SUBHADRA-PORTAL-OPEN Photograph: (OTV)
ଆପଣ ସୁଭଦ୍ରା ଯୋଜନାରେ ଆବଦେନ କରିନାହାନ୍ତି କି ? ଆପଣଙ୍କୁ ୨୧ ବର୍ଷ ହୋଇଛି, କିନ୍ତୁ ସୁଭଦ୍ରା ଟଙ୍କା ପାଇନାହାନ୍ତି ? ତା' ହେଲେ ଆଉ ଚିନ୍ତା କରନ୍ତୁନି । ସୁଭଦ୍ରା ଯୋଜନା ପାଇଁ ଆଜିଠୁ ପୁଣି କରିପାରିବେ ଆବେଦନ । କାରଣ ଆଜିଠାରୁ ରାଜ୍ୟରେ ପୁଣିଥରେ ସୁଭଦ୍ରା ପୋର୍ଟାଲ ଖୋଲୁଛି । ବୟସ କମ୍ ହୋଇଥିବା କାରଣରୁ ଗତଥର ଯେଉଁମାନେ ସୁଭଦ୍ରା ଯୋଜନାରେ ସାମିଲ ହୋଇପାରିନଥିଲେ ସେମାନେ ଆଜିଠୁ ଆବେଦନ କରିପାରିବେ । ଅର୍ଥାତ୍ ୨୧ ବର୍ଷ ବୟସ ହୋଇଥିଲେ ମହିଳାମାନେ ସୁଭଦ୍ରା ଯୋଜନାରେ ଉପକୃତ ହୋଇପାରିବେ । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।
ଜାଣନ୍ତୁ କେଉଁମାନେ ଆବେଦନ କରିପାରିବେ ?
୨୦୨୫ ମାର୍ଚ୍ଚ ୩୧ ସୁଦ୍ଧା ଯେଉଁ ମହିଳାଙ୍କ ବୟସ ୨୧ ବର୍ଷ ହୋଇଥିବ ସେମାନେ ସୁଭଦ୍ରା ଯୋଜନାରେ ଆବେଦନ କରିପାରିବେ । ଏହି ଯୋଜନାରେ ସାମିଲ ହେବାକୁ ହିତାଧିକାରୀଙ୍କ ବୟସ ୨୧ ବର୍ଷ କିମ୍ବା ତା'ଠୁ ଅଧିକ ଏବଂ ୬୦ ବର୍ଷରୁ କମ୍ ହେବା ଆବଶ୍ୟକ । ତେଣୁ ଆବେଦନକାରୀଙ୍କ ଜନ୍ମ ତାରିଖ ୨ ଏପ୍ରିଲ ୧୯୬୫ ଠାରୁ ଏପ୍ରିଲ ପହିଲା ୨୦୦୪ ମଧ୍ୟରେ ହୋଇଥିବା ଉଚିତ୍ ।
କୌଣସି କାରଣରୁ ଯେଉଁ ଯୋଗ୍ୟ ହିତାଧିକାରୀମାନେ ପୂର୍ବରୁ ଆବେଦନ କରିପାରିନାହାନ୍ତି ସେମାନେ ବି ଆଜିଠୁ କରିପାରିବେ ଆବେଦନ । ନୂଆ ଆବେଦନକାରୀଙ୍କୁ ମାର୍ଚ୍ଚ ୮ ତାରିଖରେ ସୁଭଦ୍ରା ଟଙ୍କା ମିଳିବ । ତେବେ ଉପନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗିଥିବା ନୂଆପଡ଼ା ନିର୍ବାଚନ ମଣ୍ଡଳୀକୁ ଛାଡ଼ି ଅନ୍ୟ ସବୁ ସ୍ଥାନରେ ଆଜିଠୁ ସୁଭଦ୍ରା ପୋର୍ଟାଲ ଖୋଲିବ ।
ପ୍ରଥମ ପର୍ଯ୍ୟାୟରେ କୋଟିଏ ୨ ଲକ୍ଷ ୮୦ ହଜାର ମହିଳା ସୁଭଦ୍ରା ପ୍ରଥମ କିସ୍ତି ପାଇଥିବାବେଳେ କୋଟିଏ ୯୬ ହଜାର ୩୦୭ ଜଣ ଦ୍ବିତୀୟ କିସ୍ତି ପାଇଛନ୍ତି । ପରେ ୯୬ ଲକ୍ଷ ୯୬ ହଜାର ୯୫୫ ଜଣ ହିତାଧିକାରୀ ତୃତୀୟ କିସ୍ତି ପାଇଛନ୍ତି । ତେବେ ଚତୁର୍ଥ କିସ୍ତି ଦେବା ପୂର୍ବରୁ ଦ୍ବିତୀୟ ପର୍ଯ୍ୟାୟରେ ଆବେଦନ କରିଥିବା କିଛି ମହିଳାଙ୍କୁ ସାମିଲ କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର । ମାର୍ଚ୍ଚ ୮ ତାରିଖ ମହିଳା ଦିବସରେ ପରବର୍ତ୍ତୀ କିସ୍ତି ପ୍ରଦାନ କରାଯିବ ।
ସୁଭଦ୍ରା ଯୋଜନାରେ ମହିଳାଙ୍କୁ ୫ ବର୍ଷରେ ୫୦ ହଜାର ଟଙ୍କା ଦେଉଛନ୍ତି ରାଜ୍ୟ ସରକାର । ଅନ୍ତର୍ଜାତୀୟ ମହିଳା ଦିବସ ଓ ରାକ୍ଷୀ ପୂର୍ଣ୍ଣିମାରେ ସୁଭଦ୍ରା ଟଙ୍କା ପ୍ରଦାନ କରାଯାଏ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/01/subhadra-portal-open-2025-11-01-15-24-40.jpg)