Advertisment

Supreme Court Issues Tough Ruling on Stray Dogs: ବୁଲା କୁକୁରଙ୍କ ପ୍ରତି କଠୋର ସୁପ୍ରିମକୋର୍ଟ; ଷ୍ଟ୍ରିଟ୍ ଡଗ୍ କାମୁଡ଼ିଲେ ଖାଦ୍ୟ ଦେଉଥିବା ଲୋକ ଦାୟୀ

ବୁଲା କୁକୁରଙ୍କ ପ୍ରତି କଠୋର ସୁପ୍ରିମକୋର୍ଟ। ଷ୍ଟ୍ରିଟ୍ ଡଗ୍ କାମୁଡ଼ିଲେ ଖାଦ୍ୟ ଦେଉଥିବା ଲୋକ ଦାୟୀ। କୁକୁର କାମୁଡ଼ାରେ ମୃତାହତଙ୍କୁ ରାଜ୍ୟ ସରକାର ଗଣିବେ ବଡ଼ ତଣ୍ଡ। ପଶୁପ୍ରେମୀଙ୍କୁ ଝଟକା, ରାଜ୍ୟରେ ୭ଲକ୍ଷ ବୁଲା କୁକୁର।

Odisha government plans modern Lok Seva Bhavan

ବୁଲା କୁକୁରଙ୍କ ପ୍ରତି କଠୋର ସୁପ୍ରିମକୋର୍ଟ Photograph: (OTV)

Advertisment

ବୁଲା କୁକୁରଙ୍କ ପ୍ରତି କଠୋର ହେଲେ ସୁପ୍ରିମକୋର୍ଟ। ଏଣିକି ବୁଲା କୁକୁର କାହାକୁ କାମୁଡ଼ିଲେ ଦାୟୀ ରହିବେ, ସେମାନଙ୍କୁ ଖାଇବାକୁ ଦେଉଥିବା ବ୍ୟକ୍ତି। କୁକୁର କାମୁଡ଼ାରେ କାହାର ମୃତ୍ୟୁ ହେଲେ କିମ୍ବା କେହି ଅସୁସ୍ଥ ହେଲେ ତା ପାଇଁ ସଂପୃକ୍ତ ରାଜ୍ୟ ସରକାରଙ୍କୁ ଦେବାକୁ ପଡ଼ିବ ବିପୁଳ କ୍ଷତିପୂରଣ। ଆଜି ବୁଲା କୁକୁରଙ୍କ ଉପରେ ଏଭଳି ବଡ଼ ରାୟ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ଯାହା ଜୀବେ ଦୟା ନାରାରେ ବିଶ୍ୱାସ ରଖୁଥିବା ପଶୁପ୍ରେମୀଙ୍କୁ ଶକ୍ତ ଆଘତ ଦେଇଛି।

Advertisment

ବୁଲା କୁକୁରଙ୍କୁ ଆଉ ଦେଖାନ୍ତୁନି ଦୟା। ବୁଲା କୁକୁର କାହାକୁ କାମୁଡ଼ିଲେ ଦାୟୀ ରହିବେ, ସେମାନଙ୍କୁ ଖାଇବାକୁ ଦେଉଥିବା ବ୍ୟକ୍ତି। ବୁଲା କୁକୁର ମାମଲାରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଦେଇଛନ୍ତି ଏଭଳି ଗୁରୁତ୍ୱପୂର୍ଣ୍ଣ ରାୟ। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ, ସୁପ୍ରିମକୋର୍ଟଙ୍କ ୩ ଜଣିଆ ଖଣ୍ଡପୀଠ, ମାମଲାର ଶୁଣାଣି କରି କହିଛନ୍ତି, କୁକୁରଙ୍କ ପାଇଁ କିଛି ଅଘଟଣ ଘଟିଲେ, ସେମାନଙ୍କୁ ରାସ୍ତାରେ ଖାଇବାକୁ ଦେଉଥିବା ଲୋକେ ଦାୟୀ ରହିବେ। ଆଉ ଯଦି ସହାନୁଭୂତି ଦେଖାଇବାକୁ ଇଛା, ତେବେ କୁକୁରପ୍ରେମୀ ବୁଲା କୁକୁରଙ୍କୁ ନିଜ ଘରକୁ ନେଇ ଖାଇବାକୁ ଦିଅନ୍ତୁ ବୋଲି କଠୋର ଭାବେ ରାୟ ଶୁଣାଇଛନ୍ତି କୋର୍ଟ। 

ସେହିଭଳି ବୁଲା କୁକୁରଙ୍କ ଦୌରାତ୍ମ୍ୟକୁ ନେଇ ସୁପ୍ରିମକୋର୍ଟ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ମଧ୍ୟ ଦେଇଛନ୍ତି କଡ଼ା ଚେତାବନୀ। କହିଛନ୍ତି ବୁଲା କୁକୁର କାମୁଡ଼ାରେ ଯଦି କାହାରି ମୃତ୍ୟୁ ହୁଏ କିମ୍ବା କିଏ ଆହତ ହୁଅନ୍ତି, ତେବେ ଏଥିପାଇଁ ସଂପୃକ୍ତ ରାଜ୍ୟ ସରକାର ଦେବେ ବିପୁଳ କ୍ଷତିପୂରଣ। ଗଲା ୫ ବର୍ଷ ଭିତରେ ବୁଲା କୁକୁରଙ୍କ ନିୟନ୍ତ୍ରଣ କ୍ଷେତ୍ରରେ ରାଜ୍ୟଗୁଡ଼ିକ କିଛି ବି ପଦକ୍ଷେପ ନେଇନଥିବାରୁ ରାଜ୍ୟ ସରକାରଙ୍କ କ୍ଷେତ୍ରରେ ଏଭଳି କଡ଼ା ଆଭିମୁଖ୍ୟ ରଖିଛନ୍ତି ସୁପ୍ରିମକୋର୍ଟ।

Advertisment

ଏହା ପୂର୍ବରୁ ୨୦୨୫ ନଭେମ୍ବର ୭ରେ ବୁଲା କୁକୁରଙ୍କୁ ନେଇ ବଡ଼ ରାୟ ଦେଇଥିଲେ ସର୍ବୋଚ୍ଚ ଅଦାଲତ। ରାସ୍ତାରୁ ସମସ୍ତ ବୁଲା କୁକୁରଙ୍କୁ ହଟାଇ ନେଇ ସେଲଟର ହୋମରେ ରଖିବାକୁ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପରବର୍ତ୍ତୀ ସମୟରେ ଏ ରାୟକୁ ନେଇ କୋହଳ ହୋଇଥିଲେ ବି ଏହାର ପୁନର୍ବିଚାର ପାଇଁ ସୁପ୍ରିମକୋର୍ଟରେ ବହୁ ପଶୁପ୍ରେମୀ ଆବେଦନ କରିଥିଲେ। 

ତେବେ ବିଚାରପତି ଜଷ୍ଟିସ ବିକ୍ରମ ନାଥ, ସନ୍ଦୀପ ମହେଟା ଓ ଏନଭି ଅନଜାରିଆଙ୍କୁ ନେଇ ଗଠିତ ସ୍ବତନ୍ତ୍ର ଖଣ୍ଡପୀଠ, ଏ ସମ୍ପର୍କୀତ ଏକାଧିକ ମାମଲାର ଶୁଣାଣି କରି ଆଜି ଏ ରାୟ ଦେଇଛନ୍ତି। ସେପଟେ କଥା କହିପାରୁ ନଥିବା ଏକ ନୀରିହ ପ୍ରାଣୀ ପାଇଁ ସୁପ୍ରିମକୋର୍ଟଙ୍କ ଏ ରାୟକୁ ସହଜରେ ଗ୍ରହଣ କରି ପାରି ନାହାନ୍ତି ଅନେକ ପଶୁପ୍ରେମୀ। କୋର୍ଟ ଆଗକୁ ଏ ରାୟର ନିଶ୍ଚୟ ପୁନର୍ବିଚାର କରିବାକୁ ସେମାନେ ଆଶା ରଖିଛନ୍ତି।

Advertisment

ପୂର୍ବରୁ ସୁପ୍ରିମକୋର୍ଟଙ୍କ ରାୟ ବେଳେ ଓଡ଼ିଶାରେ ବୁଲା କୁକୁରଙ୍କ ସଂଖ୍ୟା କେତେ, ତାହା ଜାଣିବାକୁ ବୁଲା କୁକୁରରଙ୍କ ଆରମ୍ଭ ହୋଇଥିଲା ଗଣନା ପ୍ରକ୍ରିୟା। ଗଣନା ପରେ ରାଜ୍ୟରେ ପ୍ରାୟ ୭ ଲକ୍ଷ ବୁଲା କୁକୁର ରହିଥିବା ତଥ୍ୟ ରଖିଥିଲେ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ।

Supreme Court Stray Dog Stray Dog Attack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ