Advertisment

ଆଜି ସୂର୍ଯ୍ୟପରାଗ: ଏହି ରାଶି ପାଇଁ ଶୁଭ, ଧନପ୍ରାପ୍ତିର ଆଶା

ନୂଆଦିଲ୍ଲୀ/ଭୁବନେଶ୍ୱର: ଆଜି ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟପରାଗ। ଏଥର ବଳୟ ସୂର୍ଯ୍ୟପରାଗ ଦେଖିବାକୁ ମିଳିବ। ରାଜସ୍ଥାନ ଓ ହରିୟାଣାରେ ସମ୍ପୂର୍ଣ୍ଣ ସୂର୍ଯ୍ୟପରାଗ ଦେଖିବାକୁ ମିଳିବ। ଓଡ଼ିଶାରେ ଏହା ଆଂଶିକ ଭାବେ ଦେଖାଦେବ। ଓଡ଼ିଶାରେ ବଳୟ ସୂର୍ଯ୍ୟପରାଗ ସକାଳ ୧୦ଟା ୧୫ରୁ ଆରମ୍ଭ ହୋଇ ଅପରାହ୍ଣ ୨ଟା ୨୦ରେ ଶେଷ ହେବ। ସୁନ୍ଦରଗଡ଼ରେ ୭୨ ପ୍ରତିଶତ ପରାଗ ଦୃଶ୍ୟମାନ ହେବାକୁ ଥିବାବେଳେ ମାଲକାନଗିରିରେ ଏହା ୬୦ ପ୍ରତିଶତ ଦୃଶ୍ୟମାନ ହେବ। ରାଜଧାନୀ ଭୁବନେଶ୍ୱରରେ ଏହା ୬୫ ପ୍ରତିଶତ ଦୃଶ୍ୟମାନ […]

ଆଜି ସୂର୍ଯ୍ୟପରାଗ: ଏହି ରାଶି ପାଇଁ ଶୁଭ, ଧନପ୍ରାପ୍ତିର ଆଶା

astrology

Advertisment

ନୂଆଦିଲ୍ଲୀ/ଭୁବନେଶ୍ୱର: ଆଜି ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟପରାଗ। ଏଥର ବଳୟ ସୂର୍ଯ୍ୟପରାଗ ଦେଖିବାକୁ ମିଳିବ। ରାଜସ୍ଥାନ ଓ ହରିୟାଣାରେ ସମ୍ପୂର୍ଣ୍ଣ ସୂର୍ଯ୍ୟପରାଗ ଦେଖିବାକୁ ମିଳିବ। ଓଡ଼ିଶାରେ ଏହା ଆଂଶିକ ଭାବେ ଦେଖାଦେବ। ଓଡ଼ିଶାରେ ବଳୟ ସୂର୍ଯ୍ୟପରାଗ ସକାଳ ୧୦ଟା ୧୫ରୁ ଆରମ୍ଭ ହୋଇ ଅପରାହ୍ଣ ୨ଟା ୨୦ରେ ଶେଷ ହେବ। ସୁନ୍ଦରଗଡ଼ରେ ୭୨ ପ୍ରତିଶତ ପରାଗ ଦୃଶ୍ୟମାନ ହେବାକୁ ଥିବାବେଳେ ମାଲକାନଗିରିରେ ଏହା ୬୦ ପ୍ରତିଶତ ଦୃଶ୍ୟମାନ ହେବ। ରାଜଧାନୀ ଭୁବନେଶ୍ୱରରେ ଏହା ୬୫ ପ୍ରତିଶତ ଦୃଶ୍ୟମାନ ହେବ।

Advertisment

ପରାଗ ସମମୟରେ ସୂର୍ଯ୍ୟଙ୍କୁ ଖାଲି ଆଖିରେ ଦେଖିବାକୁ ବାରଣ କରାଯାଇଛି। ଅନ୍ୟପକ୍ଷେ, ଆଜି ସକାଳ୧୦ଟା ୩୮ରୁ ସୂର୍ଯ୍ୟପରାଗ ଆରମ୍ଭ ହେଉଥିବାରୁ ଏହାର ୧୨ ଘଣ୍ଟା ପୂର୍ବରୁ ଅର୍ଥାତ୍‌ ଗତକାଲି ରାତି ୧୦ଟା ୩୮ରୁ ପାକ ଛାଡ କରାଯାଇଛି। ପରାଗ ସମୟରେ ଦେବନୀତି, ପାକ ନିଷେଧ ଥିଲେ ବି ଶିଶୁ, ବୃଦ୍ଧ ଓ ରୋଗୀଙ୍କ ପାଇଁ ପାଳନୀୟ ନୁହେଁ ବୋଲି ଜ୍ୟୋତିର୍ବିଦ କହିଛନ୍ତି।

ଏହି ସୂର୍ଯ୍ୟପରାଗ କିଛି ରାଶି ପାଇଁ ଶୁଭ ଥିବାବେଳେ ଅନ୍ୟ ରାଶି ପାଇଁ ଅଶୁଭ ବୋଲି ଜ୍ୟୋତିର୍ବିଦ କହିଛନ୍ତି। ତା’ହେଲେ ଆସନ୍ତୁ ଜାଣିବା ଏହି ପରାଗ କେଉଁ ରାଶି ପାଇଁ ଶୁଭ ଓ କେଉଁ ରାଶି ପାଇଁ ଅଶୁଭ...

Advertisment

ମିଥୁନ, କର୍କଟ, କନ୍ୟା, ତୁଳା ଓ ଧନୁ ରାଶି ପାଇଁ ପରାଗ ଦର୍ଶନ ଶୁଭ। ଏହିସବୁ ରାଶିକୁ  ଛାଡ଼ି ଦେଲେ ବାକି ରାଶିର ଲୋକମାନଙ୍କ ପାଇଁ ପରାଗ ଦର୍ଶନ ଅଶୁଭ ବୋଲି ଜ୍ୟୋତିର୍ବିଦ କହିଛନ୍ତି।

ଜାଣନ୍ତୁ ଏହି ପରାଗରେ କେଉଁ ରାଶି ଲୋକଙ୍କର ଧନପ୍ରାପ୍ତିର ଆଶ ରହିଛି ଓ କେଉଁମାନଙ୍କ ପାଇଁ ଏହି ଗ୍ରହଣ ସମସ୍ୟା ନେଇ ଆସିପାରେ।  ଆହୁରି ମଧ୍ୟ ଜାଣନ୍ତୁ କେମିତି ଏଥିରୁ ମୁକ୍ତି ପାଇବେ। 

Advertisment

ମେଷ: ଏହି ରାଶିର ଲୋକଙ୍କ ପାଇଁ ଅର୍ଥ ସମସ୍ୟା ଅଧିକ ସୃଷ୍ଟି ହୋଇପାରେ। ଏହାସହ ସନ୍ତାନ ପ୍ରାପ୍ତିକୁ ନେଇ ମଧ୍ୟ ଚିନ୍ତା ବଢ଼ିପାରେ। ଗ୍ରହଣ ଲାଗିବା ସମୟରେ ହନୁମାନଙ୍କ ଚାଳିଶା ପାଠ କରନ୍ତୁ, ଏହାଦ୍ୱାରା ଆପଣଙ୍କର ଅଟକି ଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ।

ବୃଷ: ଏହି ରାଶିର ଲୋକଙ୍କ ମଧ୍ୟ ଅର୍ଥ ସମସ୍ୟା ସୃଷ୍ଟି ହୋଇପାରେ। ମାତା ସରସ୍ୱତୀଙ୍କ ପୂଜାର୍ଚ୍ଚନା ଓ ଅନ୍ନ ଦାନ କରନ୍ତୁ।

ମିଥୁନ:ଏହି ରାଶିରେ ଗ୍ରହଣ ଲାଗୁ ଥିବାରୁ, ଏହି ରାଶିର ଲୋକଙ୍କ କ୍ରୋଧ ଆହୁରି ଅଧିକ ହୋଇପାରେ। ଅଯଥା କଥାକୁ ନେଇ ଚିନ୍ତା କରିପାରନ୍ତି। ଅଧିକ ଖର୍ଚ୍ଚାନ୍ତରେ ପଡ଼ିପାରନ୍ତି। ଝଗଡ଼ା, ଗଣ୍ଡଗୋଳ ଠାରୁ ନିଜକୁ ଦୂରେଇ ରଖନ୍ତୁ। ସୂର୍ଯ୍ୟଙ୍କ ମନ୍ତ୍ର ଜପ କରନ୍ତୁ ଓ ମୁଗ ଡାଲି ଦାନ କରନ୍ତୁ।

କର୍କଟ: ଖର୍ଚ୍ଚ ଆହୁରି ଅଧିକ ବଢ଼ିପାରେ। ବିଦେଶରୁ କୌଣସି ଶୁଭ ଖବର ମିଳିପାରେ। କାର୍ଯ୍ୟରେ ଯେପରି କୌଣସି ବାଧାବିଘ୍ନ ନ ଆସେ, ଏଥିପାଇଁ ଭଗବାନ ଶିବଙ୍କ ପୂଜାର୍ଚ୍ଚନା କରନ୍ତୁ ଓ ଶିବଙ୍କ ମନ୍ତ୍ର ଜପ କରନ୍ତୁ। ବିଶେଷକରି ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ। ମୁଗ ଡାଲି ଦାନ କରନ୍ତୁ।

ସିଂହ: ଆପଣଙ୍କ ବନ୍ଧୁ ଆପଣଙ୍କ ବିରୋଧରେ କୌଣସି ଷଡ଼ଯନ୍ତ୍ର କରି ପାରନ୍ତି। ତେଣୁ ସତର୍କ ହୋଇ ରୁହନ୍ତୁ। ବନ୍ଧୁଙ୍କ ସହ ଝଗଡ଼ା ହୋଇପାରେ। ହାଇ ପ୍ରୋଫାଇଲ୍‌ ଲୋକଙ୍କ ସହ ସାକ୍ଷାତ ହୋଇପାରେ। ସୂର୍ଯ୍ୟଙ୍କ ବିଜ ମନ୍ତ୍ର ଜପ କରନ୍ତୁ।

କନ୍ୟା: ଆପଣଙ୍କ ଜୀବନରେ ସୁଖ-ସମୃଦ୍ଧି ଆସିପାରେ। ଆପଣ କିଛି କାର୍ଯ୍ୟ କରିବାକୁ ଚାହୁଁଥିବେ, ହେଲେ ଚିନ୍ତା କାରଣରୁ ଏହାକୁ କରିପାରିବେ ନାହିଁ। ଏଥିପାଇଁ ଭଗବାନ ଗଣେଶ ଓ ସୂର୍ଯ୍ୟଙ୍କ ପୂଜା କରନ୍ତୁ, ଆପଣଙ୍କ ପାଇଁ ଲାଭଦାୟକ ରହିବ।

ତୁଳା:ଏହି ରାଶିର ଲୋକ ଅଳସୁଆର ଶିକାର ହୋଇପାରନ୍ତି। ଫଳରେ ଆପଣ ଚାହୁଁଥିଲେ ମଧ୍ୟ କୌଣସି କାର୍ଯ୍ୟ କରିବାକୁ ଇଚ୍ଛା ହେବନାହିଁ। କ୍ରୋଧ ଆସିପାରେ। ଭଗବାନ ବିଷ୍ଣୁଙ୍କ ମନ୍ତ୍ର ଜପ କରନ୍ତୁ ଲାଭ ମିଳିବ।

ବିଛା: ଏହି ରାଶିର ଲୋକଙ୍କ ପାଇଁ ବହୁତ ଶୁଭଫଳ ପ୍ରାପ୍ତି ହେବ। ହେଲେ ଏଥିପାଇଁ ଆପଣଙ୍କୁ ପରିଶ୍ରମ କରିବାକୁ ପଡ଼ିବ। ପରିବାରର କିଛି ସମସ୍ୟାକୁ ନେଇ ଚିନ୍ତାରେ ରହିବେ। ସୁନ୍ଦରକାଣ୍ଡ ପାଠ କରନ୍ତୁ, ଆପଣଙ୍କର ସମସ୍ୟା ଦୂର ହୋଇପାରେ।

ଧନୁ: ଏହି ରାଶିର ଲୋକ କିଛି ରୋଗକୁ ନେଇ ଚିନ୍ତାରେ ପଡ଼ିପାରନ୍ତି। କାହାସହ ଝଗଡ଼ା ମଧ୍ୟ ହୋଇପାରେ। ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ ଓ ଭଗବାନ ଶିବଙ୍କ ପୂଜାର୍ଚ୍ଚନା କରନ୍ତୁ।

ମକର: ଖର୍ଚ୍ଚ ଅଧିକ ହୋଇପାରେ ଓ କୌଣସି ରୋଗକୁ ନେଇ ଚିନ୍ତାର ପଡ଼ିପାରନ୍ତି। ଶନିଦେବତାଙ୍କୁ ଶାନ୍ତି କରିବା ପାଇଁ ପୂଜାର୍ଚ୍ଚନା କରନ୍ତୁ ଓ ଶନିଙ୍କ ମନ୍ତ୍ର ଜପ କରନ୍ତୁ।

[caption id="attachment_188531" align="alignnone" width="596"]solar eclipse Image Source: aajtak[/caption]

କୁମ୍ଭ: ଏହି ରାଶିର ଲୋକଙ୍କୁ ଅଧିକ ଶୁଭ ଫଳ ପ୍ରାପ୍ତି ହେବ। ହେଲେ ଏହି ଶୁଭ ଫଳ ପାଇବା ପାଇଁ ଆପଣଙ୍କୁ ପରିଶ୍ରମ କରିବାକୁ ପଡ଼ିବ। ଆପଣଙ୍କୁ ସବୁ ପରିଶ୍ରମର ଫଳ ନିଶ୍ଚୟ ମିଳିବ। ଶନିଦେବତାଙ୍କ ପୂଜାର୍ଚ୍ଚନା କରନ୍ତୁ।

ମୀନ: ଆପଣଙ୍କ ମା’ଙ୍କ ସ୍ୱାସ୍ଥ୍ୟର ଧ୍ୟାନ ରଖନ୍ତୁ। ଆର୍ଥିକ ସଙ୍କଟ ଆପଣଙ୍କୁ ଆହୁରି ଚିନ୍ତାରେ ପକାଇପାରେ। ବିଷ୍ଣୁ ସହସ୍ରନାମ ପାଠ କରନ୍ତୁ।

Solar Eclipse Astrology Surya Grahan Solar Eclipse 2020 Surya Grahan News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ