Advertisment

ଶ୍ରୀମନ୍ଦିରକୁ ଫେରିଲା ସୂର୍ଯ୍ୟ-ଚନ୍ଦ୍ର

ପୁରୀ: ମହାପ୍ରଭୁଙ୍କର ନାଗାର୍ଜୁନ ବେଶରେ ଲାଗିଥିବା ସୂର୍ଯ୍ୟ-ଚନ୍ଦ୍ର ଶ୍ରୀମନ୍ଦିରକୁ ଏବେ ଫେରିଛି। ଏ ନେଇ ଶିଳ୍ପୀ ବସନ୍ତ ମହାରଣା ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ବାହାରକୁ ଯାଇଥିବା ସୂର୍ଯ୍ୟ, ଚନ୍ଦ୍ର କେବଳ ପ୍ରତିକୃତି ଥିଲା। ହେଲେ ଶ୍ରୀଜିଉଙ୍କଠାରେ ନାଗାର୍ଜୁନ ବେଶ ବେଳେ ସୁନା ଅଳଙ୍କାର ଲାଗିଥିଲା ବୋଲି ବସନ୍ତ କହିଛନ୍ତି। ତେବେ ଗାରଦରୁ ସୂର୍ଯ୍ୟ ଓ ଚନ୍ଦ୍ର ଜଣେ ବରିଷ୍ଠ ସେବାୟତଙ୍କ ଘରକୁ ଯାଇଥିଲା ବୋଲି ସେ କହିଛନ୍ତି। ହେଲେ ଏନେଇ ପ୍ରଶାସନ ପକ୍ଷରୁ କୌଣସି […]

ଶ୍ରୀମନ୍ଦିରକୁ ଫେରିଲା ସୂର୍ଯ୍ୟ-ଚନ୍ଦ୍ର

7

Advertisment

ପୁରୀ: ମହାପ୍ରଭୁଙ୍କର ନାଗାର୍ଜୁନ ବେଶରେ ଲାଗିଥିବା ସୂର୍ଯ୍ୟ-ଚନ୍ଦ୍ର ଶ୍ରୀମନ୍ଦିରକୁ ଏବେ ଫେରିଛି। ଏ ନେଇ ଶିଳ୍ପୀ ବସନ୍ତ ମହାରଣା ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ବାହାରକୁ ଯାଇଥିବା ସୂର୍ଯ୍ୟ, ଚନ୍ଦ୍ର କେବଳ ପ୍ରତିକୃତି ଥିଲା। ହେଲେ ଶ୍ରୀଜିଉଙ୍କଠାରେ ନାଗାର୍ଜୁନ ବେଶ ବେଳେ ସୁନା ଅଳଙ୍କାର ଲାଗିଥିଲା ବୋଲି ବସନ୍ତ କହିଛନ୍ତି।

Advertisment

ତେବେ ଗାରଦରୁ ସୂର୍ଯ୍ୟ ଓ ଚନ୍ଦ୍ର ଜଣେ ବରିଷ୍ଠ ସେବାୟତଙ୍କ ଘରକୁ ଯାଇଥିଲା ବୋଲି ସେ କହିଛନ୍ତି। ହେଲେ ଏନେଇ ପ୍ରଶାସନ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ମିଳିପାରିନାହିଁ।

ଅନ୍ୟପଟେ ଦୁର୍ଲଭ ନାଗାର୍ଜୁନ ବେଶରେ ଲାଗି ହୋଇଥିବା ଆକର୍ଷଣୀୟ ସୂର୍ଯ୍ୟ, ଚନ୍ଦ୍ର ସେବାୟତଙ୍କ ଘରକୁ ନିଆଯାଇଥିଲା। ବେଶ ଓ ଲାଗି ହେବା ପରେ ଏହି ବେଶକୁ ସଂଗ୍ରହାଳୟରେ ରଖାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ହୋଇଥିଲା। ହେଲେ ବିଡ଼ମ୍ବନା, ନାଗାର୍ଜୁନ ବେଶରେ ଲାଗି ହୋଇଥିବା ଅତି ଆକର୍ଷଣୀୟ ସୂର୍ଯ୍ୟ ଚନ୍ଦ୍ରକୁ ଶ୍ରୀମନ୍ଦିରର ଜଣେ ତଳିଆ କର୍ମଚାରୀ ବରିଷ୍ଠ ସେବାୟତଙ୍କ ଘରକୁ ନେଇ ଯାଉଥିବାର ଦେଖିବାକୁ ମିଳିଥିଲା।

Advertisment

ଗାରଦରୁ ଏହି ବେଶ ଉପକରଣ ନେଇ ସେବାୟତଙ୍କ ଘରକୁ ଯାଉଥିବା କର୍ମଚାରୀ ନିଜେ ସ୍ୱୀକାର କରିଥିଲେ। ତେବେ କାହା ନିର୍ଦ୍ଦେଶରେ ଏହି ସୂର୍ଯ୍ୟ ଚନ୍ଦ୍ର ଶ୍ରୀମନ୍ଦିର ଭିତରୁ ବାହାରକୁ ଆସିଲା ଏବଂ କେଉଁ ସେବାୟତଙ୍କ ଘରକୁ ଏହା ନିଆଗଲା ତାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ