Advertisment

୪ ଘଣ୍ଟାର ଅପରେସନ୍ ପରେ ଉଦ୍ଧାର ହେଲେ ସୁବୋଧ

ଭୁବନେଶ୍ୱର : ଜୀବନକୁ ପାଣି ଛଡ଼ାଇ ଅଗ୍ନିଶମ ବାହିନୀର ଦମ୍‌ଦାର ଅପରେସନ୍ । ଶହେ ଫୁଟରୁ ଅଧିକ ଉଚ୍ଚତାରୁ ଉଦ୍ଧାର ହେଲେ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଥାନା ପ୍ରହରାଜପୁର ଗାଁର ସୁବୋଧ ବାରିକ। ପରିବାର ଲୋକଙ୍କ କହିବା ଅନୁଯାୟୀ, ଆଳି ବ୍ଲକ୍ ମହୁରେ ପୋଷ୍ଟାଲ କର୍ମଚାରୀ ଥିଲେ ସୁବୋଧ । କିନ୍ତୁ ଗତ କିଛି ବର୍ଷ ହେଲା ମାନସିକ ରୋଗର ଚିକିତ୍ସା ପାଇଁ ମେଡ଼ିସିନ୍ ଖାଉଥିଲେ । ତାଭିତରେ କୌଣସି କାରଣରୁ ଚାକିରିରେ ଅସୁବିଧା ଉପୁଜିବା ପରେ ପୋଷ୍ଟାଲ୍ […]

୪ ଘଣ୍ଟାର ଅପରେସନ୍ ପରେ ଉଦ୍ଧାର ହେଲେ ସୁବୋଧ

subodha

Advertisment

ଭୁବନେଶ୍ୱର : ଜୀବନକୁ ପାଣି ଛଡ଼ାଇ ଅଗ୍ନିଶମ ବାହିନୀର ଦମ୍‌ଦାର ଅପରେସନ୍ । ଶହେ ଫୁଟରୁ ଅଧିକ ଉଚ୍ଚତାରୁ ଉଦ୍ଧାର ହେଲେ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଥାନା ପ୍ରହରାଜପୁର ଗାଁର ସୁବୋଧ ବାରିକ

Advertisment

publive-imageପରିବାର ଲୋକଙ୍କ କହିବା ଅନୁଯାୟୀ, ଆଳି ବ୍ଲକ୍ ମହୁରେ ପୋଷ୍ଟାଲ କର୍ମଚାରୀ ଥିଲେ ସୁବୋଧ । କିନ୍ତୁ ଗତ କିଛି ବର୍ଷ ହେଲା ମାନସିକ ରୋଗର ଚିକିତ୍ସା ପାଇଁ ମେଡ଼ିସିନ୍ ଖାଉଥିଲେ । ତାଭିତରେ କୌଣସି କାରଣରୁ ଚାକିରିରେ ଅସୁବିଧା ଉପୁଜିବା ପରେ ପୋଷ୍ଟାଲ୍ ସୁପରିଣ୍ଟେଣ୍ଡେଣ୍ଟ କୁଆଡ଼େ ତାଙ୍କୁ ବହିଷ୍କାର କରିଦେଇଥିଲେ ।

ସେହିଦିନଠୁ ସେ ଚାକିରି ସନ୍ଧାନରେ ଭୁବନେଶ୍ୱରସ୍ଥିତ ନିଜ ସମ୍ପର୍କୀୟଙ୍କ ଘରକୁ ଆସି ନିଖୋଜ ହୋଇଯାଇଥିଲେ । ଏନେଇ ଭୁବନେଶ୍ୱରର ବିଭିନ୍ନ ଥାନାରେ ଏତଲା ଦିଆଯାଇଥିଲେ ବି କୌଣସି ପତ୍ତା ମିଳିନଥିଲା ବୋଲି ପରିବାର ଏବଂ ସମ୍ପର୍କୀୟ କହିଛନ୍ତି।

Advertisment

publive-imageକେବଳ ଏତିକି ନୁହେଁ, ସୁବୋଧଙ୍କୁ ପୂର୍ବରୁ କମିଶନରେଟ୍ ପୁଲିସର ପିସିଆର୍ ଧରି ମିଶନ ଆଶ୍ରାରେ ବି ଛାଡ଼ିଥିଲା। କିନ୍ତୁ ଦୁଇ ଦିନ ତଳେ ମିଶନ ଆଶ୍ରାରୁ ଉଭାନ ହୋଇଯାଇଥିଲେ । ଆଉ ଆଜି ପୂର୍ବାହ୍ନରେ ଉତ୍କଳ ବିଶ୍ୱବିଦ୍ୟାଳୟ ପରିଜା ପାଠାଗାର ଉପରେ ଚଢ଼ିଯାଇଥିବା ନେଇ ଓଟିଭିରେ ଖବର ପ୍ରସାରଣ ପରେ ଜଣେ ସମ୍ପର୍କୀୟ ପହଞ୍ଚିଥିଲେ ଘଟଣାସ୍ଥଳରେ। ଆଉ ଚିହ୍ନଟ କରିଥିଲେ ସୁବୋଧଙ୍କୁ।

ମାନସିକ ବିକୃତି ହେଉ କିମ୍ବା ମାନସିକ ଭାରସାମ୍ୟ ହରାଇ ହେଉ , ଗତ ସପ୍ତାହକ ମଧ୍ୟରେ ଏଭଳି ଦୁଇଟି ଘଟଣା ସାମ୍ନାକୁ ଆସିଲାଣି। ଗତ ୧୪ ତାରିଖରେ ସୁନ୍ଦରଗଡ଼ ଡୁଡୁକା ଗାଁର ଶିବ ଚନ୍ଦନ ନାମକ ଜଣେ ଯୁବକ ଦୁଇ ମହଲା ଛାତ ଉପରୁ ଡେଇଁ ଆତ୍ମହତ୍ୟା କରିଥିଲେ । ତେବେ ଯୁବପିଢ଼ିଙ୍କ ମଧ୍ୟରେ ଏଭଳି ମାନସିକତା ଏବେ ଦେଖାଦେଉଛି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ