜ୍ୟରେ ଅକ୍ସିଜେନ୍ ସୁପରିଚାଳନା ପାଇଁ ଗଠନ ହେଲା ଟାସ୍କଫୋର୍ସ । ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ରରେ ମେଡିକାଲ ଅକ୍ସିଜେନ ଯୋଗାଣ ପାଇଁ ଯୋଜନା ପ୍ରସ୍ତୁତି ଓ କାର୍ଯ୍ୟକାରିତା କିଭଳି ପରିଚାଳନା କରି ହେବ ସେଥିପାଇଁ ଏହି ଟାସକ ଫୋର୍ସ ଗଠନ କରାଯାଇଛି । ଏଥିରେ ୯ ଜଣ ସଦସ୍ୟ ରହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଟାସ୍କଫୋର୍ସର ଅଧ୍ୟକ୍ଷ ରହିଛନ୍ତି ।
ଏହି ଟାସ୍କଫୋର୍ସ ମେଡିକାଲ ଅକ୍ସିଜେନ୍ ଉତ୍ପାଦନ ଓ ବିତରଣର ତଦାରଖ କରିବ । ମେଡିକାଲ ଅକ୍ସିଜେନ୍ ଉପରେ ଦୀର୍ଘ ମିଆଦି ଯୋଜନା କରିବାକୁ ଟାସ୍କଫୋର୍ସକୁ ଦାୟିତ୍ୱ ଦିଆଯାଇଛି । ସେହିଭଳି ଏହି ଟାସ୍କଫୋର୍ସ ବିଭିନ୍ନ ଅକ୍ସିଜେନ ସିଲିଣ୍ଡରର ଉପଲବ୍ଧତା ଏବଂ ଟ୍ୟାଙ୍କର ଷ୍ଟୋରେଜର ସ୍ଥିତି ନେଇ ଷ୍ଟେକ ହୋଲଡରଙ୍କ ସହ ଯୋଗସୂତ୍ର ରକ୍ଷା କରିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Capture-38_1621357802.jpg)