Advertisment

Suspicious Death: ନିଶାରୁ ମୁକ୍ତ ହେବା ପାଇଁ ଆସିଥିଲେ, ଶବ ପାଲଟିଗଲେ...ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

ନିଶାରୁ ମୁକ୍ତ ହେବା ପାଇଁ ନିଶାମୁକ୍ତି କେନ୍ଦ୍ରକୁ ଆସିଥିଲେ । କିନ୍ତୁ ଘରକୁ ଶବ ହୋଇ ଫେରିଲେ । କଟକରେ ନିଶାମୁକ୍ତି କେନ୍ଦ୍ରରେ ବଡ଼ ଅଘଟଣ । ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି

CTC-DEATH-NISHAMUKTI

CTC-DEATH-NISHAMUKTI Photograph: (OTV)

Advertisment

ନିଶାରୁ ମୁକ୍ତ ହେବା ପାଇଁ ନିଶାମୁକ୍ତି କେନ୍ଦ୍ରକୁ ଆସିଥିଲେ । କିନ୍ତୁ ଘରକୁ ଶବ ହୋଇ ଫେରିଲେ । କଟକରେ ନିଶାମୁକ୍ତି କେନ୍ଦ୍ରରେ ବଡ଼ ଅଘଟଣ । ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ସଦର ଥାନା ଉତ୍ତମାପୁରର ନିଶାମୁକ୍ତି କେନ୍ଦ୍ରରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଯୁବକଙ୍କୁ ତଣ୍ଟିଚିପି ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ମୃତକ ଖୋର୍ଦ୍ଧା ଅଞ୍ଚଳର ବୋଲି ସୂଚନା ମିଳିଛି। ମୃତ ଯୁବକ ୨ ମାସ ପୂର୍ବେ ନିଶାମୁକ୍ତି କେନ୍ଦ୍ରକୁ ଆସିଥିଲେ। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ଏନେଇ ପୋଲିସ କିମ୍ବା ନିଶା ମୁକ୍ତି କେନ୍ଦ୍ର ପକ୍ଷରୁ ପ୍ରତିକ୍ରିୟା ମିଳିପାରିନାହିଁ । ତେବେ ସୂଚନା ଯାହା ରହିଛି ଏହି ଘଟଣାରେ ପୋଲିସ ୪ଜଣ ଯୁବକଙ୍କୁ ଥାନାକୁ ନେଇ ପଚରାଉଚରା କରୁଛି । ନିଶାମୁକ୍ତି କେନ୍ଦ୍ରକୁ ସରକାରୀ ଅନୁମତି ମିଳିଛି କି ନାହିଁ ? କେବେଠୁ ଏହି ନିଶାମୁକ୍ତି କେନ୍ଦ୍ର ଖୋଲିଛି ତାର ବି ତଦନ୍ତ କରୁଛି ପୋଲିସ । 

Advertisment

ନିଶାମୁକ୍ତି କେନ୍ଦ୍ରରେ ଯୁବକଙ୍କୁ ହତ୍ୟା!
କଟକରେ ନିଶାମୁକ୍ତି କେନ୍ଦ୍ରରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ
ସଦର ଥାନା ଉତ୍ତମାପୁରର ନିଶାମୁକ୍ତି କେନ୍ଦ୍ରରେ ମୃତଦେହ
ଯୁବକଙ୍କୁ ତଣ୍ଟିଚିପି ହତ୍ୟା କରାଯାଇଥିବା ଅଭିଯୋଗ
୨ ମାସ ପୂର୍ବେ ନିଶାମୁକ୍ତି କେନ୍ଦ୍ରକୁ ଆସିଥିଲେ ମୃତ ଯୁବକ
ମୃତକ ଖୋର୍ଦ୍ଧା ଅଞ୍ଚଳର ସୂଚନା, ପୋଲିସ ତଦନ୍ତ ଆରମ୍ଭ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ